ସ୍ବାମୀ ହତ୍ୟା ଘଟଣାର ପର୍ଦ୍ଦାଫାଶ କଲା ପୋଲିସ

ପଟ୍ଟାଙ୍ଗି,୧୧ା୮(ଶରତ ଧଳ): ସ୍ତ୍ରୀ ସହାୟତାରେ ସ୍ବାମୀଙ୍କୁ ହତ୍ୟା କରିବା ଘଟଣାର ପୋଲିସ ପର୍ଦ୍ଦାଫାଶ କରିଛି। ଏଥିରେ ସମ୍ପୃକ୍ତ ୩ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ମୃତକ ଅନାଦି ପୂଜାରୀଙ୍କ ସ୍ତ୍ରୀ ମିନା ଖିଲ, ଚନ୍ଦକା ପଞ୍ଚାୟତ ନୂଆଁଗୁଡା ଗ୍ରାମରେ ରହୁଥିବା ଝିଆରୀ ଜ୍ୱାଇଁ ପତି ହନ୍ତାଳ ଓରଫ ବିଶୁ ଏବଂ ଅନାଦିଙ୍କ ଦେଢଶାଶୁ ସବିତା ହନ୍ତାଳ। କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ଶିଶୁ ବିଦ୍ୟା ମନ୍ଦିର ନିକଟସ୍ଥ […] The post ସ୍ବାମୀ ହତ୍ୟା ଘଟଣାର ପର୍ଦ୍ଦାଫାଶ କଲା ପୋଲିସ appeared first on Dharitri Odia News.

ସ୍ବାମୀ ହତ୍ୟା ଘଟଣାର ପର୍ଦ୍ଦାଫାଶ କଲା ପୋଲିସ

ପଟ୍ଟାଙ୍ଗି,୧୧ା୮(ଶରତ ଧଳ): ସ୍ତ୍ରୀ ସହାୟତାରେ ସ୍ବାମୀଙ୍କୁ ହତ୍ୟା କରିବା ଘଟଣାର ପୋଲିସ ପର୍ଦ୍ଦାଫାଶ କରିଛି। ଏଥିରେ ସମ୍ପୃକ୍ତ ୩ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ମୃତକ ଅନାଦି ପୂଜାରୀଙ୍କ ସ୍ତ୍ରୀ ମିନା ଖିଲ, ଚନ୍ଦକା ପଞ୍ଚାୟତ ନୂଆଁଗୁଡା ଗ୍ରାମରେ ରହୁଥିବା ଝିଆରୀ ଜ୍ୱାଇଁ ପତି ହନ୍ତାଳ ଓରଫ ବିଶୁ ଏବଂ ଅନାଦିଙ୍କ ଦେଢଶାଶୁ ସବିତା ହନ୍ତାଳ।

କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ଶିଶୁ ବିଦ୍ୟା ମନ୍ଦିର ନିକଟସ୍ଥ କଟାବାଲି ସାହିରେ ଗତ ୭ତାରିଖରେ ସାହି ମଝିରେ ଏକ ମୃତଦେହ ପଡିଥିଲା। ଖବର ପାଇ ପୋଲିସ ମୃତଦେହ ଜବତ କରି ୧୦୩/୨୪ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ଅନାଦିଙ୍କୁ ସ୍ତ୍ରୀ ମୀନା ଏବଂ ଦେଢଶାଶୁ ସବିତା ଗତ କିଛି ଦିନ ହେଲା ଟଙ୍କା ମାଗି ଗଣ୍ଡଗୋଳ କରୁଥିଲେ। ମୁଁ କେଉଁଠୁ ଟଙ୍କା ଆଣି ଦେବି, ଯେଉଁ ଗ୍ରୋସରି ଦୋକାନରେ କାମ କରୁଛି ସେହି ଦୋକାନ ମଜୁରି ଟଙ୍କା ବ୍ୟାଙ୍କ ଖାତାରେ ଥିଲେ ମଧ୍ୟ ମୁଁ ଉଠାଇ ପାରୁନାହିଁ ବୋଲି କହିଥିଲେ। ଏହାକୁ ନେଇ ସେମାନଙ୍କ ମଧ୍ୟରେ ଝଗଡା ଲାଗି ରହିଥିଲା।

ଶେଷରେ ଯୋଜନାବଦ୍ଧ ଭାବେ ଝିଆରୀ ଜ୍ୱାଇଁ ପତିଙ୍କ ସହଯୋଗରେ ହତ୍ୟାକାଣ୍ଡ ରଚାଯାଇଥିଲା। ଅନାଦି ଶୁକ୍ରବାର କାମ କରୁଥିବା ଦୋକାନରୁ ଘରକୁ ଫେରି ଖାଇବା ସାରି ଶୋଇବା ପରେ ସ୍ତ୍ରୀ ମୀନା ଅନାଦିଙ୍କ ଦୁଇ ହାତ ଧରିବା ସହ ଦେଢଶାଶୁ ସବିତା ଦୁଇ ଗୋଡକୁ ଚାପି ଧରଥିଲେ। ପରେ ଝିଆରୀ ଜ୍ୱାଇଁ ପତି ଅନାଦିଙ୍କ ବେକକୁ ଏକ ଦଉଡିରେ ଚିପି ଧରିଥିଲେ। ଫଳରେ ଘଟଣା ସ୍ଥଳରେ ଅନାଦିଙ୍କ ମୃତ୍ୟୁ ହୋଇଥିଲା। ପରେ ତିନିଜଣ ମିଶି ମୃତଦେହକୁ ସାହି ମଝିରେ ପକାଇ ଦେଇଥିଲେ। ଏହି ତିନି ଅଭିଯୁକ୍ତ ପୋଲିସ ପଚରାଉଚରା ବେଳେ ସମସ୍ତ ବିଷୟ ପ୍ରକାଶ କରି ନିଜ ଦୋଷ ସ୍ବୀକାର କରିଛନ୍ତି। ସୂଚନାଯୋଗ୍ୟ, ଅନାଦିଙ୍କ ଆଧାରକାର୍ଡରେ ନିଜ ସାଙ୍ଗିଆ ପରିବର୍ତ୍ତନ ନେଇ ସମସ୍ୟା ଥିବାରୁ ସେ ବ୍ୟାଙ୍କରୁ ଟଙ୍କା ଉଠାଇ ପାରୁ ନ ଥିଲେ।

The post ସ୍ବାମୀ ହତ୍ୟା ଘଟଣାର ପର୍ଦ୍ଦାଫାଶ କଲା ପୋଲିସ appeared first on Dharitri Odia News.