ଶ୍ରୀପଞ୍ଚମୀ ଅବସରରେ ଆଜି ଅନୁଷ୍ଠିତ ହେବ ରଥକାଠ ପୂଜା ନୀତି

ପୁରୀ: ଶ୍ରୀପଞ୍ଚମୀ ଅବସରରେ ଆଜି ଅନୁଷ୍ଠିତ ହେବ ରଥକାଠ ପୂଜା ନୀତି। ଏଥିସହିତ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ଯାତ୍ରା ପ୍ରସ୍ତୁତିର... The post ଶ୍ରୀପଞ୍ଚମୀ ଅବସରରେ ଆଜି ଅନୁଷ୍ଠିତ ହେବ ରଥକାଠ ପୂଜା ନୀତି appeared first on .

ଶ୍ରୀପଞ୍ଚମୀ ଅବସରରେ ଆଜି ଅନୁଷ୍ଠିତ ହେବ ରଥକାଠ ପୂଜା ନୀତି

ପୁରୀ: ଶ୍ରୀପଞ୍ଚମୀ ଅବସରରେ ଆଜି ଅନୁଷ୍ଠିତ ହେବ ରଥକାଠ ପୂଜା ନୀତି। ଏଥିସହିତ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ଯାତ୍ରା ପ୍ରସ୍ତୁତିର ପ୍ରଥମ ପର୍ବ ଆରମ୍ଭ ହେବ । ପରମ୍ପରା ମୁତାବକ ମହାପ୍ରଭୁଙ୍କ ରଥନିର୍ମାଣ ପାଇଁ ଆସିଥିବା କାଠ ରଥଖଳାରେ ପୂଜା କରାଯିବ। ରାଜପୁରୋହିତ, ଶ୍ରୋତ୍ରୀୟ ବ୍ରାହ୍ମଣଙ୍କ ଦ୍ୱାରା ତିନିଖଣ୍ଡ ୧୨ ଫୁଟିଆ ଧଉରା କାଠ ଉପରେ ପଞ୍ଚାମୃତ ସିଞ୍ଚନ କରି ଦିପ, ଧୂପ ନୈବେଦ୍ୟ ଦେଇ ପୂଜାର୍ଚ୍ଚନା କରାଯିବ।

ସେହିପରି ରଥ ଖଳାକୁ ପରିଷ୍କାର କରାଯିବା ସହ ତିନିରଥର ତିନୋଟି ଧଉରା କାଠକୁ ରଖାଯିବ। ଶ୍ରୋତ୍ରୀୟ ବ୍ରାହ୍ମଣ ଓ ରାଜଗୁରୁ ବନଜାଗ ପଦ୍ଧତିରେ ମନ୍ତ୍ର ଉଚ୍ଚାରଣ କରି ପୂଜା କରିବେ। ଏହି ଅବସରରେ ଶ୍ରୀଫଳ ବାଡେଇ ଏହାକୁ ପୂଜାର୍ଚ୍ଚନା କରାଯିବ।

The post ଶ୍ରୀପଞ୍ଚମୀ ଅବସରରେ ଆଜି ଅନୁଷ୍ଠିତ ହେବ ରଥକାଠ ପୂଜା ନୀତି appeared first on .