ଶ୍ରୀମନ୍ଦିରକୁ ନେଇ ଆଇନ୍‌ ମନ୍ତ୍ରୀଙ୍କ ବଡ଼ ଘୋଷଣା

ଭୁବନେଶ୍ୱର,୨୩।୬: ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏକ ବଡ଼ ଘୋଷଣା କରିଛନ୍ତି। ଖୁବଶୀଘ୍ର ଶ୍ରୀମନ୍ଦିରରେ ନିଯୁକ୍ତ ହେବେ ସ୍ଥାୟୀ ପ୍ରଶାସକ ନିଯୁକ୍ତ ହେବେ। ଏନେଇ ସରକାରଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି ବୋଲି ସେ କହିଛନ୍ତି। ଆସନ୍ତା ୩ ମାସରେ ସରକାରଙ୍କ ପ୍ରଥମ ୧୦୦ ଦିନର ଏଜେଣ୍ଡାରେ ସ୍ଥାୟୀ ପ୍ରଶାସକ ନିଯୁକ୍ତି ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେବ ବୋଲି ଆଇନ ମନ୍ତ୍ରୀ ସୂଚନା ଦେଇଛନ୍ତି। ପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରର ନୀତିକାନ୍ତିଠୁ ଆରମ୍ଭ କରି ଦର୍ଶନ ପର୍ଯ୍ୟନ୍ତ […] The post ଶ୍ରୀମନ୍ଦିରକୁ ନେଇ ଆଇନ୍‌ ମନ୍ତ୍ରୀଙ୍କ ବଡ଼ ଘୋଷଣା appeared first on Dharitri Odia News.

ଶ୍ରୀମନ୍ଦିରକୁ ନେଇ ଆଇନ୍‌ ମନ୍ତ୍ରୀଙ୍କ ବଡ଼ ଘୋଷଣା

ଭୁବନେଶ୍ୱର,୨୩।୬: ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏକ ବଡ଼ ଘୋଷଣା କରିଛନ୍ତି। ଖୁବଶୀଘ୍ର ଶ୍ରୀମନ୍ଦିରରେ ନିଯୁକ୍ତ ହେବେ ସ୍ଥାୟୀ ପ୍ରଶାସକ ନିଯୁକ୍ତ ହେବେ। ଏନେଇ ସରକାରଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି ବୋଲି ସେ କହିଛନ୍ତି। ଆସନ୍ତା ୩ ମାସରେ ସରକାରଙ୍କ ପ୍ରଥମ ୧୦୦ ଦିନର ଏଜେଣ୍ଡାରେ ସ୍ଥାୟୀ ପ୍ରଶାସକ ନିଯୁକ୍ତି ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେବ ବୋଲି ଆଇନ ମନ୍ତ୍ରୀ ସୂଚନା ଦେଇଛନ୍ତି।
ପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରର ନୀତିକାନ୍ତିଠୁ ଆରମ୍ଭ କରି ଦର୍ଶନ ପର୍ଯ୍ୟନ୍ତ ଅନେକ କଥାକୁ ଶୃଙ୍ଖଳିତ କରିବା ପାଇଁ ଯେଉଁ ସବୁ ଯୋଜନା ତିଆରି ହୋଇଛି, ସେ ସବୁକୁ ଅନୁଧ୍ୟାନ କରିବା ପାଇଁ ଜଣେ ସ୍ଥାୟୀ ପ୍ରଶାସକ ନିହାତି ଆବଶ୍ୟକ। ଶୀମନ୍ଦିରରେ ସ୍ଥାୟୀ ପ୍ରଶାସକ ନିଯୁକ୍ତି ନେଇ ମାନ୍ୟବର କୋର୍ଟଙ୍କ ନିର୍ଦ୍ଦେଶ ମଧ୍ୟ ରହିଛି ବୋଲି ଆଇନ୍‌ ମନ୍ତ୍ରୀ କହିଛନ୍ତି।

 

The post ଶ୍ରୀମନ୍ଦିରକୁ ନେଇ ଆଇନ୍‌ ମନ୍ତ୍ରୀଙ୍କ ବଡ଼ ଘୋଷଣା appeared first on Dharitri Odia News.