ଶ୍ରୀମନ୍ଦିର ଭିତର ଭିଡିଓ ଭାଇରାଲ, ଇନଷ୍ଟାରେ ବୁଲିଲା ଆନନ୍ଦ ବଜାର ଓ ଭୋଗ ମଣ୍ଡପ ଦୃଶ୍ୟ
ପୁରୀ ୨୯/୦୭: ପୁଣି ଶ୍ରୀମନ୍ଦିର ଭିତରେ ଭିଡିଓ ଭାଇରାଲ । ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ନେଇ ପୁଣି ଉଠିଲା ପ୍ରଶ୍ନ । ଆନନ୍ଦ ବଜାର ଓ ଭୋଗ ମଣ୍ଡପ ଭିଡିଓ ସୋସିଆଲ ମିଡିଆରେ ହୋଇଛି ଭାଇରାଲ୍ । ସିଦ୍ଧାର୍ଥ ପାଣ୍ଡେ ନାମକ ଜଣେ ଯୁବକ ଆନନ୍ଦ ବଜ଼ାରର ଭିଡିଓ ନିଜ ଇନଷ୍ଟାଗ୍ରାମ୍ରେ ଭାଇରାଲ କରିଛନ୍ତି । ଏଥିସହ ମହାପ୍ରସାଦ ଖାଇବାର ଭିଡ଼ିଓ ମଧ୍ୟ ଭାଇରାଲ୍ ହୋଇଛି । ତେବେ ଶ୍ରୀମନ୍ଦିର ବାହାରେ ଏବଂ ଭିତରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲେ ମଧ୍ୟ କିଭଳି ଭାବରେ ଜଣେ ଯୁବକ ଶ୍ରୀମନ୍ଦିର ଭିତରେ ଫୋନ ବ୍ୟବହାର କଲେ ଏବଂ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ୍ କଲେ ସେନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଏଭଳି ଘଟଣା ପ୍ରଥମ ଥର ପାଇଁ ନୁହେଁ ବାରମ୍ଵାର ଏଭଳି ଘଟଣା ନଜରକୁ ଆସୁଥିଲେ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ଏଥିପାଇଁ କୌଣସି ଆଖିଦୃଶିଆ ପଦକ୍ଷେପ ନେଉନାହିଁ । ଯାହାକୁ ନେଇ ଭକ୍ତ ମହଲରେ ଉଦବେଗ ପ୍ରକାଶ ପାଇଛି ।
ପୁରୀ ୨୯/୦୭: ପୁଣି ଶ୍ରୀମନ୍ଦିର ଭିତରେ ଭିଡିଓ ଭାଇରାଲ । ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ନେଇ ପୁଣି ଉଠିଲା ପ୍ରଶ୍ନ । ଆନନ୍ଦ ବଜାର ଓ ଭୋଗ ମଣ୍ଡପ ଭିଡିଓ ସୋସିଆଲ ମିଡିଆରେ ହୋଇଛି ଭାଇରାଲ୍ ।
ସିଦ୍ଧାର୍ଥ ପାଣ୍ଡେ ନାମକ ଜଣେ ଯୁବକ ଆନନ୍ଦ ବଜ଼ାରର ଭିଡିଓ ନିଜ ଇନଷ୍ଟାଗ୍ରାମ୍ରେ ଭାଇରାଲ କରିଛନ୍ତି । ଏଥିସହ ମହାପ୍ରସାଦ ଖାଇବାର ଭିଡ଼ିଓ ମଧ୍ୟ ଭାଇରାଲ୍ ହୋଇଛି । ତେବେ ଶ୍ରୀମନ୍ଦିର ବାହାରେ ଏବଂ ଭିତରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲେ ମଧ୍ୟ କିଭଳି ଭାବରେ ଜଣେ ଯୁବକ ଶ୍ରୀମନ୍ଦିର ଭିତରେ ଫୋନ ବ୍ୟବହାର କଲେ ଏବଂ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ୍ କଲେ ସେନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ତେବେ ଏଭଳି ଘଟଣା ପ୍ରଥମ ଥର ପାଇଁ ନୁହେଁ ବାରମ୍ଵାର ଏଭଳି ଘଟଣା ନଜରକୁ ଆସୁଥିଲେ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ଏଥିପାଇଁ କୌଣସି ଆଖିଦୃଶିଆ ପଦକ୍ଷେପ ନେଉନାହିଁ । ଯାହାକୁ ନେଇ ଭକ୍ତ ମହଲରେ ଉଦବେଗ ପ୍ରକାଶ ପାଇଛି ।