ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶ ରୋକିବେ ପ୍ରତିହାରୀ ସେବକ

ପୁରୀ,୧୩ା୪(ଅଜିତ୍‌ ମହାନ୍ତି): ଏଣିକି ଶ୍ରୀମନ୍ଦିରରେ ଅଣହିନ୍ଦୁଙ୍କ ପ୍ରବେଶ ରୋକିବେ ପ୍ରତିହାରୀ ସେବକ। ଶ୍ରୀମନ୍ଦିରକୁ ଅନେକ ସମୟରେ ଅଣହିନ୍ଦୁ ପ୍ରବେଶ କରୁଥିବା ନେଇ ବାରମ୍ବାର ଅଭିଯୋଗ ଆସିବା ପରେ ପ୍ରତିହାରୀ ନିଯୋଗର ଏଭଳି ପ୍ରସ୍ତାବକୁ ଶ୍ରୀମନ୍ଦିର ପ୍ରଶାସନ ସ୍ବୀକୃତି ଦେଇଥିବା ନିଯୋଗର ସମ୍ପାଦକ ରାମନାରାୟଣ ଗୋଛିକାର ଶୁକ୍ରବାର ସୂଚନା ଦେଇଛନ୍ତି। ଗୋଚ୍ଛିକାର କହିଛନ୍ତି, ପୂର୍ବକାଳରେ ଶ୍ରୀଜଗନ୍ନାଥଙ୍କ ଓ ଶ୍ରୀମନ୍ଦିରର ସୁରକ୍ଷା ପାଇଁ ପ୍ରତିହାରୀ ସେବକମାନେ ସୁରକ୍ଷା ଦାୟିତ୍ୱ ନିର୍ବାହ କରୁଥିଲେ। କାଳକ୍ରମେ ଶ୍ରୀମନ୍ଦିର ସିଂହଦ୍ୱାରରେ ପ୍ରତିହାରୀ ସେବା ବନ୍ଦ […] The post ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶ ରୋକିବେ ପ୍ରତିହାରୀ ସେବକ appeared first on Dharitri Odia News.

ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶ ରୋକିବେ ପ୍ରତିହାରୀ ସେବକ

ପୁରୀ,୧୩ା୪(ଅଜିତ୍‌ ମହାନ୍ତି): ଏଣିକି ଶ୍ରୀମନ୍ଦିରରେ ଅଣହିନ୍ଦୁଙ୍କ ପ୍ରବେଶ ରୋକିବେ ପ୍ରତିହାରୀ ସେବକ। ଶ୍ରୀମନ୍ଦିରକୁ ଅନେକ ସମୟରେ ଅଣହିନ୍ଦୁ ପ୍ରବେଶ କରୁଥିବା ନେଇ ବାରମ୍ବାର ଅଭିଯୋଗ ଆସିବା ପରେ ପ୍ରତିହାରୀ ନିଯୋଗର ଏଭଳି ପ୍ରସ୍ତାବକୁ ଶ୍ରୀମନ୍ଦିର ପ୍ରଶାସନ ସ୍ବୀକୃତି ଦେଇଥିବା ନିଯୋଗର ସମ୍ପାଦକ ରାମନାରାୟଣ ଗୋଛିକାର ଶୁକ୍ରବାର ସୂଚନା ଦେଇଛନ୍ତି।
ଗୋଚ୍ଛିକାର କହିଛନ୍ତି, ପୂର୍ବକାଳରେ ଶ୍ରୀଜଗନ୍ନାଥଙ୍କ ଓ ଶ୍ରୀମନ୍ଦିରର ସୁରକ୍ଷା ପାଇଁ ପ୍ରତିହାରୀ ସେବକମାନେ ସୁରକ୍ଷା ଦାୟିତ୍ୱ ନିର୍ବାହ କରୁଥିଲେ। କାଳକ୍ରମେ ଶ୍ରୀମନ୍ଦିର ସିଂହଦ୍ୱାରରେ ପ୍ରତିହାରୀ ସେବା ବନ୍ଦ ହୋଇଯାଇଥିଲା। ଶ୍ରୀମନ୍ଦିର ଭିତରେ ପ୍ରତିହାରୀ ସେବକମାନେ ସେବା ଯୋଗାଉଥିଲେ। ଏପରିକି ରଥଯାତ୍ରା ସମୟରେ ମହାପ୍ରଭୁଙ୍କୁ ସେବା ଯୋଗାଇଆସୁଥିଲେ। ମାତ୍ର ମାଳ ମାଳ ପୋଲିସ ଶ୍ରୀମନ୍ଦିର ସୁରକ୍ଷା ଦାୟିତ୍ୱରେ ରହୁଥିଲେ ମଧ୍ୟ ଅନେକ ସମୟରେ ସୁରକ୍ଷା ବଳୟ ଭେଦି ଅଣହିନ୍ଦୁମାନେ ଶ୍ରୀମନ୍ଦିରରେ ପ୍ରବେଶ କରୁଛନ୍ତି। ତେଣୁ ଅଣହିନ୍ଦୁମାନେ ଯେପରି ଶ୍ରୀମନ୍ଦିରକୁ ପ୍ରବେଶ କରିପାରିବେ ନାହିଁ ତାହାକୁ ଦୃଷ୍ଟିରେ ରଖି ଆସନ୍ତା ୧୪ ତାରିଖ ମହାବିଷୁବ ସଂକ୍ରାନ୍ତିଠାରୁ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପ୍ରତିହାରୀ ସେବାୟତମାନେ ନିୟୋଜିତ ରହିବେ।

The post ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶ ରୋକିବେ ପ୍ରତିହାରୀ ସେବକ appeared first on Dharitri Odia News.