ଶ୍ରୀମନ୍ଦିର ଭିତରକୁ ଗଲା ୬ଟି ଅସ୍ଥାୟୀ ସିନ୍ଦୁକ, ରଖାଯିବ ସମସ୍ତ ଅଳଙ୍କାର

ପୁରୀ ୧୪।୦୭ : ରତ୍ନଭଣ୍ଡାର ତାଲା ଖୋଲିବା ନେଇ କାଉଣ୍ଟଡାଉନ୍‌ । ଶ୍ରୀମନ୍ଦିର ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ଚାଲିଛି ଜୋରଦାର ପ୍ରସ୍ତୁତି । ଏହିକ୍ରମରେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଲା ଅସ୍ଥାୟୀ ସିନ୍ଦୁକ । ଯେଉଁଥିରେ ରଖାଯିବ ରତ୍ନଭଣ୍ଡାରର ସମସ୍ତ ରତ୍ନ । ୬ଟି କାଠ ସିନ୍ଦୁକରେ ରଖାଯିବ ସମସ୍ତ ଅଳଙ୍କାର । ଅଳଙ୍କାରକୁ ସିନ୍ଦୁକରେ ରଖି ସ୍ଥାନାନ୍ତର କରାଯିବ । ଅସ୍ଥାୟୀ ରତ୍ନଭଣ୍ଡାରକୁ ଅଳଙ୍କାର ସ୍ଥାନାନ୍ତର ହେବ ।ସୂଚନାଯୋଗ୍ୟ ଯେ, ରତ୍ନଭଣ୍ଡାର ଖୋଲିବା ନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ରତ୍ନଭଣ୍ଡାର ଖୋଲି ରତ୍ନ ବାହାରକୁ ବାହାର କରାଗଲେ ଏହାକୁ ନାଟମଣ୍ଡପ ପାଖରେ ଥିବା ଚାଙ୍ଗଡ଼ା ଘର ଓ  ଖଟଶେଜ ଘରେ ରଖିବାକୁ ସ୍ଥିର  ହୋଇଛି । ଏଥିନିମନ୍ତେ ଖଟଶେଜ  ଘରକୁ ଅସ୍ଥାୟୀ ଭାବେ ବେହରଣ  ଦ୍ୱାର ପାଶ୍ୱର୍ ମାଜଣାମଣ୍ଡପ ଆଗରେ କରାଯାଇଛି । ଲୁହା  ଫ୍ରେମ୍‌ ଆବଦ୍ଧ ଟିଣ ଆଜବେଷ୍ଟ ଘେରା ଏହି ଅସ୍ଥାୟୀ  ଘରେ ରତ୍ନ ଭଣ୍ଡାର ରତ୍ନ ଗଣତିମଣତି ସରିବା ପର୍ଯ୍ୟନ୍ତ  ଖଟ ଶେଜ ଘର ଚାଲିବ ।  

ଶ୍ରୀମନ୍ଦିର ଭିତରକୁ ଗଲା ୬ଟି ଅସ୍ଥାୟୀ ସିନ୍ଦୁକ, ରଖାଯିବ ସମସ୍ତ ଅଳଙ୍କାର

ପୁରୀ ୧୪।୦୭ : ରତ୍ନଭଣ୍ଡାର ତାଲା ଖୋଲିବା ନେଇ କାଉଣ୍ଟଡାଉନ୍‌ । ଶ୍ରୀମନ୍ଦିର ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ଚାଲିଛି ଜୋରଦାର ପ୍ରସ୍ତୁତି । ଏହିକ୍ରମରେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଲା ଅସ୍ଥାୟୀ ସିନ୍ଦୁକ । ଯେଉଁଥିରେ ରଖାଯିବ ରତ୍ନଭଣ୍ଡାରର ସମସ୍ତ ରତ୍ନ । ୬ଟି କାଠ ସିନ୍ଦୁକରେ ରଖାଯିବ ସମସ୍ତ ଅଳଙ୍କାର । ଅଳଙ୍କାରକୁ ସିନ୍ଦୁକରେ ରଖି ସ୍ଥାନାନ୍ତର କରାଯିବ । ଅସ୍ଥାୟୀ ରତ୍ନଭଣ୍ଡାରକୁ ଅଳଙ୍କାର ସ୍ଥାନାନ୍ତର ହେବ ।

ସୂଚନାଯୋଗ୍ୟ ଯେ, ରତ୍ନଭଣ୍ଡାର ଖୋଲିବା ନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ରତ୍ନଭଣ୍ଡାର ଖୋଲି ରତ୍ନ ବାହାରକୁ ବାହାର କରାଗଲେ ଏହାକୁ ନାଟମଣ୍ଡପ ପାଖରେ ଥିବା ଚାଙ୍ଗଡ଼ା ଘର ଓ  ଖଟଶେଜ ଘରେ ରଖିବାକୁ ସ୍ଥିର  ହୋଇଛି । ଏଥିନିମନ୍ତେ ଖଟଶେଜ  ଘରକୁ ଅସ୍ଥାୟୀ ଭାବେ ବେହରଣ  ଦ୍ୱାର ପାଶ୍ୱର୍ ମାଜଣାମଣ୍ଡପ ଆଗରେ କରାଯାଇଛି । ଲୁହା  ଫ୍ରେମ୍‌ ଆବଦ୍ଧ ଟିଣ ଆଜବେଷ୍ଟ ଘେରା ଏହି ଅସ୍ଥାୟୀ  ଘରେ ରତ୍ନ ଭଣ୍ଡାର ରତ୍ନ ଗଣତିମଣତି ସରିବା ପର୍ଯ୍ୟନ୍ତ  ଖଟ ଶେଜ ଘର ଚାଲିବ ।