ପତ୍ନୀ ନିଖୋଜ ନେଇ ମାମଲା କରିଥିଲେ ସ୍ବାମୀ, ମିଥ୍ୟା ଅଭିଯୋଗ ପାଇଁ ୨୫ହଜାର ଟଙ୍କା ଜରିମାନା ଲଗାଇଲେ ହାଇକୋର୍ଟ

କଟକ ୩୦।୭: ଅଦାଲତ କୌଣସି ପ୍ରକାର ମନୋରଞ୍ଜନର ସ୍ଥାନ ନୁହେଁ । ଏହାକୁ କେହି ଏଭଳି ବ୍ୟବହାର   କରିପାରିବେ ନାହିଁ ବୋଲି ଏକ ମାମଲାରେ ଶୁଣାଣି କରି ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ହରିଶ୍‌ ଟଣ୍ଡନ ଏବଂ  ଜଷ୍ଟିସ୍‌ ଏମ୍‌.ଏସ୍‌. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ମତବ୍ୟକ୍ତ କରିଛନ୍ତି । ଏହାସହ ମାମଲା  ଖାରଜ କରିଛନ୍ତି । ସୂଚାନଯୋଗ୍ୟ ଯେ, ଆବେଦନକାରୀଙ୍କ ପତ୍ନୀ  ଗତ ଏପ୍ରିଲ୍‌ ୨୧ ତାରିଖରୁ ନିଖୋଜ ଥିବା  ନେଇ ଆବେଦନକାରୀ ତାଙ୍କ ପିଟିସନ୍‌ରେ  ଦର୍ଶାଇଥିଲେ । ସେ ଏନେଇ ଥାନାରେ  ଏଫ୍‌ଆଇଆର୍‌ ଦେଇଥିଲେ । ତେବେ  ପୋଲିସ କୌଣସି ପଦକ୍ଷେପ ନନେବାରୁ   ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ପୋଲିସ କୌଣସି ପଦକ୍ଷେପ ଗ୍ରହଣ   କରିନଥିବା ଅଭିଯୋଗ ଆଣି ହାଇକୋର୍ଟରେ   ହେବିଅସ୍‌ କର୍ପସ୍‌ ମାମଲା ଦାଏର କରିଥିଲେ   ସ୍ୱାମୀ । ହାଇକୋର୍ଟ ମାମଲାର ଶୁଣାଣି   କରି ଏନେଇ ଖଣ୍ଡପଡ଼ା ଥାନାକୁ ରିପୋର୍ଟ   ତଲବ କରିଥିଲେ । ତେବେ ଥାନା ପକ୍ଷରୁ   ଜବାବ ଦାଖଲ କରାଯାଇ ଆବେଦନକାରୀଙ୍କ   ପତ୍ନୀ ତାଙ୍କ ବାପଘରେ ଥିବା ନେଇ  ସୂଚନା ଦିଆଯାଇଥିଲା । ମାମଲାର ଶୁଣାଣି  ଅବସରରେ ସରକାରୀ ଆଇନଜୀବୀ ଏ  ସଂକ୍ରାନ୍ତରେ ଖଣ୍ଡପଡ଼ା ଆଇଆଇସିଙ୍କ  ରିପୋର୍ଟ ଅଦାଲତରେ ଦାଖଲ କରିଥିଲେ ।  ଯେଉଁଥିରେ ଆବେଦନକାରୀଙ୍କ ପତ୍ନୀ  ବାହାଘରର ମାତ୍ର ଗୋଟେ ମାସ ପରେ ତାଙ୍କ  ବାପଘରେ ଯାଇ ରହୁଥିବା ଦର୍ଶାଯାଇଥିଲା ।  ଏଭଳି ଘଟଣାରେ ହାଇକୋର୍ଟ ଭୀଷଣ କ୍ଷ

ପତ୍ନୀ ନିଖୋଜ ନେଇ ମାମଲା କରିଥିଲେ ସ୍ବାମୀ, ମିଥ୍ୟା ଅଭିଯୋଗ ପାଇଁ ୨୫ହଜାର ଟଙ୍କା ଜରିମାନା ଲଗାଇଲେ ହାଇକୋର୍ଟ

କଟକ ୩୦।୭: ଅଦାଲତ କୌଣସି ପ୍ରକାର ମନୋରଞ୍ଜନର ସ୍ଥାନ ନୁହେଁ । ଏହାକୁ କେହି ଏଭଳି ବ୍ୟବହାର   କରିପାରିବେ ନାହିଁ ବୋଲି ଏକ ମାମଲାରେ ଶୁଣାଣି କରି ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ହରିଶ୍‌ ଟଣ୍ଡନ ଏବଂ  ଜଷ୍ଟିସ୍‌ ଏମ୍‌.ଏସ୍‌. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ମତବ୍ୟକ୍ତ କରିଛନ୍ତି । ଏହାସହ ମାମଲା  ଖାରଜ କରିଛନ୍ତି । 

ସୂଚାନଯୋଗ୍ୟ ଯେ, ଆବେଦନକାରୀଙ୍କ ପତ୍ନୀ  ଗତ ଏପ୍ରିଲ୍‌ ୨୧ ତାରିଖରୁ ନିଖୋଜ ଥିବା  ନେଇ ଆବେଦନକାରୀ ତାଙ୍କ ପିଟିସନ୍‌ରେ  ଦର୍ଶାଇଥିଲେ । ସେ ଏନେଇ ଥାନାରେ  ଏଫ୍‌ଆଇଆର୍‌ ଦେଇଥିଲେ । ତେବେ  ପୋଲିସ କୌଣସି ପଦକ୍ଷେପ ନନେବାରୁ   ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ପୋଲିସ କୌଣସି ପଦକ୍ଷେପ ଗ୍ରହଣ   କରିନଥିବା ଅଭିଯୋଗ ଆଣି ହାଇକୋର୍ଟରେ   ହେବିଅସ୍‌ କର୍ପସ୍‌ ମାମଲା ଦାଏର କରିଥିଲେ   ସ୍ୱାମୀ । ହାଇକୋର୍ଟ ମାମଲାର ଶୁଣାଣି   କରି ଏନେଇ ଖଣ୍ଡପଡ଼ା ଥାନାକୁ ରିପୋର୍ଟ   ତଲବ କରିଥିଲେ । ତେବେ ଥାନା ପକ୍ଷରୁ   ଜବାବ ଦାଖଲ କରାଯାଇ ଆବେଦନକାରୀଙ୍କ   ପତ୍ନୀ ତାଙ୍କ ବାପଘରେ ଥିବା ନେଇ  ସୂଚନା ଦିଆଯାଇଥିଲା । ମାମଲାର ଶୁଣାଣି  ଅବସରରେ ସରକାରୀ ଆଇନଜୀବୀ ଏ  ସଂକ୍ରାନ୍ତରେ ଖଣ୍ଡପଡ଼ା ଆଇଆଇସିଙ୍କ  ରିପୋର୍ଟ ଅଦାଲତରେ ଦାଖଲ କରିଥିଲେ ।  ଯେଉଁଥିରେ ଆବେଦନକାରୀଙ୍କ ପତ୍ନୀ  ବାହାଘରର ମାତ୍ର ଗୋଟେ ମାସ ପରେ ତାଙ୍କ  ବାପଘରେ ଯାଇ ରହୁଥିବା ଦର୍ଶାଯାଇଥିଲା ।  

ଏଭଳି ଘଟଣାରେ ହାଇକୋର୍ଟ ଭୀଷଣ କ୍ଷୁବ୍‌ଧ ହେବା ସହ  ଆବେଦନକାରୀ ସ୍ୱାମୀଙ୍କ ଉପରେ ଜରିମାନା ଲାଗୁ କରିଛନ୍ତି । ପୋଲିସର ଏହି ରିପୋର୍ଟ ପରେ ହାଇକୋର୍ଟ ଯଦିଓ ଆବେଦନକାରୀଙ୍କୁ ମାମଲା ପ୍ରତ୍ୟାହାର ପାଇଁ ଅନୁମତି ପ୍ରଦାନ କରିଛନ୍ତି ତଥାପି  ତାଙ୍କ ଉପରେ ୨୫ ହଜାର ଟଙ୍କା ଜରିମାନା  ଲାଗୁ କରିଛନ୍ତି । ଏହି ଜରିମାନା ଅର୍ଥ ରାଜ୍ୟ  ଆଇନସେବା ପ୍ରାଧିକରଣଙ୍କ ନିକଟରେ  ଜମା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।