ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ପ୍ରସ୍ତୁତି ବୈଠକ
ଚୌଦ୍ୱାର: ଚୌଦ୍ୱାରରେ ଶ୍ରୀ ଜଗନ୍ନାଥ ପାଞ୍ଚରାତ୍ର ଆସନ୍ତା ଫ୍ରେବୃୟାରୀ ମାସ ୩ତାରିଖରୁ ୭ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ଆଗ୍ରାହାଟ ସ୍ଥିତ ଉତ୍ତରେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହେବାକୁ ଯାଉଛି। ଏନେଇ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ବ୍ରାଘ୍ରବାହିନୀ ପଡ଼ିଆ ସ୍ଥିତ ଡାକବଙ୍ଗଳାରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଜଗନ୍ନାଥ ଭକ୍ତ ସମାଜର ମୁଖ୍ୟ ଉପଦେଷ୍ଟା ପୁର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ,ଉପାଧ୍ୟକ୍ଷ ତଥା ଭକ୍ତ ସମାଜ ଉପସଭାପତି ଶୁଭେନ୍ଦୁ […]

ଚୌଦ୍ୱାର: ଚୌଦ୍ୱାରରେ ଶ୍ରୀ ଜଗନ୍ନାଥ ପାଞ୍ଚରାତ୍ର ଆସନ୍ତା ଫ୍ରେବୃୟାରୀ ମାସ ୩ତାରିଖରୁ ୭ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ଆଗ୍ରାହାଟ ସ୍ଥିତ ଉତ୍ତରେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହେବାକୁ ଯାଉଛି। ଏନେଇ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ବ୍ରାଘ୍ରବାହିନୀ ପଡ଼ିଆ ସ୍ଥିତ ଡାକବଙ୍ଗଳାରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଜଗନ୍ନାଥ ଭକ୍ତ ସମାଜର ମୁଖ୍ୟ ଉପଦେଷ୍ଟା ପୁର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ,ଉପାଧ୍ୟକ୍ଷ ତଥା ଭକ୍ତ ସମାଜ ଉପସଭାପତି ଶୁଭେନ୍ଦୁ ସାମଲ,ଚୌଦ୍ୱାର ଥାନା ଆଇଆଇସି ବିଶ୍ୱରଞ୍ଜନ ସାହୁ, ଚୌଦ୍ୱାର ଜଗନ୍ନାଥ ଭକ୍ତ ସମାଜର ସଦସ୍ୟ,ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମର ସଫଳ ରୁପାୟନ ପାଇଁ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ। ଭକ୍ତ ସମାଜ ସଭାପତିକୃଷ୍ନ ଚନ୍ଦ୍ର ମହାନ୍ତି,ଉପଦେଷ୍ଟା ନରେନ୍ଦ୍ରନାଥ ସ୍ୱାଇଁ, ଶରତ କୁମାର ଖୁଣ୍ଟଆ, ନରାୟଣ ସ୍ୱାଇଁ, ବିମଲ କୁମାର ବେଉରା, ପ୍ରମୋଦ ପଣ୍ଡା, ରମେଶ ବରାଳ, ରଞ୍ଜନ ସାହୁ, ପ୍ରଦୀପ୍ତ ବେହେରା, ଅର୍ଜୁନ ପଣ୍ଡା, ଅଜୟ କୁମାର ଦାସ ମହାପାତ୍ର, ମୀନକେତନ ପଣ୍ଡା, ସମାଜସେବୀ ସହଦେବ ବରାଳ ସମେତ ପଞ୍ଚାୟତ ତଥା ପୌରପାଳିକାରର ବହୁ କର୍ମକର୍ତ୍ତା ଓ ଜଗନ୍ନାଥପ୍ରେମୀ ଉପସ୍ଥିତ ଥିଲେ।