ଛାଡପତ୍ର ଖବର ମଧ୍ୟରେ ମୁମ୍ଵାଇ ଛାଡିଲେ ନତାଶା ? ପୁଅ ସହ ଗଲେ ସର୍ବିଆ !
ଭାରତୀୟ ଟିମ୍ର ଷ୍ଟାର କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା । ଗତ କିଛି ସମୟ ପାଇଁ ଚର୍ଚ୍ଚାରେ ଅଛନ୍ତି। ୨୦୨୪ ଟି -୨୦ ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ କରି ହାର୍ଦ୍ଦିକ ଲାଇମ୍ଲାଇଟ୍ରେ ଥିଲେ। ବର୍ତ୍ତମାନ ଭାରତୀୟ ଟି -୨୦ ଦଳର ପରବର୍ତ୍ତୀ ଅଧିନାୟକ ନହେବା ପାଇଁ ହାର୍ଦ୍ଦିକ ଖବରକୁ ଆସିଛନ୍ତି। ଏହି ସମୟରେ ଭାରତୀୟ ଅଲରାଉଣ୍ଡର ପତ୍ନୀ ନତାଶା ମୁମ୍ବାଇ ଛାଡି ସର୍ବିଆ ଯିବାର ଖବର ଆସିଛି । ନତାଶା ମୁମ୍ବାଇ ଏକୁଟିଆ ଛାଡି ନଥିଲେ ବରଂ ପୁଅ ଅଗସ୍ତ୍ୟଙ୍କ ସହ ଯାଇଛନ୍ତି। ଏନେଇ ସେ ନିଜେ ହିଣ୍ଟ ଦେଇଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟା ୨୦୨୦ରେ ସର୍ବିଆର ମଡେଲ ନତାଶା ଷ୍ଟାନକୋଭିକଙ୍କୁ ବିବାହ କରିଥିଲେ। ସର୍ବିଆର ବାସିନ୍ଦା ନତାଶା ବଲିଉଡରେ କାମ କରିବା ଉଦ୍ଦେଶ୍ୟରେ ଭାରତ ଆସିଥିଲେ। ନତାଶା ବଲିଉଡରେ ମଡେଲିଂ ଏବଂ ଅଭିନୟରେ ମଧ୍ୟ ସଫଳତା ହାସଲ କରିଥିଲେ ଏବଂ ହାର୍ଦ୍ଦିକଙ୍କୁ ବିବାହ କରିଥିଲେ। ପୂର୍ବରୁ କୁହାଯାଇଛି ଯେ ସେମାନଙ୍କ ଛାଡପତ୍ରର ଖବର ଦ୍ରୁତ୍ ଗତି ବ୍ୟାପିବାରେ ଲାଗିଛି। ତେଣୁ ନତାଶାଙ୍କ ସର୍ବିଆ ଯିବାର ସଙ୍କେତ ଆଦୌ ଭଲ ନୁହେଁ।View this post on InstagramA post shared by Instant Bollywood (@instantbollywood)ଇନଷ୍ଟାଗ୍ରାମ ଷ୍ଟୋରୀ ମାଧ୍ୟମରେ ନତାଶା ଏକ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ସେ ଏକ ବ୍ୟାଗ ପ୍ୟାକ୍ କରୁଥିବା ଦେଖିବାକୁ ମିଳିଛି। ନତାଶା ଲେଖିଛନ୍ତି, ଏହା ବର୍ଷର ସେହି ସମୟ । ଏହି
ଭାରତୀୟ ଟିମ୍ର ଷ୍ଟାର କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା । ଗତ କିଛି ସମୟ ପାଇଁ ଚର୍ଚ୍ଚାରେ ଅଛନ୍ତି। ୨୦୨୪ ଟି -୨୦ ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ କରି ହାର୍ଦ୍ଦିକ ଲାଇମ୍ଲାଇଟ୍ରେ ଥିଲେ। ବର୍ତ୍ତମାନ ଭାରତୀୟ ଟି -୨୦ ଦଳର ପରବର୍ତ୍ତୀ ଅଧିନାୟକ ନହେବା ପାଇଁ ହାର୍ଦ୍ଦିକ ଖବରକୁ ଆସିଛନ୍ତି। ଏହି ସମୟରେ ଭାରତୀୟ ଅଲରାଉଣ୍ଡର ପତ୍ନୀ ନତାଶା ମୁମ୍ବାଇ ଛାଡି ସର୍ବିଆ ଯିବାର ଖବର ଆସିଛି । ନତାଶା ମୁମ୍ବାଇ ଏକୁଟିଆ ଛାଡି ନଥିଲେ ବରଂ ପୁଅ ଅଗସ୍ତ୍ୟଙ୍କ ସହ ଯାଇଛନ୍ତି। ଏନେଇ ସେ ନିଜେ ହିଣ୍ଟ ଦେଇଛନ୍ତି ।

ହାର୍ଦ୍ଦିକ ପାଣ୍ଡ୍ୟା ୨୦୨୦ରେ ସର୍ବିଆର ମଡେଲ ନତାଶା ଷ୍ଟାନକୋଭିକଙ୍କୁ ବିବାହ କରିଥିଲେ। ସର୍ବିଆର ବାସିନ୍ଦା ନତାଶା ବଲିଉଡରେ କାମ କରିବା ଉଦ୍ଦେଶ୍ୟରେ ଭାରତ ଆସିଥିଲେ। ନତାଶା ବଲିଉଡରେ ମଡେଲିଂ ଏବଂ ଅଭିନୟରେ ମଧ୍ୟ ସଫଳତା ହାସଲ କରିଥିଲେ ଏବଂ ହାର୍ଦ୍ଦିକଙ୍କୁ ବିବାହ କରିଥିଲେ। ପୂର୍ବରୁ କୁହାଯାଇଛି ଯେ ସେମାନଙ୍କ ଛାଡପତ୍ରର ଖବର ଦ୍ରୁତ୍ ଗତି ବ୍ୟାପିବାରେ ଲାଗିଛି। ତେଣୁ ନତାଶାଙ୍କ ସର୍ବିଆ ଯିବାର ସଙ୍କେତ ଆଦୌ ଭଲ ନୁହେଁ।
ଇନଷ୍ଟାଗ୍ରାମ ଷ୍ଟୋରୀ ମାଧ୍ୟମରେ ନତାଶା ଏକ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ସେ ଏକ ବ୍ୟାଗ ପ୍ୟାକ୍ କରୁଥିବା ଦେଖିବାକୁ ମିଳିଛି। ନତାଶା ଲେଖିଛନ୍ତି, ଏହା ବର୍ଷର ସେହି ସମୟ । ଏହି କ୍ୟାପସନ୍ ସହିତ ନତାଶା ଏକ ବିମାନ ଏବଂ ଘରର ଇମୋଜି ମଧ୍ୟ ଦେଇଛନ୍ତି। ଏଭଳି ପରିସ୍ଥିତିରେ ପ୍ରଶଂସକମାନେ ଅନୁମାନ କରିବାକୁ ଲାଗିଲେ ଯେ ସେ ସର୍ବିଆରେ ଥିବା ତାଙ୍କ ଘରକୁ ଯାଉଛନ୍ତି। ତେବେ ପ୍ରଶଂସକଙ୍କ ଏହା କେବଳ କଳ୍ପନାଜଳ୍ପନା। ଏହି ଷ୍ଟୋରି ପରେ ନତାଶାଙ୍କୁ ବିମାନବନ୍ଦରରେ ପୁଅ ଅଗସ୍ତ୍ୟଙ୍କ ସହ ମଧ୍ୟ ଦେଖିବାକୁ ମିଳିଥିଲା।