ଶ୍ରୀମନ୍ଦିର ଗୁମୁଟ ରୂପା ଛାଉଣୀ କାର୍ଯ୍ୟ ଆରମ୍ଭ
ପୁରୀ,୨୯।୧୨( ଅଜିତ୍ କୁମାର ମହାନ୍ତି): ନୂଆବର୍ଷକୁ ଆଉ କିଛି ଦିନ ବାକି ଥିବା ବେଳେ ବର୍ତ୍ତମାନଠାରୁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଭିଡ ପରିଲକ୍ଷିତ ହୋଇଛି। ତେବେ ଆଜିଠାରୁ ଶ୍ରୀମନ୍ଦିର ସିଂହଦ୍ୱାର ଗୁମୁଟ ପତିତପାବନ ନିକଟ ମଣିବନ୍ଧର ରୂପା ଛାଉଣୀ କାର୍ଯ୍ୟ ଆରମ୍ଭ ହୋଇଛି। ଏହି କାର୍ଯ୍ୟ ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ଶ୍ରୀ ମନ୍ଦିର ପରିଚାଳନା କମିଟି ପକ୍ଷରୁ ପୂର୍ବରୁ ନିଷ୍ପତ୍ତି ହୋଇଥିଲା । ଏହା ଅନୁଯାୟୀ କାର୍ଯ୍ୟ ଆରମ୍ଭ କରାଯାଇଛି । ତେବେ ପୂର୍ବରୁ ଶ୍ରୀମନ୍ଦିର ଭିତରେ […] The post ଶ୍ରୀମନ୍ଦିର ଗୁମୁଟ ରୂପା ଛାଉଣୀ କାର୍ଯ୍ୟ ଆରମ୍ଭ appeared first on Dharitri Odia News.
ପୁରୀ,୨୯।୧୨( ଅଜିତ୍ କୁମାର ମହାନ୍ତି): ନୂଆବର୍ଷକୁ ଆଉ କିଛି ଦିନ ବାକି ଥିବା ବେଳେ ବର୍ତ୍ତମାନଠାରୁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଭିଡ ପରିଲକ୍ଷିତ ହୋଇଛି। ତେବେ ଆଜିଠାରୁ ଶ୍ରୀମନ୍ଦିର ସିଂହଦ୍ୱାର ଗୁମୁଟ ପତିତପାବନ ନିକଟ ମଣିବନ୍ଧର ରୂପା ଛାଉଣୀ କାର୍ଯ୍ୟ ଆରମ୍ଭ ହୋଇଛି। ଏହି କାର୍ଯ୍ୟ ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ଶ୍ରୀ ମନ୍ଦିର ପରିଚାଳନା
କମିଟି ପକ୍ଷରୁ ପୂର୍ବରୁ ନିଷ୍ପତ୍ତି ହୋଇଥିଲା । ଏହା ଅନୁଯାୟୀ କାର୍ଯ୍ୟ ଆରମ୍ଭ କରାଯାଇଛି । ତେବେ ପୂର୍ବରୁ ଶ୍ରୀମନ୍ଦିର ଭିତରେ ୭ ଗୋଟି ଦ୍ୱାର କବାଟର ରୂପା ଛାଉଣୀ କରାଯାଇଛି। ସେହିପରି ସିଂହଦାରା କବାଟର ମଧ୍ୟ ରୂପା ଛାଉଣୀ କରାଯାଇଛି। ବର୍ତ୍ତମାନ ସିଂହଦାରା ଗୁମୁଟ ପତିତପାବନ ନିକଟ ଥିବା ମଣିବନ୍ଧରେ ରୂପା ଛାଉଣୀ କାର୍ଯ୍ୟ କରାଯାଉଛି। ପରେ ପତିତପାବନଙ୍କ ମନ୍ଦିରକୁ ମଧ୍ୟ ରୂପା ଛାଉଣୀ କରାଯିବାର ଯୋଜନା ରହିଛି ।
The post ଶ୍ରୀମନ୍ଦିର ଗୁମୁଟ ରୂପା ଛାଉଣୀ କାର୍ଯ୍ୟ ଆରମ୍ଭ appeared first on Dharitri Odia News.