ଶ୍ରୀଗୁଣ୍ଡିଚାରୁ ଭାଙ୍ଗିଲାଣି ରଥ ଚକ, ଏଯାଏ ହୋଇନି ମରାମତି, ଅବହେଳାକୁ ନେଇ…
ଦାରିଙ୍ଗବାଡ଼ି,୩୦ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ଚଳିତ ଶ୍ରୀଗୁଣ୍ଡିଚା ଦିନ ନୀତିକାନ୍ତିରେ ବିଳମ୍ବ,ସନ୍ଧ୍ୟା ୬ଟା ପରେ ରଥଟଣା ଏବଂ ବାଟରେ ରଥ ଚକ ଭାଙ୍ଗିଯିବା ପରେ ବିପଦ ସଂକୁଳ ଅବସ୍ଥାରେ ରଥକୁ ଟଣାଯିବା ଘଟଣାକୁ ନେଇ ଅଞ୍ଚଳରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଏବେ ତୀବ୍ର ଅସନ୍ତୋଷ ଦେଖାଯାଇଛି। ସେହିଦିନ ବିଭ୍ରାଟ ଓ ରଥଯାତ୍ରା ପରିଚାଳନା କମିଟିର ଅବହେଳା ଏବଂ ଜଗନ୍ନାଥ ସଂସ୍କୃତିକୁ ଦଳିଚକଟି ଆଧୁନିକ ବାଦ୍ୟଯନ୍ତ୍ର ସହ ଆଧୁନିକ ନୃତ୍ୟ ଭଳି ଦୃଶ୍ୟକୁ ଦେଖି ଶ୍ରଦ୍ଧାଳୁଙ୍କ […] The post ଶ୍ରୀଗୁଣ୍ଡିଚାରୁ ଭାଙ୍ଗିଲାଣି ରଥ ଚକ, ଏଯାଏ ହୋଇନି ମରାମତି, ଅବହେଳାକୁ ନେଇ… appeared first on Dharitri Odia News.
ଦାରିଙ୍ଗବାଡ଼ି,୩୦ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ଚଳିତ ଶ୍ରୀଗୁଣ୍ଡିଚା ଦିନ ନୀତିକାନ୍ତିରେ ବିଳମ୍ବ,ସନ୍ଧ୍ୟା ୬ଟା ପରେ ରଥଟଣା ଏବଂ ବାଟରେ ରଥ ଚକ ଭାଙ୍ଗିଯିବା ପରେ ବିପଦ ସଂକୁଳ ଅବସ୍ଥାରେ ରଥକୁ ଟଣାଯିବା ଘଟଣାକୁ ନେଇ ଅଞ୍ଚଳରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଏବେ ତୀବ୍ର ଅସନ୍ତୋଷ ଦେଖାଯାଇଛି। ସେହିଦିନ ବିଭ୍ରାଟ ଓ ରଥଯାତ୍ରା ପରିଚାଳନା କମିଟିର ଅବହେଳା ଏବଂ ଜଗନ୍ନାଥ ସଂସ୍କୃତିକୁ ଦଳିଚକଟି ଆଧୁନିକ ବାଦ୍ୟଯନ୍ତ୍ର ସହ ଆଧୁନିକ ନୃତ୍ୟ ଭଳି ଦୃଶ୍ୟକୁ ଦେଖି ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି। ଦାରିଙ୍ଗବାଡ଼ି ସମେତ ବିଭିନ୍ନ ସ୍ଥାନରୁ ଆସିଥିବା ଶ୍ରଦ୍ଧାଳୁ, ଦର୍ଶକ ଅସନ୍ତୋଷ ବ୍ୟକ୍ତ କରିବା ସହ ଏଭଳି ବିଳମ୍ବ ଓ ଭଙ୍ଗା ରଥରେ ଜଗନ୍ନାଥଙ୍କୁ ରଥରେ ନେବା ନିନ୍ଦନୀୟ ଘଟଣା। ଏଥିପ୍ରତି ପରିଚାଳନା କମିଟି ଯତ୍ନବାନ ହେବା ଆବଶ୍ୟକ ବୋଲି ତିଆଡ଼ି ନାୟକ କହିଛନ୍ତି।
ଏଭଳି ଅବ୍ୟବସ୍ଥା ସମ୍ପର୍କରେ କମିଟିର ସଭାପତି ପ୍ରଦୀପ କୁମାର ସାହୁଙ୍କୁ ପଚାରି ବୁଝିବାରୁ ସେ ଘଟଣାଟିକୁ ଅତି ହାଲୁକା ଭାବେ ନେବା ସହ ସେହିଦିନ କୌଣସି ଅସୁବିଧା ହୋଇ ନ ଥିବା କହିଛନ୍ତି। ତେବେ ସେହିଦିନ ଡିଏସ୍ପି କନକ ମାଝୀ ଏହି ଅବ୍ୟବସ୍ଥାକୁ ଦେଖି ଶୀଘ୍ର ରଥ ମରାମତି କରିବାକୁ ଏବଂ ଶୃଙ୍ଖଳିତ ଭାବେ ବାହୁଡ଼ା ଯାତ୍ରା ସମୟ ମଧ୍ୟରେ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଡିଓ ପ୍ରୀତିରଞ୍ଜନ ରଥ ମଧ୍ୟ ଘଟଣାକୁ ଅତି ଗୁରୁତର ସହ ନେବା ସହ କମିଟିକୁ ତାଗିଦ କରିଥିବା ଜଣାପଡ଼ିଛି। ଖବର ଲେଖାହେବା ପର୍ଯ୍ୟନ୍ତ ରଥ ଚକ ଭାଙ୍ଗି ଯାଇଥିଲେ ସୁଦ୍ଧା କମିଟି ଟାଳଟୁଳ ନୀତି ଅବଲମ୍ବନ କରି ମରାମତି କରିବାରେ ବିଳମ୍ବ କରୁଥିବାରୁ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଯାଇଛି।
The post ଶ୍ରୀଗୁଣ୍ଡିଚାରୁ ଭାଙ୍ଗିଲାଣି ରଥ ଚକ, ଏଯାଏ ହୋଇନି ମରାମତି, ଅବହେଳାକୁ ନେଇ… appeared first on Dharitri Odia News.