ଶ୍ରୀମନ୍ଦିର ସୁପରଭାଇଜରଙ୍କୁ ଆକ୍ରମଣ ଘଟଣା: ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ପୋଲିସ
ପୁରୀ: ଶ୍ରୀମନ୍ଦିର ବରିଷ୍ଠ ସେବାୟତ ତଥା ସୁପରଭାଇଜର ବକ୍ସି ରାମଚନ୍ଦ୍ର ପ୍ରତିହାରୀଙ୍କୁ ହତ୍ୟା ଉଦ୍ୟମ ଘଟଣା। ଆକ୍ରମଣ କରିଥିବା ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ପୋଲିସ। ଗିରଫ ଅଭିଯୁକ୍ତ ବଳିଆପଣ୍ଡା ଥାନା ଅଞ୍ଚଳର ବାସୁ ଓରଫ ବାସୁଦେବ ମଣ୍ଡଳ। ଅଭିଯୁକ୍ତଠାରୁ ଗୋଟିଏ ଭୁଜାଲି ଜବତ କରିଛି ସିଂହଦ୍ଵାର ଥାନା ପୋଲିସ। ଶ୍ରୀମନ୍ଦିର ଆନନ୍ଦ ବଜାରରେ ବେଆଇନ୍ ଭାବେ ରାବିଡି ବିକ୍ରି ପ୍ରସଙ୍ଗକୁ ନେଇ ହୋଇଥିଲା ଆକ୍ରମଣ। ପୂର୍ବରୁ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା […]

ପୁରୀ: ଶ୍ରୀମନ୍ଦିର ବରିଷ୍ଠ ସେବାୟତ ତଥା ସୁପରଭାଇଜର ବକ୍ସି ରାମଚନ୍ଦ୍ର ପ୍ରତିହାରୀଙ୍କୁ ହତ୍ୟା ଉଦ୍ୟମ ଘଟଣା। ଆକ୍ରମଣ କରିଥିବା ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ପୋଲିସ। ଗିରଫ ଅଭିଯୁକ୍ତ ବଳିଆପଣ୍ଡା ଥାନା ଅଞ୍ଚଳର ବାସୁ ଓରଫ ବାସୁଦେବ ମଣ୍ଡଳ। ଅଭିଯୁକ୍ତଠାରୁ ଗୋଟିଏ ଭୁଜାଲି ଜବତ କରିଛି ସିଂହଦ୍ଵାର ଥାନା ପୋଲିସ। ଶ୍ରୀମନ୍ଦିର ଆନନ୍ଦ ବଜାରରେ ବେଆଇନ୍ ଭାବେ ରାବିଡି ବିକ୍ରି ପ୍ରସଙ୍ଗକୁ ନେଇ ହୋଇଥିଲା ଆକ୍ରମଣ। ପୂର୍ବରୁ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ସିଂହଦ୍ଵାର ଥାନା ପୋଲିସ। ସାମ୍ବାଦିକ ସମ୍ମିଳନୀରେ ପୁରୀର ଅତିରିକ୍ତ ଏସପି ସୁଶିଲ କୁମାର ମିଶ୍ରଙ୍କ ସୂଚନା।