ଶ୍ରୀଜିଉଙ୍କୁ ଦର୍ଶନ କଲେ ରାଜନାଥ, ଖଣ୍ଡୁଆ ପାଟ ଦେଇ ସ୍ବାଗତ କଲେ ସେବାୟତ

ପୁରୀ ୧୨/୬: ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ସାଙ୍ଗରେ ଥିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ,ପୁରୀ ଲୋକସଭା ସାଂସଦ ସମ୍ବିତ ପାତ୍ର,ବ୍ରହ୍ମଗିରି ବିଧାୟକ ଉପାସନା ମହାପାତ୍ର,ଓ ସତ୍ୟବାଦୀ ବିଧାୟକ ଓମ୍‌ ପ୍ରକାଶ ମିଶ୍ର । ସିଂହଦ୍ବାର ନିକଟରେ ସମସ୍ତେ ପହଞ୍ଚିବା ପରେ ପ୍ରତିରକ୍ଷା ମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ସେବାୟତମାନେ ଖଣ୍ଡୁଆ ପାଟ ଦେଇ ସ୍ବାଗତ କରିଥିଲେ । ପ୍ରାୟ ୨୦ ମିନିଟ ଧରି ଶ୍ରୀମନ୍ଦିର ଭିତରକାଠ ନିକଟରୁ ମହାପ୍ରଭୁଙ୍କୁ ଦର୍ଶନ କରିଥିବାବେଳେ ପାର୍ଶ୍ବ ଦେବାଦେବୀଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଥିଲେ । ଶ୍ରୀମନ୍ଦିରରୁ ଫେରିବା ପରେ ଲୋକଙ୍କୁ ହାତ ହଲାଇ ଅଭିଭାଦନ ଜଣାଇଥିଲେ ରାଜନାଥ  । 