ଶ୍ରୀମନ୍ଦିର ଇତିହାସରେ ଯୋଡି ହେଲା ସ୍ବର୍ଣ୍ଣିମ ଅଧ୍ୟାୟ, ସାରା ବିଶ୍ବ ଦେଖିଲା ନୀଳାଚଳ ଧାମର ବିକଶିତ ରୂପ

ପୁରୀ (କେନ୍ୟୁଜ): ଶ୍ରୀମନ୍ଦିର ଇତିହାସରେ ଯୋଡି ହେଲା ସ୍ବର୍ଣ୍ଣିମ ଅଧ୍ୟାୟ । ସାରା ବିଶ୍ବ ଦେଖିଲା ନୀଳାଚଳ ଧାମର ବିକଶିତ ରୂପ । ଲୋକାର୍ପିତ ହୋଇଛି ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଗତକାଲି ମୁଖ୍ୟମନ୍ତ୍ରୀ ଏହାର ଲୋକାର୍ପଣ କରିଥିଲେ । ତାପରଠୁ ଭକ୍ତମାନେ ଶ୍ରୀମନ୍ଦିର ଚାରିପଟେ ନିର୍ବିଘ୍ନ ପରିକ୍ରମା କରୁଛନ୍ତି । ବିନା ବାଧାରେ, ଅତି ଆନନ୍ଦର ସହ ଅନ୍ତଃ ଓ ବାହ୍ୟ ପ୍ରଦକ୍ଷିଣ କରି ଭକ୍ତ ଦିବ୍ୟ ଅନୁଭୂତି ସାଉଣ୍ଟୁଛନ୍ତି । ଶ୍ରୀମନ୍ଦିରର […] The post ଶ୍ରୀମନ୍ଦିର ଇତିହାସରେ ଯୋଡି ହେଲା ସ୍ବର୍ଣ୍ଣିମ ଅଧ୍ୟାୟ, ସାରା ବିଶ୍ବ ଦେଖିଲା ନୀଳାଚଳ ଧାମର ବିକଶିତ ରୂପ appeared first on KNews Odisha.

ଶ୍ରୀମନ୍ଦିର ଇତିହାସରେ ଯୋଡି ହେଲା ସ୍ବର୍ଣ୍ଣିମ ଅଧ୍ୟାୟ, ସାରା ବିଶ୍ବ ଦେଖିଲା ନୀଳାଚଳ ଧାମର ବିକଶିତ ରୂପ
puri 14

ପୁରୀ (କେନ୍ୟୁଜ): ଶ୍ରୀମନ୍ଦିର ଇତିହାସରେ ଯୋଡି ହେଲା ସ୍ବର୍ଣ୍ଣିମ ଅଧ୍ୟାୟ । ସାରା ବିଶ୍ବ ଦେଖିଲା ନୀଳାଚଳ ଧାମର ବିକଶିତ ରୂପ । ଲୋକାର୍ପିତ ହୋଇଛି ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଗତକାଲି ମୁଖ୍ୟମନ୍ତ୍ରୀ ଏହାର ଲୋକାର୍ପଣ କରିଥିଲେ । ତାପରଠୁ ଭକ୍ତମାନେ ଶ୍ରୀମନ୍ଦିର ଚାରିପଟେ ନିର୍ବିଘ୍ନ ପରିକ୍ରମା କରୁଛନ୍ତି । ବିନା ବାଧାରେ, ଅତି ଆନନ୍ଦର ସହ ଅନ୍ତଃ ଓ ବାହ୍ୟ ପ୍ରଦକ୍ଷିଣ କରି ଭକ୍ତ ଦିବ୍ୟ ଅନୁଭୂତି ସାଉଣ୍ଟୁଛନ୍ତି । ଶ୍ରୀମନ୍ଦିରର ଅପରୂପ ସୌନ୍ଦର୍ଯ୍ୟ ଓ ନୂଆ ରୂପ ସମସ୍ତଙ୍କୁ ମୁଗ୍ଧ କରୁଛି । ବଡ଼ଦାଣ୍ଡରେ ମନ୍ଦିରର ପ୍ରତି ପାର୍ଶ୍ବରୁ ଓ ପ୍ରତି ପାଖରୁ ଦେଖି ହେଉଛି ମେଘନାଦ ପାଚେରୀ ।

ପରିକ୍ରମା ପ୍ରକଳ୍ପ ଭିତରେ ଥିବା ମଠ ମନ୍ଦିର ପାଇଛି ନୂଆ ରୂପ । ନୂଆ କରି ନିର୍ମାଣ ହୋଇଥିବା ଆମ୍ପି ଥିଏଟରରୁ ନୀଳଚକ୍ର ଓ ପତିତପାବନ ବାନାକୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ପରିକ୍ରମା ମାର୍ଗ ଚତୁଃପାର୍ଶ୍ବରେ ଯେଉଁ ଉଦ୍ୟାନ କରାଯାଇଛି, ଦେଖିବାକୁ ଏତେ ସୁନ୍ଦର ଲାଗୁଛି ବର୍ଣ୍ଣନା କରି ହେଉନି । ପରିକ୍ରମା କରି ଆତ୍ମା ଉଦ୍ଧାର ହୋଇଗଲା ବୋଲି ଭକ୍ତମାନେ ଭାବରେ କହୁଛନ୍ତି । ସମସ୍ତେ ଗୋଟିଏ କଥା କହୁଛନ୍ତି, ପୁରୀ ଏମିତି ବଦଳିଯିବ କେହି କେବେ କଳ୍ପନା କରି ନଥିଲେ । ସମସ୍ତଙ୍କ ସହଯୋଗରେ ଅସମ୍ଭବକୁ ସମ୍ଭବ କହି ଦେଖାଇଛନ୍ତି ରାଜ୍ୟ ସରକାର ।

The post ଶ୍ରୀମନ୍ଦିର ଇତିହାସରେ ଯୋଡି ହେଲା ସ୍ବର୍ଣ୍ଣିମ ଅଧ୍ୟାୟ, ସାରା ବିଶ୍ବ ଦେଖିଲା ନୀଳାଚଳ ଧାମର ବିକଶିତ ରୂପ appeared first on KNews Odisha.