ବ୍ରିଟେନ ମନ୍ତ୍ରୀପଦ ଛାଡ଼ିଲେ ​‌ହସିନାଙ୍କ ଭାଣିଜୀ

ଲଣ୍ଡନ: ବ୍ରିଟେନ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଛନ୍ତି ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନାଙ୍କ ଭାଣିଜୀ ତୁଲିପ ସିଦ୍ଦିକି। ୪୨ବର୍ଷୀୟ ତୁଲିପ୍‌ ୟୁକେ ମନ୍ତ୍ରିମଣ୍ଡଳରେ ଦୁର୍ନୀତି ନିବାରଣ ମନ୍ତ୍ରୀ ଥିଲେ। ଶେଖ୍‌ ହସିନାଙ୍କ ସହ ତୁଲିପ୍‌ଙ୍କ ଆର୍ଥିକ କାରବାରକୁ ନେଇ ପ୍ରଶ୍ନ ଉଠିବା ପରେ ସେ ଇସ୍ତଫା ଦେଇଛନ୍ତି। ଗତ କିଛିଦିନ ହେବ ତୁଲିପ୍‌ଙ୍କ ବିଶ୍ବସନୀୟତା ଉପରେ ପ୍ରଶ୍ନ ଉଠିଥିଲା। ତେବେ ସେ ନିଜକୁ ନିର୍ଦୋଷ ବୋଲି କହି ଆସୁଥିଲେ। ୟୁକେ ପ୍ରଧାନମନ୍ତ୍ରୀ କିର୍‌ ଷ୍ଟାର୍ମର ମଧ୍ୟ ତୁଲିପ୍‌ଙ୍କ […]

ବ୍ରିଟେନ ମନ୍ତ୍ରୀପଦ ଛାଡ଼ିଲେ ​‌ହସିନାଙ୍କ ଭାଣିଜୀ

ଲଣ୍ଡନ: ବ୍ରିଟେନ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଛନ୍ତି ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନାଙ୍କ ଭାଣିଜୀ ତୁଲିପ ସିଦ୍ଦିକି। ୪୨ବର୍ଷୀୟ ତୁଲିପ୍‌ ୟୁକେ ମନ୍ତ୍ରିମଣ୍ଡଳରେ ଦୁର୍ନୀତି ନିବାରଣ ମନ୍ତ୍ରୀ ଥିଲେ। ଶେଖ୍‌ ହସିନାଙ୍କ ସହ ତୁଲିପ୍‌ଙ୍କ ଆର୍ଥିକ କାରବାରକୁ ନେଇ ପ୍ରଶ୍ନ ଉଠିବା ପରେ ସେ ଇସ୍ତଫା ଦେଇଛନ୍ତି।
ଗତ କିଛିଦିନ ହେବ ତୁଲିପ୍‌ଙ୍କ ବିଶ୍ବସନୀୟତା ଉପରେ ପ୍ରଶ୍ନ ଉଠିଥିଲା। ତେବେ ସେ ନିଜକୁ ନିର୍ଦୋଷ ବୋଲି କହି ଆସୁଥିଲେ। ୟୁକେ ପ୍ରଧାନମନ୍ତ୍ରୀ କିର୍‌ ଷ୍ଟାର୍ମର ମଧ୍ୟ ତୁଲିପ୍‌ଙ୍କ ପ୍ରତି ସମର୍ଥନବ୍ୟକ୍ତ କରିଥିଲେ। ତେବେ ତୁଲିପ୍‌ ମଙ୍ଗଳବାର ମନ୍ତ୍ରୀପଦରୁ ଇସ୍ତଫା ଦେଇଥିଲେ। ଷ୍ଟାର୍ମରଙ୍କୁ ଲେଖିଥିବା ଇସ୍ତଫାପତ୍ରରେ ତୁଲିପ୍‌ ଦର୍ଶାଇଥିଲେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନାଙ୍କ ସହ ତାଙ୍କର ପାରିବାରିକ ସମ୍ପର୍କ ରହିଥିବାରୁ ତାଙ୍କ ବିଶ୍ବସନୀୟତା ଉପରେ କେତେକ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହା ସରକାରଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବାର ଆଶଙ୍କା ଥିବାରୁ ଇସ୍ତଫା ଦେବାକୁ ଉଚିତ୍‌ ମଣିଛନ୍ତି। ତୁଲିପ୍‌ ଇସ୍ତଫା ​ଦେଇଥିବା ବେଳେ ତାଙ୍କ ସ୍ଥାନରେ ଦୁର୍ନୀତି ନିବାରଣ ବିଭାଗର ମନ୍ତ୍ରୀ ଭାବେ ଇମା ରୋନୋଲ୍ଡଙ୍କୁ ନିଯୁକ୍ତ କରିଛନ୍ତି ଷ୍ଟାର୍ମର।