ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି ଆରମ୍ଭ, ମାସେ ପର୍ଯ୍ୟନ୍ତ ବାଳଧୂପ ସହ ହେବ ରାଧାଦାମୋଦର ବେଶ

ପୁରୀ ୧୪/୧୦: ଶ୍ରୀମନ୍ଦିରରେ ଆଜିଠାରୁ ଆରମ୍ଭ ହୋଇଛି ମହାପ୍ରଭୁଙ୍କ କାର୍ତ୍ତିକ ନୀତି । ଆଶ୍ବିନ ମାସ ଶୁକ୍ଳପକ୍ଷ ଏକାଦଶୀ ଠାରୁ କାର୍ତ୍ତିକ ମାସ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଏହି ସ୍ବତନ୍ତ୍ର ନୀତି ଚାଲିବ । ତେବେ ଏହି ଏକ ମାସ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ବାଳଧୂପ ସହ ରାଧାଦାମୋଦର ବେଶ କରାଯିବ। ଆଶ୍ବିନ ମାସ ଶୁକ୍ଳ ଏକାଦଶୀ ଠାରୁ କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଏହି ନୀତି ମହାପ୍ରଭୁଙ୍କର ଚାଲିବାକୁ ଥିବାବେଳେ ଏକ ମାସ ଧରି ମହାପ୍ରଭୁଙ୍କ ସ୍ବତନ୍ତ୍ର ବାଳଧୂପ ସହ ରାଧାଦାମୋଦର ବେଶ କରାଯିବ। ତେବେ ଗତକାଲି ଦଶହରାରେ ମହାପ୍ରଭୁଙ୍କ ଅନେକ ଗୁଡ଼ିଏ ନୀତିକାନ୍ତି ଥିବାରୁ ରାତ୍ର ପହୁଡ଼ରେ ବିଳମ୍ବ ହୋଇଥିଲା। ତେଣୁ ଆଜି ଭୋର ୫ଟା ୫ରେ ଦ୍ବାର ଫିଟା ନୀତି ପରେ ୫ଟା ୫୦ମିନିଟରେ ମଙ୍ଗଳ ଆଳତୀ ପରେ କାର୍ତ୍ତିକ ନୀତି ସୁରୁଖୁରୁରେ ସମ୍ପାଦିତ ହୋଇଛି। ମହାପ୍ରଭୁଙ୍କ ମଙ୍ଗଳାଆଳତୀ, ମଇଲମ, ତଡପଲାଗି ସହ ଅବକାଶ ପରେ ରାଧାଦାମୋଦର ବେଶ, ଗୋପାଳବଲ୍ଲଭ, ସକାଳଧୂପ, ବାଳଧୂପ, ଭୋଗମଣ୍ତପ ଓ ମଧ୍ୟାହ୍ନ ଧୂପ ସରିଥିଲା। ତେବେ କାର୍ତ୍ତିକ ନୀତିରେ ବାଳଧୂପ ଏକ ସ୍ବତନ୍ତ୍ର ଭୋଗ ଥିବାରୁ ଏଥିରେ କୋରା, ଦୋଭଜା, ଲିଆ, ଅଦା, ଖଇ, ନଡିଆ, ଚାଉଳିଆ, ସେଓ, କମଳା, କଦଳୀ, କାକୁଡି, ପଇଡ ଆଦି ଭୋଗ କରାଯାଇଥାଏ। କାର୍ତ୍ତିକ ମାସରେ ପ୍ରଭୁ ବିଷ୍ଣୁଙ୍କର ନାମ ଦାମୋଦର ହୋଇଥିବାରୁ ଏହାକୁ ରା

ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି ଆରମ୍ଭ, ମାସେ ପର୍ଯ୍ୟନ୍ତ ବାଳଧୂପ ସହ ହେବ ରାଧାଦାମୋଦର ବେଶ

ପୁରୀ ୧୪/୧୦: ଶ୍ରୀମନ୍ଦିରରେ ଆଜିଠାରୁ ଆରମ୍ଭ ହୋଇଛି ମହାପ୍ରଭୁଙ୍କ କାର୍ତ୍ତିକ ନୀତି । ଆଶ୍ବିନ ମାସ ଶୁକ୍ଳପକ୍ଷ ଏକାଦଶୀ ଠାରୁ କାର୍ତ୍ତିକ ମାସ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଏହି ସ୍ବତନ୍ତ୍ର ନୀତି ଚାଲିବ । ତେବେ ଏହି ଏକ ମାସ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ବାଳଧୂପ ସହ ରାଧାଦାମୋଦର ବେଶ କରାଯିବ। 

ଆଶ୍ବିନ ମାସ ଶୁକ୍ଳ ଏକାଦଶୀ ଠାରୁ କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଏହି ନୀତି ମହାପ୍ରଭୁଙ୍କର ଚାଲିବାକୁ ଥିବାବେଳେ ଏକ ମାସ ଧରି ମହାପ୍ରଭୁଙ୍କ ସ୍ବତନ୍ତ୍ର ବାଳଧୂପ ସହ ରାଧାଦାମୋଦର ବେଶ କରାଯିବ। ତେବେ ଗତକାଲି ଦଶହରାରେ ମହାପ୍ରଭୁଙ୍କ ଅନେକ ଗୁଡ଼ିଏ ନୀତିକାନ୍ତି ଥିବାରୁ ରାତ୍ର ପହୁଡ଼ରେ ବିଳମ୍ବ ହୋଇଥିଲା। ତେଣୁ ଆଜି ଭୋର ୫ଟା ୫ରେ ଦ୍ବାର ଫିଟା ନୀତି ପରେ ୫ଟା ୫୦ମିନିଟରେ ମଙ୍ଗଳ ଆଳତୀ ପରେ କାର୍ତ୍ତିକ ନୀତି ସୁରୁଖୁରୁରେ ସମ୍ପାଦିତ ହୋଇଛି। 

ମହାପ୍ରଭୁଙ୍କ ମଙ୍ଗଳାଆଳତୀ, ମଇଲମ, ତଡପଲାଗି ସହ ଅବକାଶ ପରେ ରାଧାଦାମୋଦର ବେଶ, ଗୋପାଳବଲ୍ଲଭ, ସକାଳଧୂପ, ବାଳଧୂପ, ଭୋଗମଣ୍ତପ ଓ ମଧ୍ୟାହ୍ନ ଧୂପ ସରିଥିଲା। ତେବେ କାର୍ତ୍ତିକ ନୀତିରେ ବାଳଧୂପ ଏକ ସ୍ବତନ୍ତ୍ର ଭୋଗ ଥିବାରୁ ଏଥିରେ କୋରା, ଦୋଭଜା, ଲିଆ, ଅଦା, ଖଇ, ନଡିଆ, ଚାଉଳିଆ, ସେଓ, କମଳା, କଦଳୀ, କାକୁଡି, ପଇଡ ଆଦି ଭୋଗ କରାଯାଇଥାଏ। କାର୍ତ୍ତିକ ମାସରେ ପ୍ରଭୁ ବିଷ୍ଣୁଙ୍କର ନାମ ଦାମୋଦର ହୋଇଥିବାରୁ ଏହାକୁ ରାଧାଦାମୋଦର ବେଶରେ ନାମକରଣ କରାଯାଇଛି । 

ତେବେ ଆଜି ଏକାଦଶୀ ଅବସରରେ ମହାପ୍ରଭୁଙ୍କ ବେଶ ମଧ୍ୟ ସ୍ବତନ୍ତ୍ର ରହିଛି । ଫୁଲ ନିର୍ମିତ ଗୁଣା, ଚିତା ଓ ଅଧରମାଳା ସହ ବିଭିନ୍ନ ପ୍ରକାର ସୁବର୍ଣ୍ଣ ଅଳଙ୍କାର ଠାକୁର ମାନଙ୍କୁ ଲାଗି କରାଯାଇଥାଏ । ଏହି ବେଶରେ ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ର ତ୍ରିକଚ୍ଛ ପରିଧାନ କରିବା ସହ ଦୁଇ ହସ୍ତରେ ସୁବର୍ଣ୍ଣ ନଳୀଭୁଜ, ତ୍ରିମୁଣ୍ଡିରେ ବାଉଁଶ ପାତିଆ ଓ କନାରେ ନିର୍ମିତ ଚୂଳ, ଚୂଳର ଅଗ୍ରଭାଗରେ ରୂପା ଚନ୍ଦ୍ରିକା, କର୍ଣ୍ଣ ଦେଶରେ କୁଣ୍ଡଳ, କଟି ଦେଶରେ ଓଡ଼ିଆଣୀ କମରପଟି, କଣ୍ଠରେ ସୁବର୍ଣ୍ଣ ଘାଗଡ଼ା ମାଳି, କପାଳରେ ତିଳକ, ଚନ୍ଦ୍ର ସୂର୍ଯ୍ୟ ଏବଂ ରାମାନନ୍ଦୀ ଚିତା ଇତ୍ୟାଦି ସୁବର୍ଣ୍ଣ ଅଳଙ୍କାରରେ ଶ୍ରୀଜୀଉ ଭୂଷିତ ହୋଇଥାନ୍ତି। 

ମସ୍ତକରେ ଡଡ଼ଗି ସହିତ ବିଭିନ୍ନ ପ୍ରକାର ପୁଷ୍ପ ଅଳଙ୍କାର, ସୁବର୍ଣ୍ଣ ଅଳଙ୍କାର ସହ ପାଟଶାଢ଼ୀ, ଫୁଟା, ଶିରି କପଡ଼ା, ପହରଣ, ବଳା, ଅଧରବଳା ଓ ଉତ୍ତରୀୟ ବସ୍ତ୍ର ମଧ୍ୟ ଲାଗି ହୁଏ। ତେବେ ମହାପ୍ରଭୁଙ୍କ ଏହି ରାଧାଦାମୋଦର ବେଶ ଦର୍ଶନ କରି ଭକ୍ତମାନେ ନିଜକୁ ଧନ୍ୟ ମନେ କରିଥିବା କହିଛନ୍ତି।