ବ୍ରେକ୍ଅପ ଖବର ମଧ୍ୟରେ ଆଦିତ୍ୟଙ୍କ ସହ ଫଟୋ ସେୟାର କଲେ ଚଙ୍କି ପାଣ୍ଡ, ସୋସିଆଲ ମିଡିଆ ହେଉଛି ଭାଇରାଲ

ମୁମ୍ଵାଇ ୦୯।୦୬: ଅନନ୍ୟା ପାଣ୍ଡେ ଏବଂ ଆଦିତ୍ୟ ରୟ କପୁର। ତାଙ୍କ ରିଲେସନଶିପ୍‌କୁ ନେଇ ଦୁହେଁ ଖୁବ୍‌ ଲାଇମ ଲାଇଟ୍‌ରେ ଥିଲେ । ହେଲେ ଦୁଇ ବର୍ଷର ଡେଟିଂ ପରେ ଏହି କପଲ ଚଳିତ ବର୍ଷ ଆରମ୍ଭରେ ବ୍ରେକଅପ କରିଥିଲେ। ଏହି ପ୍ରକାରର ଆଲୋଚନା ପରେ ଉଭୟଙ୍କ ପକ୍ଷରୁ କୌଣସି ସୂଚନା ମିଳି ନାହିଁ । ଏହି ସବୁ ଗୁଜବ ମଧ୍ୟରେ ଅନନ୍ୟାଙ୍କ ପିତା ଅର୍ଥାତ୍ ଅଭିନେତା ଚଙ୍କି ପାଣ୍ଡେ ଆଦିତ୍ୟ ରୟ କପୁରଙ୍କ ସହ ନଜର ଆସିଛନ୍ତି। ଯାହାର ଫଟୋ ସୋସିଆଲ ମିଡିଆରେ ଖୁବ୍‌ ବାଇରାଲ ହେଉଛି ।  View this post on InstagramA post shared by Chunky Panday (@chunkypanday)ଜୁନ୍ ୮ ଶନିବାର ଦିନ ଚଙ୍କି ଏକ ବ୍ରାଣ୍ଡ୍ ସୁଟ୍ ର କିଛି ଫଟୋ ସେୟାର କରିଥିଲେ। ଯେଉଁଥିରେ ସେ ଗୋଆରେ ଦି ନାଇଟ୍ ମ୍ୟାନେଜର ଅଭିନେତା ଆଦିତ୍ୟ ରୟ କପୁରଙ୍କ ସହ ଚିଲ୍‌ କରୁଥିବା ଦେଖିବାକୁ ମିଳିଥିଲା। ଚଙ୍କି ଆଦିତ୍ୟଙ୍କ ସହ ସେଲଫି ନେଉଥିବାର ନଜର ଆସିଛନ୍ତି। ଏହି ଫଟୋ ଗୁଡିକ ସେୟାର କରିବା କରିବାବେଳେ ଅଭିନେତା ସୁନ୍ଦର କ୍ୟାପସନ ଲେଖିଥିଲେ। ଏଥି ସହିତ, ଅନନ୍ୟା ଚଙ୍କିଙ୍କ ଏହି ଫଟୋ ଗୁଡ଼ିକ ଉପରେ ମଧ୍ୟ ରିଆକ୍ଟ କରିଛନ୍ତି। ଯାହା ପରେ ପ୍ରଶଂସକମାନେ ଆଶା କରୁଛନ୍ତି ଯେ ତାଙ୍କର ଏବଂ ଆଦିତ୍ୟଙ୍କ ମଧ୍ୟରେ ସବୁକିଛି ଠିକ ଅଛି। ଜଣେ ଇନଷ୍ଟାଗ୍ରାମ ୟୁଜର୍ସ ଲେଖିଛନ୍ତି - ଅନନ୍ୟା ଏହି ଫଟୋକୁ ପସନ୍ଦ କରିଛନ୍ତି, ଏହାର ଅର୍ଥ ହେଉଛି ଆଦିତ୍ୟ ଏବଂ ଅନନ୍ୟା ଏକାଠି ଅ

ବ୍ରେକ୍ଅପ ଖବର ମଧ୍ୟରେ ଆଦିତ୍ୟଙ୍କ ସହ ଫଟୋ ସେୟାର କଲେ ଚଙ୍କି ପାଣ୍ଡ, ସୋସିଆଲ ମିଡିଆ ହେଉଛି ଭାଇରାଲ

ମୁମ୍ଵାଇ ୦୯।୦୬: ଅନନ୍ୟା ପାଣ୍ଡେ ଏବଂ ଆଦିତ୍ୟ ରୟ କପୁର। ତାଙ୍କ ରିଲେସନଶିପ୍‌କୁ ନେଇ ଦୁହେଁ ଖୁବ୍‌ ଲାଇମ ଲାଇଟ୍‌ରେ ଥିଲେ । ହେଲେ ଦୁଇ ବର୍ଷର ଡେଟିଂ ପରେ ଏହି କପଲ ଚଳିତ ବର୍ଷ ଆରମ୍ଭରେ ବ୍ରେକଅପ କରିଥିଲେ। ଏହି ପ୍ରକାରର ଆଲୋଚନା ପରେ ଉଭୟଙ୍କ ପକ୍ଷରୁ କୌଣସି ସୂଚନା ମିଳି ନାହିଁ । ଏହି ସବୁ ଗୁଜବ ମଧ୍ୟରେ ଅନନ୍ୟାଙ୍କ ପିତା ଅର୍ଥାତ୍ ଅଭିନେତା ଚଙ୍କି ପାଣ୍ଡେ ଆଦିତ୍ୟ ରୟ କପୁରଙ୍କ ସହ ନଜର ଆସିଛନ୍ତି। ଯାହାର ଫଟୋ ସୋସିଆଲ ମିଡିଆରେ ଖୁବ୍‌ ବାଇରାଲ ହେଉଛି । 

 

ଜୁନ୍ ୮ ଶନିବାର ଦିନ ଚଙ୍କି ଏକ ବ୍ରାଣ୍ଡ୍ ସୁଟ୍ ର କିଛି ଫଟୋ ସେୟାର କରିଥିଲେ। ଯେଉଁଥିରେ ସେ ଗୋଆରେ ଦି ନାଇଟ୍ ମ୍ୟାନେଜର ଅଭିନେତା ଆଦିତ୍ୟ ରୟ କପୁରଙ୍କ ସହ ଚିଲ୍‌ କରୁଥିବା ଦେଖିବାକୁ ମିଳିଥିଲା। ଚଙ୍କି ଆଦିତ୍ୟଙ୍କ ସହ ସେଲଫି ନେଉଥିବାର ନଜର ଆସିଛନ୍ତି। ଏହି ଫଟୋ ଗୁଡିକ ସେୟାର କରିବା କରିବାବେଳେ ଅଭିନେତା ସୁନ୍ଦର କ୍ୟାପସନ ଲେଖିଥିଲେ। 

ଏଥି ସହିତ, ଅନନ୍ୟା ଚଙ୍କିଙ୍କ ଏହି ଫଟୋ ଗୁଡ଼ିକ ଉପରେ ମଧ୍ୟ ରିଆକ୍ଟ କରିଛନ୍ତି। ଯାହା ପରେ ପ୍ରଶଂସକମାନେ ଆଶା କରୁଛନ୍ତି ଯେ ତାଙ୍କର ଏବଂ ଆଦିତ୍ୟଙ୍କ ମଧ୍ୟରେ ସବୁକିଛି ଠିକ ଅଛି। ଜଣେ ଇନଷ୍ଟାଗ୍ରାମ ୟୁଜର୍ସ ଲେଖିଛନ୍ତି - ଅନନ୍ୟା ଏହି ଫଟୋକୁ ପସନ୍ଦ କରିଛନ୍ତି, ଏହାର ଅର୍ଥ ହେଉଛି ଆଦିତ୍ୟ ଏବଂ ଅନନ୍ୟା ଏକାଠି ଅଛନ୍ତି।