ଶ୍ରୀମନ୍ଦିର ପ୍ରଶାସନର ବଡ଼ ନିଷ୍ପତ୍ତି, ଶ୍ରୀମନ୍ଦିର ପକ୍ଷରୁ ଖୋଲିବ ୟୁଟ୍ୟୁବ୍ ଚ୍ୟାନେଲ

ପୁରୀ: ଶନିବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଶ୍ରୀମନ୍ଦିରକୁ ନେଇ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଯେଉଁଥିରେ ଶ୍ରୀମନ୍ଦିର ଆଇନର ଆବଶ୍ୟକ ସଂଶୋଧନ ଠାରୁ ଆରମ୍ଭ କରି ଆଉ ଏକ ସୂଚନା କେନ୍ଦ୍ର ଖୋଲାଯିବା ଉପରେ ଆଲୋଚନା କରାଯାଇଛି।ସୂଚନା ଅନୁଯାୟୀ, ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡାଣ ଓ ଫଟୋ, ଭିଡିଓ ଭାଇରାଲ୍ ସହ ମୋବାଇଲ ଫୋନ୍ ପ୍ରବେଶ ଭଳି ଘଟଣା ରୋକିବାକୁ କଠୋର ଆଇନ୍ ଅଣାଯିବ। ଏଥିପାଇଁ ଶ୍ରୀଜଗନ୍ନାଥ ଟେମ୍ପୁଲ୍ ଆକ୍ଟ ଅନୁଯାୟୀ ଦଣ୍ଡବିଧାନ କରାଯିବାକୁ ବ୍ୟବସ୍ଥା କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି। ସେହିଭଳି ଗୁଣ୍ଡିଚା ମନ୍ଦିର ନିକଟରେ ଆଉ ଏକ ଶ୍ରୀମନ୍ଦିର କାର୍ଯ୍ୟାଳୟ ପ୍ରତିଷ୍ଠା,  ପଣା ସଂକ୍ରାନ୍ତି କିମ୍ବା ଅକ୍ଷୟ ତୃତୀୟା ଠାରୁ ଶ୍ରୀମନ୍ଦିରର ନୂଆ ୟୁଟ୍ୟୁବ୍ ଚ୍ୟାନେଲ ଆରମ୍ଭ କରାଯିବା ନେଇ ବୈଠକରେ ନିଷ୍ପତ୍ତି ହୋଇଛି। ଚଳିତ ବର୍ଷ ରଥଯାତ୍ରା କିଭଳି ଶୃଙ୍ଖଳିତ ଭାବେ ଆୟୋଜନ ହୋଇପାରିବ ସେନେଇ ବୈଠକରେ ଆଲୋଚନା ସହ ରତ୍ନଭଣ୍ଡାର ମରାମତି ଅଗ୍ରଗତି ଉପରେ ମଧ୍ୟ ଆଲୋଚନା ହୋଇଛି। ବାହାର ଓ ଭିତର ରତ୍ନଭଣ୍ଡାର ମଝିରେ ପାଞ୍ଚଟି ବିମ୍ ଲାଗିଥିଲା। ତାହା କଳଙ୍କ ଲାଗି ଖରାପ ହେବାରୁ ଷ୍ଟେନଲେସ୍ ଷ୍ଟିଲ୍ ବିମ୍ ସହ ବଦଳାଯାଇଛି ।ନଷ୍ଟ ହୋଇଯାଇଥିବା ପଥର ଗୁଡ଼ିକ ମଧ୍ୟ ବଦଳାଯାଉଛି। କେମିକାଲ ଓ୍ବାସିଂ ଚାଲିଥିବା ବେଳେ ବାହା

ଶ୍ରୀମନ୍ଦିର ପ୍ରଶାସନର ବଡ଼ ନିଷ୍ପତ୍ତି, ଶ୍ରୀମନ୍ଦିର ପକ୍ଷରୁ ଖୋଲିବ ୟୁଟ୍ୟୁବ୍ ଚ୍ୟାନେଲ

ପୁରୀ: ଶନିବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଶ୍ରୀମନ୍ଦିରକୁ ନେଇ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଯେଉଁଥିରେ ଶ୍ରୀମନ୍ଦିର ଆଇନର ଆବଶ୍ୟକ ସଂଶୋଧନ ଠାରୁ ଆରମ୍ଭ କରି ଆଉ ଏକ ସୂଚନା କେନ୍ଦ୍ର ଖୋଲାଯିବା ଉପରେ ଆଲୋଚନା କରାଯାଇଛି।

ସୂଚନା ଅନୁଯାୟୀ, ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡାଣ ଓ ଫଟୋ, ଭିଡିଓ ଭାଇରାଲ୍ ସହ ମୋବାଇଲ ଫୋନ୍ ପ୍ରବେଶ ଭଳି ଘଟଣା ରୋକିବାକୁ କଠୋର ଆଇନ୍ ଅଣାଯିବ। ଏଥିପାଇଁ ଶ୍ରୀଜଗନ୍ନାଥ ଟେମ୍ପୁଲ୍ ଆକ୍ଟ ଅନୁଯାୟୀ ଦଣ୍ଡବିଧାନ କରାଯିବାକୁ ବ୍ୟବସ୍ଥା କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି। ସେହିଭଳି ଗୁଣ୍ଡିଚା ମନ୍ଦିର ନିକଟରେ ଆଉ ଏକ ଶ୍ରୀମନ୍ଦିର କାର୍ଯ୍ୟାଳୟ ପ୍ରତିଷ୍ଠା,  ପଣା ସଂକ୍ରାନ୍ତି କିମ୍ବା ଅକ୍ଷୟ ତୃତୀୟା ଠାରୁ ଶ୍ରୀମନ୍ଦିରର ନୂଆ ୟୁଟ୍ୟୁବ୍ ଚ୍ୟାନେଲ ଆରମ୍ଭ କରାଯିବା ନେଇ ବୈଠକରେ ନିଷ୍ପତ୍ତି ହୋଇଛି। 

ଚଳିତ ବର୍ଷ ରଥଯାତ୍ରା କିଭଳି ଶୃଙ୍ଖଳିତ ଭାବେ ଆୟୋଜନ ହୋଇପାରିବ ସେନେଇ ବୈଠକରେ ଆଲୋଚନା ସହ ରତ୍ନଭଣ୍ଡାର ମରାମତି ଅଗ୍ରଗତି ଉପରେ ମଧ୍ୟ ଆଲୋଚନା ହୋଇଛି। ବାହାର ଓ ଭିତର ରତ୍ନଭଣ୍ଡାର ମଝିରେ ପାଞ୍ଚଟି ବିମ୍ ଲାଗିଥିଲା। ତାହା କଳଙ୍କ ଲାଗି ଖରାପ ହେବାରୁ ଷ୍ଟେନଲେସ୍ ଷ୍ଟିଲ୍ ବିମ୍ ସହ ବଦଳାଯାଇଛି ।ନଷ୍ଟ ହୋଇଯାଇଥିବା ପଥର ଗୁଡ଼ିକ ମଧ୍ୟ ବଦଳାଯାଉଛି। କେମିକାଲ ଓ୍ବାସିଂ ଚାଲିଥିବା ବେଳେ ବାହାର ରତ୍ନଭଣ୍ଡାରକୁ ଡିପ୍ଲାଷ୍ଟରିଂ କରାଯାଉଥିବା ସମୟରେ ପଥର ଖରାପ ବାହାରୁଛି। ତେଣୁ ଅକ୍ଷୟ ତୃତୀୟା ସୁଦ୍ଧା ମରାମତି ସାରିବାକୁ ଲକ୍ଷ୍ୟ ରଖାଯାଇଛି।

ଆହୁରି ମଧ୍ୟ ୟୁନିଫର୍ମ ପଲିସି, ପରିଚାଳନା କମିଟିରେ ପାସ୍ ହୋଇଛି। ରାଜ୍ୟ ସରକାରଙ୍କ ଅନୁମୋଦନ ହେବାପରେ ଲାଗୁ ହେବ ନୂଆ ୟୁନିଫର୍ମ ପଲିସି। ନାଟମଣ୍ଡପରେ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା ଉପରେ ବିସ୍ତୃତ ଆଲୋଚନା ହୋଇଛି।