ସୁପ୍ରିମକୋର୍ଟ ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ୍ ସଞ୍ଜୀବ ଖାନ୍ନା

ନୂଆଦିଲ୍ଲୀ : ବର୍ତ୍ତମାନ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ କାର୍ଯ୍ୟକାଳ ଆସନ୍ତାମାସରେ ଶେଷ ହେବ। ତେବେ ଏହା ପୂର୍ବରୁ କିଏ ଭାରତର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ତାହାକୁ ନେଇ ଚର୍ଚ୍ଚା ଆଲୋଚନା ଜୋର ଧରିଛି। ଏହାରି ମଧ୍ୟରେ ସୁପ୍ରିମକୋର୍ଟର ବର୍ତ୍ତମାନ ମୁଖ୍ୟ ବିଚାରପତି ଥିବା ଜଷ୍ଟିସ ଡିୱାଇ ଚନ୍ଦ୍ରଚୁଡଙ୍କ କେନ୍ଦ୍ର ସରକାରଙ୍କୁ ଏକ ପତ୍ର ଲେଖି ପରବର୍ତ୍ତୀ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍ ସଞ୍ଜୀବ ଖାନ୍ନାଙ୍କ ନାଁ ପ୍ରସ୍ତାବ ଦେଇଛନ୍ତି। ଜଷ୍ଟିସ ଚନ୍ଦ୍ରଚୁଡ କେନ୍ଦ୍ର […]

ସୁପ୍ରିମକୋର୍ଟ ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ୍ ସଞ୍ଜୀବ ଖାନ୍ନା
Justice Sanjiv Khanna Next Chief Justice Of India After CJI DY Chandrachud Retirement

ନୂଆଦିଲ୍ଲୀ : ବର୍ତ୍ତମାନ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ କାର୍ଯ୍ୟକାଳ ଆସନ୍ତାମାସରେ ଶେଷ ହେବ। ତେବେ ଏହା ପୂର୍ବରୁ କିଏ ଭାରତର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ତାହାକୁ ନେଇ ଚର୍ଚ୍ଚା ଆଲୋଚନା ଜୋର ଧରିଛି। ଏହାରି ମଧ୍ୟରେ ସୁପ୍ରିମକୋର୍ଟର ବର୍ତ୍ତମାନ ମୁଖ୍ୟ ବିଚାରପତି ଥିବା ଜଷ୍ଟିସ ଡିୱାଇ ଚନ୍ଦ୍ରଚୁଡଙ୍କ କେନ୍ଦ୍ର ସରକାରଙ୍କୁ ଏକ ପତ୍ର ଲେଖି ପରବର୍ତ୍ତୀ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍ ସଞ୍ଜୀବ ଖାନ୍ନାଙ୍କ ନାଁ ପ୍ରସ୍ତାବ ଦେଇଛନ୍ତି। ଜଷ୍ଟିସ ଚନ୍ଦ୍ରଚୁଡ କେନ୍ଦ୍ର ଆଇନମନ୍ତ୍ରଣାଳୟକୁ ଏନେଇ ଚିଠି ଲେଖିଛନ୍ତି ।

ସୁପ୍ରିମକୋର୍ଟର ସବୁଠୁ ବରିଷ୍ଠ ତଥା ଅଭିଜ୍ଞ ହେଉଛନ୍ତି ଜଷ୍ଟିସ୍ ସଞ୍ଜୀବ ଖାନ୍ନା। ଜଷ୍ଟିସ ଡିୱାଇ ଚନ୍ଦ୍ରଚୁଡ ନଭେମ୍ବର ୧୦ ତାରିଖରେ ଅବସର ନେବା ପରେ ଜଷ୍ଟିସ ସଞ୍ଜୀବ ଖାନ୍ନା ନଭେମ୍ବର ୧୧ରେ ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ନେବେ। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ତାଙ୍କ କାର୍ୟ୍ୟକାଳ ଛଅ ମାସ ରହିବ। ସେ ୨୦୨୫ ମେ’୧୩ ତାରିଖରେ ଅବସର ନେବେ।

ଜଷ୍ଟିସ ସଞ୍ଜୀବ ଖାନ୍ନା ୧୯୮୩ ମସିହାରେ ଦିଲ୍ଲୀର ବାର କାଉନସିଲରେ ଆଡଭୋକେଟ ଭାବରେ ତାଙ୍କର ଆଇନଗତ ଜୀବନ ଆରମ୍ଭ କରିଥିଲେ। ସେ ପ୍ରଥମେ ଦିଲ୍ଲୀ ହାଇକୋର୍ଟ ଏବଂ ବିଭିନ୍ନ ଟ୍ରିବ୍ୟୁନାଲକୁ ଯିବା ପୂର୍ବରୁ ତିସ୍‌ ହଜାରି କମ୍ପ୍ଲେକ୍ସରେ ଅଭ୍ୟାସ କରିଥିଲେ। ଏହାପରେ ବିଭିନ୍ନ ହାଇକୋର୍ଟରେ ଓକିଲାତି କରିବା ସହ ସହକାରୀ ସରକାରୀ ଓକିଲ ଭାବେ ଦିଲ୍ଲୀ ହାଇକୋର୍ଟରେ କାର୍ଯ୍ୟ କରିଥିଲେ। ପରେ ଆମିକସ କ୍ୟୁରି ଭାବେ ନିଯୁକ୍ତି ପାଇଥିଲେ। ୨୦୦୫ରେ ଦିଲ୍ଲୀ ହାଇକୋର୍ଟର ଆଡିସନାଲ ଜଜ୍ ହୋଇଥିଲେ ଜଷ୍ଟିସ୍ ସଞ୍ଜୀବ ଖାନ୍ନା। ୨୦୦୬ରେ ତାଙ୍କୁ ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ମିଳିଥିଲା। ଏହାପରେ ୨୦୧୯ରୁ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ। ସେବେଠାରୁ ସେ ସୁପ୍ରିମକୋର୍ଟ ବିଚାରପତି ଭାବେ କାର୍ଯ୍ୟ କରିଆସୁଛନ୍ତି।