ଶ୍ରୀମନ୍ଦିରକୁ ପ୍ରବେଶ ବେଳେ ଅଣହିନ୍ଦୁ ଅଟକ, ୯ ବାଙ୍ଗଲାଦେଶୀ ପର୍ଯ୍ୟଟକ ଅଟକ

ପୁରୀ : ଶ୍ରୀମନ୍ଦିରକୁ ପ୍ରବେଶ ବେଳେ ଅଣହିନ୍ଦୁ ଅଟକ । ୯ ବାଙ୍ଗଲାଦେଶୀ ପର୍ଯ୍ୟଟକଙ୍କୁ ଅଟକ ରଖିଛି ସିଂହଦ୍ବାର ପୋଲିସ । ଆଜି ସନ୍ଧ୍ୟା ସମୟରେ ବାଙ୍ଗଲାଦେଶର ୪ ଜଣ ଅଣହିନ୍ଦୁ ସନ୍ଦେହ ଜନକ ଭାବେ ଉତ୍ତରଦ୍ୱାର ନିକଟ ପରିକ୍ରମା ମାର୍ଗରେ ବସିଥିବା ଦେଖିବାକୁ ମିଳିଥିଲା । ସେମାନଙ୍କୁ ପଚରାଉଚରା କରିବା ପରେ ତାଙ୍କର ୫ ଜଣ ସହଯୋଗୀ ମନ୍ଦିରକୁ ଯାଇଥିବା କହିଥିଲେ। ସେମାନଙ୍କ ମଧ୍ୟରେ ଜଣେ ହିନ୍ଦୁ ଓ ୪ଜଣ ଅଣହିନ୍ଦୁ ବୋଲି ସୂଚନା ମିଳିଥିଲା। […] The post ଶ୍ରୀମନ୍ଦିରକୁ ପ୍ରବେଶ ବେଳେ ଅଣହିନ୍ଦୁ ଅଟକ, ୯ ବାଙ୍ଗଲାଦେଶୀ ପର୍ଯ୍ୟଟକ ଅଟକ appeared first on KNews Odisha.

ଶ୍ରୀମନ୍ଦିରକୁ ପ୍ରବେଶ ବେଳେ ଅଣହିନ୍ଦୁ ଅଟକ, ୯ ବାଙ୍ଗଲାଦେଶୀ ପର୍ଯ୍ୟଟକ ଅଟକ
srimandir

ପୁରୀ : ଶ୍ରୀମନ୍ଦିରକୁ ପ୍ରବେଶ ବେଳେ ଅଣହିନ୍ଦୁ ଅଟକ । ୯ ବାଙ୍ଗଲାଦେଶୀ ପର୍ଯ୍ୟଟକଙ୍କୁ ଅଟକ ରଖିଛି ସିଂହଦ୍ବାର ପୋଲିସ । ଆଜି ସନ୍ଧ୍ୟା ସମୟରେ ବାଙ୍ଗଲାଦେଶର ୪ ଜଣ ଅଣହିନ୍ଦୁ ସନ୍ଦେହ ଜନକ ଭାବେ ଉତ୍ତରଦ୍ୱାର ନିକଟ ପରିକ୍ରମା ମାର୍ଗରେ ବସିଥିବା ଦେଖିବାକୁ ମିଳିଥିଲା । ସେମାନଙ୍କୁ ପଚରାଉଚରା କରିବା ପରେ ତାଙ୍କର ୫ ଜଣ ସହଯୋଗୀ ମନ୍ଦିରକୁ ଯାଇଥିବା କହିଥିଲେ।

ସେମାନଙ୍କ ମଧ୍ୟରେ ଜଣେ ହିନ୍ଦୁ ଓ ୪ଜଣ ଅଣହିନ୍ଦୁ ବୋଲି ସୂଚନା ମିଳିଥିଲା। ପରେ ସେମାନଙ୍କୁ ସିଂହଦ୍ଵାର ପୋଲିସ ଅଟକ ରଖିଥିବା ଜଣାପଡ଼ିଛି । ଏହି ଅଣହିନ୍ଦୁ ବାଙ୍ଗଲାଦେଶୀ ନାଗରିକ ମାନେ ମନ୍ଦିରକୁ ପ୍ରବେଶ କରି ମହାପ୍ରଭୁଙ୍କ ଦର୍ଶନ ସହ ପ୍ରସାଦ ଧରି ଫେରିଛନ୍ତି। ତେବେ ଶ୍ରୀମନ୍ଦିରକୁ ବାରମ୍ବାର ଅଣହିନ୍ଦୁଙ୍କ ପ୍ରବେଶ ନିଶ୍ଚିତ ଭାବେ ଶ୍ରୀମନ୍ଦିର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

The post ଶ୍ରୀମନ୍ଦିରକୁ ପ୍ରବେଶ ବେଳେ ଅଣହିନ୍ଦୁ ଅଟକ, ୯ ବାଙ୍ଗଲାଦେଶୀ ପର୍ଯ୍ୟଟକ ଅଟକ appeared first on KNews Odisha.