ରାବଣକୁ ଜୟ କରିବା ପାଇଁ ଶ୍ରୀରାମ କରିଥିଲେ ନବରାତ୍ର

କଟକ,୯।୩: ଆଜି ହେଉଛି ଚୈତ୍ର ମାସ ଶୁକ୍ଳ ପକ୍ଷ ପ୍ରତିପଦା ତିଥି ଏହି ପବିତ୍ର ଦିନ ଠାରୁ ଆରମ୍ଭ ହୁଏ ନବରାତ୍ର । ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ପ୍ରସିଦ୍ଧ ଦେବୀ ପୀଠ ଗୁଡ଼ିକରେ ବାସନ୍ତୀକ ନବରାତ୍ର ପୂଜା ଆରମ୍ଭ ହେବା ସହ ରାଷ୍ଟ୍ରୀୟ ନବବର୍ଷ ପାଳନ କରାଯାଇଛି। ପ୍ରତ୍ୟେକ ଶକ୍ତି ପୀଠରେ ଏହି ନବରାତ୍ରର ବେଶ୍ ଗୁରୁତ୍ଵ ରହିଛି । ଏହି ପରିପ୍ରେକ୍ଷୀରେ କଟକର ଅଧିଷ୍ଠାତ୍ରୀ ଦେବି କଟକ ଚଣ୍ଡୀଙ୍କ ପାଖରେ ଦର୍ଶନପାଇଁ ଶ୍ରଦ୍ଧାଳୁଙ୍କ ଭିଡ […] The post ରାବଣକୁ ଜୟ କରିବା ପାଇଁ ଶ୍ରୀରାମ କରିଥିଲେ ନବରାତ୍ର appeared first on Dharitri Odia News.

ରାବଣକୁ ଜୟ କରିବା ପାଇଁ ଶ୍ରୀରାମ କରିଥିଲେ ନବରାତ୍ର

କଟକ,୯।୩: ଆଜି ହେଉଛି ଚୈତ୍ର ମାସ ଶୁକ୍ଳ ପକ୍ଷ ପ୍ରତିପଦା ତିଥି ଏହି ପବିତ୍ର ଦିନ ଠାରୁ ଆରମ୍ଭ ହୁଏ ନବରାତ୍ର । ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ପ୍ରସିଦ୍ଧ ଦେବୀ ପୀଠ ଗୁଡ଼ିକରେ ବାସନ୍ତୀକ ନବରାତ୍ର ପୂଜା ଆରମ୍ଭ ହେବା ସହ ରାଷ୍ଟ୍ରୀୟ ନବବର୍ଷ ପାଳନ କରାଯାଇଛି। ପ୍ରତ୍ୟେକ ଶକ୍ତି ପୀଠରେ ଏହି ନବରାତ୍ରର ବେଶ୍ ଗୁରୁତ୍ଵ ରହିଛି । ଏହି ପରିପ୍ରେକ୍ଷୀରେ କଟକର ଅଧିଷ୍ଠାତ୍ରୀ ଦେବି କଟକ ଚଣ୍ଡୀଙ୍କ ପାଖରେ ଦର୍ଶନପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି ।

ଚୈତ୍ର ମଙ୍ଗଳବାରରେ ଉପବାସ କରୁଥିବା ମହିଳାମାନେ ମାଙ୍କଠାରେ ଦୀପ ଜାଳି ମାନସିକ ପୂରଣ ପାଇଁ ପ୍ରାର୍ଥନା କରିଛନ୍ତି। ଆଜିଠାରୁ ନଅ ଦିନ ପର୍ଯ୍ୟନ୍ତ ମା କଟକ ଚଣ୍ଡୀଙ୍କ ପୀଠରେ ପୂଜା ଚାଲିବ। ଗଡଗଡିଆ ଘାଟରୁ ଘଟ ଆସି ମାଙ୍କ ପ୍ରାଙ୍ଗଣରେ ସ୍ଥାପନା କରାଯିବ। ଏହି ଘଟକୁ ନଅଦିନ ପୂଜା କରାଯିବା ସହିତ ତିନି ଦିନ ଧରି ମାଙ୍କୁ ତ୍ରିଶକ୍ତି ବେଶ କରାଯିବ। ମହାଲକ୍ଷ୍ମୀ, ମହାକାଳୀ ଏବଂ ମହାସରସ୍ୱତୀ ବେଶରେ ସୁସଜ୍ଜିତ କରାଯିବ ବୋଲି ଚଣ୍ଡୀ ମନ୍ଦିରର ମୁଖ୍ୟ ପୂଜକ ମନୋଜ ପଣ୍ଡା ସୂଚନା ଦେଇଛନ୍ତି।

The post ରାବଣକୁ ଜୟ କରିବା ପାଇଁ ଶ୍ରୀରାମ କରିଥିଲେ ନବରାତ୍ର appeared first on Dharitri Odia News.