ଶ୍ରୀଜଗନ୍ନାଥ ପ୍ରେମିଙ୍କ ପାଇଁ ଖୁସି ଖବର: ବିନା ବସ୍ ଭଡ଼ାରେ ହେବ ଜଗା ଦର୍ଶନ
ଭୁବନେଶ୍ୱର,୧୭।୨: ୨୦୨୫-୨୬ ଆର୍ଥିକ ବର୍ଷ ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ବିଧାନସଭାରେ ପୂର୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି। ଏଥିର ନୂଆ କରି ବଜେଟରେ ଶ୍ରୀଜଗନ୍ନାଥ ଯୋଜନା ଯୋଡି ହୋଇଛି। ଏନେଇ ବଜେଟରେ ୩୦ କୋଟି ଟଙ୍କା ବ୍ୟବବରାଦ କରାଯାଇଛି। ଜିଲା ସଦର ମହକୁମାରୁ ଶ୍ରଦ୍ଧାଳୁ ମାଗଣାରେ ବସ୍ରେ ଆସି ଜଗା ଦର୍ଶନ କରି ମହାପ୍ରଭୁଙ୍କ ଅବଢ଼ା ଖାଇବେ। ମୁଖ୍ୟମନ୍ତ୍ରୀ ବଜେଟ ଉପସ୍ଥାପନ ବେଳେ କହିଥିଲେ, ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓଡ଼ିଆ ସଂସ୍କୃତିର ପ୍ରାଣକେନ୍ଦ୍ର ଅଟନ୍ତି […] The post ଶ୍ରୀଜଗନ୍ନାଥ ପ୍ରେମିଙ୍କ ପାଇଁ ଖୁସି ଖବର: ବିନା ବସ୍ ଭଡ଼ାରେ ହେବ ଜଗା ଦର୍ଶନ appeared first on Dharitri Odia News.
ଭୁବନେଶ୍ୱର,୧୭।୨: ୨୦୨୫-୨୬ ଆର୍ଥିକ ବର୍ଷ ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ବିଧାନସଭାରେ ପୂର୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି। ଏଥିର ନୂଆ କରି ବଜେଟରେ ଶ୍ରୀଜଗନ୍ନାଥ ଯୋଜନା ଯୋଡି ହୋଇଛି। ଏନେଇ ବଜେଟରେ ୩୦ କୋଟି ଟଙ୍କା ବ୍ୟବବରାଦ କରାଯାଇଛି। ଜିଲା ସଦର ମହକୁମାରୁ ଶ୍ରଦ୍ଧାଳୁ ମାଗଣାରେ ବସ୍ରେ ଆସି ଜଗା ଦର୍ଶନ କରି ମହାପ୍ରଭୁଙ୍କ ଅବଢ଼ା ଖାଇବେ।
ମୁଖ୍ୟମନ୍ତ୍ରୀ ବଜେଟ ଉପସ୍ଥାପନ ବେଳେ କହିଥିଲେ, ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓଡ଼ିଆ ସଂସ୍କୃତିର ପ୍ରାଣକେନ୍ଦ୍ର ଅଟନ୍ତି । ରତ୍ନ ସିଂହାସନରେ ବିରାଜମାନ ମହାପ୍ରଭୁଙ୍କୁ ଦେଖିବାକୁ ପ୍ରତିଟି ଓଡିଆଙ୍କ ଇଚ୍ଛା । ଗରିବ ଭକ୍ତଙ୍କ ମନସ୍କାମନା ପୂରଣ କରିବାକୁ ନୂଆ ଯୋଜନା ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା ଆରମ୍ଭ କରାଯାଉଛି । ପ୍ରତ୍ୟେକ ଜିଲ୍ଲା ସଦରମହକୁମାରୁ ଜଗନ୍ନାଥ ଦର୍ଶନ ପାଇଁ ସ୍ବତନ୍ତ୍ର ବସରେ ଗରିବ ଭକ୍ତମାନେ ମାଗଣାରେ ପୁରୀ ଆସି ଜଗା ଦର୍ଶନ କରିବା ସହ ମହାପ୍ରସାଦ ସେବନ କରିପାରିବେ ।
ଐତିହ୍ୟ, ସ୍ମାରକୀର ସମନ୍ବିତ ଏବଂ ପର୍ଯ୍ୟଟନସ୍ଥଳର ମୌଳିକ ସୁବିଧା ବୃଦ୍ଧି ଯୋଜନା ଅଧୀନରେ, ପ୍ରାୟ ୨ଶହ ୨୫ଶହ କୋଟି ଟଙ୍କାରେ କେନ୍ଦୁଝର ଘଟଗାଁସ୍ଥିତ ମା’ ତାରିଣୀ ମନ୍ଦିର ପରିସରର ବିକାଶ କରାଯିବ । ଢେଙ୍କାନାଳ ଜିଲାର ଯୋରନ୍ଦାରେ ଥିବା ମହିମା ଗାଦିର ବିକାଶ କାର୍ଯ୍ୟ ଏବଂ ସେଠାରେ ଭବ୍ୟ ଶୂନ୍ୟ ମଣ୍ଡପ ନିର୍ମାଣ ପାଇଁ ତଥା ଯୋରନ୍ଦା ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ଏହାଦ୍ୱାରା ଯୋରନ୍ଦା ମହିମା ଗାଦି ଦେଶର ଏକ ପ୍ରମୁଖ ଧାର୍ମିକ ଓ ଆଧ୍ୟାତ୍ମିକ କ୍ଷେତ୍ର ଭାବେ ପରିଗଣିତ ହେବ। ପୁରୀର ସାକ୍ଷୀଗୋପାଳସ୍ଥିତ ସାକ୍ଷୀ ଗୋପୀନାଥ ମନ୍ଦିର ପାର୍ଶ୍ୱଞ୍ଚଳର ବିକାଶ କରାଯିବ ।
The post ଶ୍ରୀଜଗନ୍ନାଥ ପ୍ରେମିଙ୍କ ପାଇଁ ଖୁସି ଖବର: ବିନା ବସ୍ ଭଡ଼ାରେ ହେବ ଜଗା ଦର୍ଶନ appeared first on Dharitri Odia News.