୪ ବର୍ଷର ଝିଅ ବାର୍ଡ ଫ୍ଲୁରେ ଆକ୍ରାନ୍ତ, ଚିନ୍ତା ପ୍ରକଟ କଲା WHO
ନୂଆଦିଲ୍ଲୀ ୧୨/୦୬: ଆମେରିକା ପରେ ଭାରତରେ ବ୍ୟାପିଲା ବାର୍ଡ ଫ୍ଲୁ । ପଶ୍ଚିମବଙ୍ଗର ଏକ ୪ ବର୍ଷର ଝିଅ ବାର୍ଡ-ଫ୍ଲୁ ଭାଇରସରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ତେବେ ଆମେରିକାରେ ମଣିଷ ଦେହରେ ବାର୍ଡ-ଫ୍ଲୁର ଦ୍ୱିତୀୟ ମାମଲା ଚିହ୍ନଟ ହୋଇଥିବା ବେଳେ ଏବେ ଭାରତରେ ଚିହ୍ନଟ ହୋଇଛି ପ୍ରଥମ ମାମଲା । ପୂର୍ବରୁ ଆମେରିକାରେ ପଶ୍ଚିମବଙ୍ଗର ଏକ ୪ ବର୍ଷର ଝିଅ ବାର୍ଡ-ଫ୍ଲୁ ଭାଇରସରେ ଆକ୍ରାନ୍ତ ହୋଇଛି। ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ତଥା 'ହୁ' ସୂଚନା ଦେଇଛି । ସୂଚନା ଥାଉକି, ଭାଇରସରେ ଆକ୍ରାନ୍ତ ଝଅଟିର ଲଗାତାର ଶ୍ୱାସକ୍ରିୟା ସମସ୍ୟା, ପ୍ରବଳ ଜ୍ୱର ଏବଂ ପେଟ ଯନ୍ତ୍ରଣା ହୋଇଥିଲା । ସଂଗେ ସଂଗେ କୁନି ଝିଅଟିକୁ ସ୍ଥାନୀୟ ଡାକ୍ତରଖାନାରେ ଏନ୍ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାର ତିନି ମାସ ପରେ ତାକୁ ଡିସଚାର୍ଜ କରାଯାଇଛି । ତା' ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ଭଲ ଅଛି। କହିବାକୁ ଗଲେ କୁନି ଝିଅଟିର ଘରେ ଓ ଆଖପାଖରେ କୁକୁଡ଼ା ରଖାଯାଇଥିଲା । କୁକୁଡ଼ାଙ୍କ ଠାରୁ ହିଁ ସେ ବାର୍ଡ-ଫ୍ଲୁରେ ସଂକ୍ରମିତ ହୋଇଛି। ତେବେ ତାଙ୍କ ପରିବାରରେ କିମ୍ବା ଅନ୍ୟମାନଙ୍କ ଠାରେ କୌଣସି ଶ୍ୱାସ ରୋଗର ଲକ୍ଷଣ ଦେଖାଯାଇ ନାହିଁ। ଏହା ହେଉଛି ଭାରତରେ H9N2 ବାର୍ଡ-ଫ୍ଲୁର ଦ୍ୱିତୀୟ ମାନବ ସଂକ୍ରମଣ। ପ୍ରଥମ ମାମଲା୨୦୨୯ରେ ଚିହ୍ନଟ ହୋଇଥିଲା। ତେଣୁ ଏଥିପ୍ରତି ଆଗକୁ ସତର୍କ ରହିବା ପାଇଁ ହୁ ଚେତାଇଛି। କହିବାକୁ ଗଲେ H9N2 ଜୀବାଣୁ
ନୂଆଦିଲ୍ଲୀ ୧୨/୦୬: ଆମେରିକା ପରେ ଭାରତରେ ବ୍ୟାପିଲା ବାର୍ଡ ଫ୍ଲୁ । ପଶ୍ଚିମବଙ୍ଗର ଏକ ୪ ବର୍ଷର ଝିଅ ବାର୍ଡ-ଫ୍ଲୁ ଭାଇରସରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ତେବେ ଆମେରିକାରେ ମଣିଷ ଦେହରେ ବାର୍ଡ-ଫ୍ଲୁର ଦ୍ୱିତୀୟ ମାମଲା ଚିହ୍ନଟ ହୋଇଥିବା ବେଳେ ଏବେ ଭାରତରେ ଚିହ୍ନଟ ହୋଇଛି ପ୍ରଥମ ମାମଲା । ପୂର୍ବରୁ ଆମେରିକାରେ ପଶ୍ଚିମବଙ୍ଗର ଏକ ୪ ବର୍ଷର ଝିଅ ବାର୍ଡ-ଫ୍ଲୁ ଭାଇରସରେ ଆକ୍ରାନ୍ତ ହୋଇଛି। ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ତଥା 'ହୁ' ସୂଚନା ଦେଇଛି ।
ସୂଚନା ଥାଉକି, ଭାଇରସରେ ଆକ୍ରାନ୍ତ ଝଅଟିର ଲଗାତାର ଶ୍ୱାସକ୍ରିୟା ସମସ୍ୟା, ପ୍ରବଳ ଜ୍ୱର ଏବଂ ପେଟ ଯନ୍ତ୍ରଣା ହୋଇଥିଲା । ସଂଗେ ସଂଗେ କୁନି ଝିଅଟିକୁ ସ୍ଥାନୀୟ ଡାକ୍ତରଖାନାରେ ଏନ୍ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାର ତିନି ମାସ ପରେ ତାକୁ ଡିସଚାର୍ଜ କରାଯାଇଛି । ତା' ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ଭଲ ଅଛି।
କହିବାକୁ ଗଲେ କୁନି ଝିଅଟିର ଘରେ ଓ ଆଖପାଖରେ କୁକୁଡ଼ା ରଖାଯାଇଥିଲା । କୁକୁଡ଼ାଙ୍କ ଠାରୁ ହିଁ ସେ ବାର୍ଡ-ଫ୍ଲୁରେ ସଂକ୍ରମିତ ହୋଇଛି। ତେବେ ତାଙ୍କ ପରିବାରରେ କିମ୍ବା ଅନ୍ୟମାନଙ୍କ ଠାରେ କୌଣସି ଶ୍ୱାସ ରୋଗର ଲକ୍ଷଣ ଦେଖାଯାଇ ନାହିଁ। ଏହା ହେଉଛି ଭାରତରେ H9N2 ବାର୍ଡ-ଫ୍ଲୁର ଦ୍ୱିତୀୟ ମାନବ ସଂକ୍ରମଣ।
ପ୍ରଥମ ମାମଲା୨୦୨୯ରେ ଚିହ୍ନଟ ହୋଇଥିଲା। ତେଣୁ ଏଥିପ୍ରତି ଆଗକୁ ସତର୍କ ରହିବା ପାଇଁ ହୁ ଚେତାଇଛି। କହିବାକୁ ଗଲେ H9N2 ଜୀବାଣୁ ସାଧାରଣତଃ ସାମାନ୍ୟ ରୋଗର କାରଣ ହୋଇଥାଏ। ଆଗକୁ ଅନେକ ମଣିଷ ବାର୍ଡ-ଫ୍ଲୁରେ ଆକ୍ରାନ୍ତ ହୋଇଥିବା ମାମଲା ସାମ୍ନାକୁ ଆସିପାରେ।
କାରଣ ବିଭିନ୍ନ ଅଞ୍ଚଳରେ କୁକୁଡା ଫାର୍ମରେ ବାର୍ଡ-ଫ୍ଲୁ ସଂକ୍ରମଣ ବ୍ୟାପିବାରେ ଲାଗିଛି। ଏହାର ସବୁଠୁ ପ୍ରଚଳିତ ଏନ୍ଫ୍ଲୁଏଞ୍ଜା ଭାଇରସ୍ ମଧ୍ୟରୁ ଗୋଟିଏ ବୋଲି ମିଳିତ ଜାତିସଂଘ ଏଜେନ୍ସି କହିଛି। ସେପଟେ ଏହି ପ୍ରସଙ୍ଗରେ ଭାରତୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।