ଶ୍ରୀବଣ ମାସର ପ୍ରଥମ ସୋମବାର, ଜଳାଭିଷେକ ଲାଗି ଲୋକନାଥଙ୍କ ପୀଠରେ କାଉଡିଆଙ୍କ ଭିଡ

ପୁରୀ ୨୨।୦୭ :  ଆଜି ହେଉଛି ଶ୍ରାବଣ ମାସର ପ୍ରଥମ ସୋମବାର। ଶିବ ଭକ୍ତଙ୍କ ପାଇଁ ଆଜିର ଦିନଟି ବଡ଼ ପବିତ୍ର ଦିନ। ପୁରୀର ଶ୍ରୀ ଶ୍ରୀ ଲୋକନାଥ ପୀଠରେ ପ୍ରାୟ ୮ ହଜାରରୁ ଉର୍ଦ୍ଧ୍ଵ କାଉଁଡ଼ିଆ ଭକ୍ତ ଜଳାଭିଷେକ କରିଛନ୍ତି। ଭକ୍ତଙ୍କ ଅହେତୁକ ଭିଡ଼କୁ ଦୃଷ୍ଟିରେ ରଖି ଶ୍ରୀଲୋକନାଥ ମନ୍ଦିର ଓ ପୋଲିସ ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଛି ବ୍ୟାପକ ବ୍ୟବସ୍ଥା। କାଉଡ଼ିଆମାନେ ଟିକେଟ କାଟିବା ସହ ବ୍ୟାରିକେଡ଼ ମଧ୍ୟରେ ପ୍ରବେଶ କରି ପ୍ରଭୁ ଲୋକନାଥଙ୍କ ପାଖରେ ଜଳଲାଗି କରି ନିଜକୁ ଧନ୍ୟ ମନେ କରିଛନ୍ତି।ଶ୍ରାବଣ ମାସର ଆଜି ପ୍ରଥମ ସୋମବାର ଥିଲା ଶିବ ଭକ୍ତଙ୍କ ପାଇଁ ଏକ ପବିତ୍ର ଦିନ। ଆଜିର ଦିନରେ ଜଳାଭିଷେକ କରିବା ପାଇଁ କାଉଁଡ଼ିଆଙ୍କର ଗହଳି ଲାଗିଥିଲା ପୁରୀର ଶ୍ରୀ ଶ୍ରୀ ଲୋକନାଥଙ୍କ ପୀଠରେ। ପ୍ରଥମ ସୋମବାରରେ ପ୍ରାୟ ୮ ହଜାରରୁ ଉର୍ଦ୍ଧ୍ଵ କାଉଡ଼ିଆ ଭକ୍ତଙ୍କ ସମାଗମ ହୋଇଥିବା ବେଳେ ରାତି ସାଢେ ୧୨ ଟାରୁ ଦ୍ବାର ଫିଟା ଯାଇ ୧ଟା ୩୦ରେ ଜଳାଭିଷେକ ଆରମ୍ଭ ହୋଇଥିଲା ଏହି ପୀଠରେ। ଭକ୍ତମାନେ ଘଣ୍ଟା ଘଣ୍ଟା ଅପେକ୍ଷା କରି ପ୍ରଭୁ ଲୋକନାଥଙ୍କୁ ଜଳାଭିଷେକ କରିବା ସହିତ ପୂଜାର୍ଚ୍ଚନା କରିଥିଲେ। ଛପନଛକ ଠାରେ ପ୍ରଶାସନ ପକ୍ଷରୁ ନିର୍ମାଣ କରାଯାଇଥିବା ଅସ୍ଥାୟୀ ବ୍ୟାରିକେଡ଼ରେ ପାର୍ବତୀ ସାଗର ପଛପଟ ଦେଇ କାଉଁଡ଼ିଆମାନେ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ। ବୋଲବମ୍ ହରହର ବମ୍ ଶଦ୍ଦରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ଏହି ପୀଠ

ଶ୍ରୀବଣ ମାସର ପ୍ରଥମ ସୋମବାର, ଜଳାଭିଷେକ ଲାଗି ଲୋକନାଥଙ୍କ ପୀଠରେ କାଉଡିଆଙ୍କ ଭିଡ

ପୁରୀ ୨୨।୦୭ :  ଆଜି ହେଉଛି ଶ୍ରାବଣ ମାସର ପ୍ରଥମ ସୋମବାର। ଶିବ ଭକ୍ତଙ୍କ ପାଇଁ ଆଜିର ଦିନଟି ବଡ଼ ପବିତ୍ର ଦିନ। ପୁରୀର ଶ୍ରୀ ଶ୍ରୀ ଲୋକନାଥ ପୀଠରେ ପ୍ରାୟ ୮ ହଜାରରୁ ଉର୍ଦ୍ଧ୍ଵ କାଉଁଡ଼ିଆ ଭକ୍ତ ଜଳାଭିଷେକ କରିଛନ୍ତି। ଭକ୍ତଙ୍କ ଅହେତୁକ ଭିଡ଼କୁ ଦୃଷ୍ଟିରେ ରଖି ଶ୍ରୀଲୋକନାଥ ମନ୍ଦିର ଓ ପୋଲିସ ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଛି ବ୍ୟାପକ ବ୍ୟବସ୍ଥା। କାଉଡ଼ିଆମାନେ ଟିକେଟ କାଟିବା ସହ ବ୍ୟାରିକେଡ଼ ମଧ୍ୟରେ ପ୍ରବେଶ କରି ପ୍ରଭୁ ଲୋକନାଥଙ୍କ ପାଖରେ ଜଳଲାଗି କରି ନିଜକୁ ଧନ୍ୟ ମନେ କରିଛନ୍ତି।

ଶ୍ରାବଣ ମାସର ଆଜି ପ୍ରଥମ ସୋମବାର ଥିଲା ଶିବ ଭକ୍ତଙ୍କ ପାଇଁ ଏକ ପବିତ୍ର ଦିନ। ଆଜିର ଦିନରେ ଜଳାଭିଷେକ କରିବା ପାଇଁ କାଉଁଡ଼ିଆଙ୍କର ଗହଳି ଲାଗିଥିଲା ପୁରୀର ଶ୍ରୀ ଶ୍ରୀ ଲୋକନାଥଙ୍କ ପୀଠରେ। ପ୍ରଥମ ସୋମବାରରେ ପ୍ରାୟ ୮ ହଜାରରୁ ଉର୍ଦ୍ଧ୍ଵ କାଉଡ଼ିଆ ଭକ୍ତଙ୍କ ସମାଗମ ହୋଇଥିବା ବେଳେ ରାତି ସାଢେ ୧୨ ଟାରୁ ଦ୍ବାର ଫିଟା ଯାଇ ୧ଟା ୩୦ରେ ଜଳାଭିଷେକ ଆରମ୍ଭ ହୋଇଥିଲା ଏହି ପୀଠରେ। ଭକ୍ତମାନେ ଘଣ୍ଟା ଘଣ୍ଟା ଅପେକ୍ଷା କରି ପ୍ରଭୁ ଲୋକନାଥଙ୍କୁ ଜଳାଭିଷେକ କରିବା ସହିତ ପୂଜାର୍ଚ୍ଚନା କରିଥିଲେ। ଛପନଛକ ଠାରେ ପ୍ରଶାସନ ପକ୍ଷରୁ ନିର୍ମାଣ କରାଯାଇଥିବା ଅସ୍ଥାୟୀ ବ୍ୟାରିକେଡ଼ରେ ପାର୍ବତୀ ସାଗର ପଛପଟ ଦେଇ କାଉଁଡ଼ିଆମାନେ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ। ବୋଲବମ୍ ହରହର ବମ୍ ଶଦ୍ଦରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ଏହି ପୀଠରେ।

ପ୍ରାୟ ୮ ହଜାରରୁ ଉର୍ଦ୍ଧ୍ଵ ଭକ୍ତଙ୍କ ଭିଡ଼ ହୋଇଥିବାରୁ ଲୋକନାଥ ମନ୍ଦିର ଠାରେ ଲମ୍ୱା ଧାଡ଼ିରେ ଶିବଭକ୍ତ ମାନେ ଠିଆ ହୋଇଥିଲେ। ଭକ୍ତଙ୍କ ସୁବିଧା ଦର୍ଶନ ଓ ଜଳଲାଗି ପାଇଁ ପ୍ରଶାସନ ପକ୍ଷରୁ ବ୍ୟାରିକେଡର ବ୍ୟବସ୍ଥା ହୋଇଥିଲା। ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ପାଇଁ ୧୨ ପ୍ଲାଟୁନ ପୋଲିସ ଫୋର୍ସ ସହ ଜଣେ ଅତିରିକ୍ତ ଏସପି, ୬ ଜଣ ଆଇଆଇସିଙ୍କ ସହ ହୋମଗାର୍ଡ ମଧ୍ୟ ମୃତୟନ ହୋଇଥିଲେ। ସେହିପରି କାଉଡ଼ିଆ ଭକ୍ତ ମାନେ ୩୦ ଟଙ୍କା ଦେଇ ଟିକେଟ କରି ପ୍ରଭୁ ଲୋକନାଥଙ୍କ ମସ୍ତକରେ ଜଳଲାଗି କରିଥିଲେ। ଲୋକନାଥ ମନ୍ଦିରରେ ଆଜି ଶ୍ରାବଣ ମାସର ପ୍ରଥମ ସୋମବାରରେ କାଉଁଡ଼ିଆଙ୍କ ବେଶ୍ ଭିଡ ଦେଖିବାକୁ ମିଳିଥିଲା। ରାଜ୍ୟର କୋଣ ଅନୁକୋଣରୁ ବହୁ ସଂଖ୍ୟାରେ କାଉଡ଼ିଆ ଭକ୍ତ ଜଳାଭିଷକ କରିବା ପାଇଁ ଏଠାକୁ ଆସିଥିବାରୁ ପ୍ରଭୁ ଶ୍ରୀ ଲୋକନାଥଙ୍କ ପୀଠ ବେଶ୍ ଚଳଚଞ୍ଚଳ ହୋଇପଡିଥିଲା।

ଗତ ରାତିଠାରୁ ଦିନ ତମାମ୍ ଭକ୍ତଗଣ ଅପେକ୍ଷାରତ ରହିଥିଲେ ଜଳଲାଗି କରିବା ପାଇଁ। ଲୋକନାଥଙ୍କ ଦର୍ଶନ ଶହ ଶ୍ରୀମନ୍ଦିରରେ ମଧ୍ୟ କାଉଁଡ଼ିଆ ମାନଙ୍କର ଭିଡ ଲାଗିଥିବା ବେଳେ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ସହ ମହାପ୍ରସାଦ ସେବନ କରି ନିଜକୁ ଧନ୍ୟ ମନେ କରିଛନ୍ତି।