ବରମୁଣ୍ଡା ବସ୍ ଷ୍ଟାଣ୍ଡରେ ଚାଲିଥିଲା ଜୁଆ ଆଡ୍ଡା, ଚଢ଼ାଉ କରି ତିନି ଜଣକୁ ଗିରଫ କଲା ପୋଲିସ
ଭୁବନେଶ୍ବର: ବରମୁଣ୍ଡା ବସଷ୍ଟାଣ୍ଡରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢ଼ଉ କରି ତିନି ଜଣ ଜୁଆଡ଼ିଙ୍କୁ ଗିରଫ କରିଛି ଭରତପୁର ଥାନା ପୋଲିସ। ସେମାନଙ୍କ ଠାରୁ ଚାରୋଟି ବାଇକ୍, ତାସ୍ ଏବଂ ୩ ହଜାର ଟଙ୍କା ଜବତ କରାଯାଇଛି। ସୂଚନାଥାଉକି, କମିଶନରେଟ୍ ପୋଲିସ ପକ୍ଷରୁ ଜୋରଦାର କରାଯାଇଛି ସେଫ୍ ସିଟି ଡ୍ରାଇଭ୍। ବିଶେଷ କରି ରାଜଧାନୀର ବିଭିନ୍ନ ସ୍ଥାନରେ ଅସାମାଜିକ ବ୍ୟକ୍ତିମାନେ କରୁଥିବା ଆଡ୍ଡା ଉପରେ ଜୋରଦାର ଚଢ଼ାଉ କରାଯାଉଛି। ଏହା ପୂର୍ବରୁ ପ୍ରଥମେ କ୍ୟାପିଟାଲ ଥାନା ଅଞ୍ଚଳରେ ଥିବା ୟୁନିଟ୍-୧ ମାର୍କେଟ, ଦ୍ୱିତୀୟରେ ବଡ଼ଗଡ଼ ଥାନା ଅଂଚଳର ହେଲୋ ଗାର୍ଡେନ ଆଉ ଏବେ ବରମୁଣ୍ଡା ବସଷ୍ଟାଣ୍ଡ ଭିତରେ ଥିବା ମାର୍କେଟ କମ୍ପ୍ଲେକ୍ସ ଭିତରେ ହେଉଥିବା ଜୁଆ ଆଡ୍ଡା ଉପରେ ରେଡ୍ ହୋଇଛି। ତେବେ ଆଗକୁ ଏହି ଡ୍ରାଇଭ୍ ଆହୁରି ଜୋରଦାର ହେବା ସହ ରାଜଧାନୀର ବିଭିନ୍ନ ସ୍ଥାନରେ ଜୁଆ ଖେଳ କରୁଥିବା ମାଷ୍ଟର ମାଇଣ୍ଡର ଖୋଜ କରୁଛି କମିଶନରେଟ୍ ପୋଲିସ।
ଭୁବନେଶ୍ବର: ବରମୁଣ୍ଡା ବସଷ୍ଟାଣ୍ଡରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢ଼ଉ କରି ତିନି ଜଣ ଜୁଆଡ଼ିଙ୍କୁ ଗିରଫ କରିଛି ଭରତପୁର ଥାନା ପୋଲିସ। ସେମାନଙ୍କ ଠାରୁ ଚାରୋଟି ବାଇକ୍, ତାସ୍ ଏବଂ ୩ ହଜାର ଟଙ୍କା ଜବତ କରାଯାଇଛି।
ସୂଚନାଥାଉକି, କମିଶନରେଟ୍ ପୋଲିସ ପକ୍ଷରୁ ଜୋରଦାର କରାଯାଇଛି ସେଫ୍ ସିଟି ଡ୍ରାଇଭ୍। ବିଶେଷ କରି ରାଜଧାନୀର ବିଭିନ୍ନ ସ୍ଥାନରେ ଅସାମାଜିକ ବ୍ୟକ୍ତିମାନେ କରୁଥିବା ଆଡ୍ଡା ଉପରେ ଜୋରଦାର ଚଢ଼ାଉ କରାଯାଉଛି।
ଏହା ପୂର୍ବରୁ ପ୍ରଥମେ କ୍ୟାପିଟାଲ ଥାନା ଅଞ୍ଚଳରେ ଥିବା ୟୁନିଟ୍-୧ ମାର୍କେଟ, ଦ୍ୱିତୀୟରେ ବଡ଼ଗଡ଼ ଥାନା ଅଂଚଳର ହେଲୋ ଗାର୍ଡେନ ଆଉ ଏବେ ବରମୁଣ୍ଡା ବସଷ୍ଟାଣ୍ଡ ଭିତରେ ଥିବା ମାର୍କେଟ କମ୍ପ୍ଲେକ୍ସ ଭିତରେ ହେଉଥିବା ଜୁଆ ଆଡ୍ଡା ଉପରେ ରେଡ୍ ହୋଇଛି। ତେବେ ଆଗକୁ ଏହି ଡ୍ରାଇଭ୍ ଆହୁରି ଜୋରଦାର ହେବା ସହ ରାଜଧାନୀର ବିଭିନ୍ନ ସ୍ଥାନରେ ଜୁଆ ଖେଳ କରୁଥିବା ମାଷ୍ଟର ମାଇଣ୍ଡର ଖୋଜ କରୁଛି କମିଶନରେଟ୍ ପୋଲିସ।