ଶ୍ରୀମନ୍ଦିରରେ ଅଘଟଣ, ମହାପ୍ରଭୁଙ୍କର ହେଲା ବଡ଼ ମହାସ୍ନାନ
ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ହୋଇଛି ବଡ଼ ମହାସ୍ନାନ। ଜୟ ବିଜୟ ଦ୍ୱାରରେ ବାନ୍ତି ପଡ଼ିଥିବାରୁ ମଙ୍ଗଳ ଆଳତି ପରେ ପରେ ଏହି ବଡ଼ ମହାସ୍ନାନ କରାଯାଇଛି। ତେବେ ଏହି ସ୍ୱତନ୍ତ୍ର ମହାସ୍ନାନ ପୂଜା ପାଇଁ ନୀତିକାନ୍ତିରେ ପ୍ରାୟ ଦେଢଘଣ୍ଟା ବିଳମ୍ବ ହୋଇଥିଲା। ଶୁକ୍ରବାର ସକାଳ ୬ଟା ୧୫ରେ ଦ୍ୱାର ଫିଟାଯାଇଥିଲା। ୬ଟା ୫୫ରେ ଭିତର ଶୋଧ ଏବଂ ୭ଟା ୫ରେ ହୋଇଥିଲା ମଙ୍ଗଳ ଆଳତି। ଏହାପରେ ମଇଲମ ଏବଂ ତଡ଼ପ ଲାଗି ଚାଲିଥିବା ବେଳେ ଶ୍ରଦ୍ଧାଳୁମାନେ ଭିତର […]

ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ହୋଇଛି ବଡ଼ ମହାସ୍ନାନ। ଜୟ ବିଜୟ ଦ୍ୱାରରେ ବାନ୍ତି ପଡ଼ିଥିବାରୁ ମଙ୍ଗଳ ଆଳତି ପରେ ପରେ ଏହି ବଡ଼ ମହାସ୍ନାନ କରାଯାଇଛି। ତେବେ ଏହି ସ୍ୱତନ୍ତ୍ର ମହାସ୍ନାନ ପୂଜା ପାଇଁ ନୀତିକାନ୍ତିରେ ପ୍ରାୟ ଦେଢଘଣ୍ଟା ବିଳମ୍ବ ହୋଇଥିଲା।
ଶୁକ୍ରବାର ସକାଳ ୬ଟା ୧୫ରେ ଦ୍ୱାର ଫିଟାଯାଇଥିଲା। ୬ଟା ୫୫ରେ ଭିତର ଶୋଧ ଏବଂ ୭ଟା ୫ରେ ହୋଇଥିଲା ମଙ୍ଗଳ ଆଳତି। ଏହାପରେ ମଇଲମ ଏବଂ ତଡ଼ପ ଲାଗି ଚାଲିଥିବା ବେଳେ ଶ୍ରଦ୍ଧାଳୁମାନେ ଭିତର କାଠକୁ ଯାଇ ଦର୍ଶନ କରୁଥିଲେ। କିନ୍ତୁ ଏହି ସମୟରେ ଜୟ ବିଜୟ ଦ୍ୱାର ପାହାଚରେ ବାନ୍ତି ପଡିଥିବା ଦେଖିବାକୁ ମିଳିଥିଲା। ଫଳରେ ମଙ୍ଗଳ ଆଳତି ପରେ ପରେ ନୀତି ଅଟକା ଯାଇ ମହାସ୍ନାନ ବିଧି ଆରମ୍ଭ ହୋଇଥିଲା। ରତ୍ନସିଂହାସନଠାରୁ ଜୟ ବିଜୟ ଦ୍ୱାର ପର୍ଯ୍ୟନ୍ତ ଧୂଆ ହୋଇ ଚୁନପାଣି ପଡିଥିଲା। ପୂଜାପଣ୍ଡା ସେବକମାନେ ସକାଳ ୮ଟା ୩୦ରେ ମହାସ୍ନାନ ପୂଜା କରିଥିଲେ। ୮ଟା ୩୫ରେ ମହାସ୍ନାନ ପୂଜା ବଢିବା ପରେ ପୁନଶ୍ଚ ନୀତି ଯେଉଁଠି ଅଟକି ଥିଲା ସେହିଠାରୁ ଆରମ୍ଭ ହୋଇଥିଲା ନୀତିକାନ୍ତି। ଏହି ମହାସ୍ନାନ ପାଇଁ ପ୍ରାୟ ଦେଢଘଣ୍ଟାରୁ ଊଦ୍ଧ୍ୱର୍ ନୀତିକାନ୍ତି ବିଳମ୍ବ ହୋଇଥିଲା। ଏହି ବିଳମ୍ବ ଅନ୍ୟାନ୍ୟ ନୀତିକୁ ମଧ୍ୟ ପ୍ରଭାବିତ କରିଥିଲା। କିନ୍ତୁ କିଏ ବାନ୍ତି କରିଥିଲା ତାହା ଜଣାପଡି ନଥିଲା।