ଶ୍ରୀମନ୍ଦିରରେ ବରିଷ୍ଠ ସେବାୟତଙ୍କୁ ଆକ୍ରମଣ : ମୁଖ୍ୟ ଅଭିଯୁକ୍ତ ଗିରଫ, ପୂର୍ବରୁ ଗିରଫ ହୋଇଥିଲେ ଦୁଇ

ପୁରୀ ୨୫।୧୦: ଶ୍ରୀମନ୍ଦିର ପଶ୍ଚିମ ଦ୍ବାର ନିକଟରେ ବରିଷ୍ଠ ସେବାୟତ ବକ୍ସି ରାମଚନ୍ଦ୍ର ପ୍ରତିହାରୀଙ୍କୁ ହତ୍ୟା ଉଦ୍ୟମ ଘଟଣାରେ କାର୍ଯ୍ୟାନୁଷ୍ଠାନ । ପୋଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ପୂର୍ବରୁ ଦୁଇ ଜଣ ଅଭିଯୁକ୍ତଙ୍କୁ ସିଂହଦ୍ଵାର ଥାନା ପୋଲିସ ଗିରଫ କରିଥିଲା । ମୁଖ୍ୟ ଅଭିଯୁକ୍ତ ବାସୁ ଓରଫ ବାସୁଦେବ ମଣ୍ଡଳକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।‌ ଅଭିଯୁକ୍ତ ବାସୁ ବଳିଆପଣ୍ଡା ଅଞ୍ଚଳର । ପୋଲିସ ତା ଠାରୁ ଗୋଟିଏ ଭୁଜାଲି ଜବତ କରିଛି । ସୂଚନାଯୋଗ୍ୟ ଯେ, ଗତ ୧୯ ତାରିଖ ସନ୍ଧ୍ୟାରେ ଶ୍ରୀମନ୍ଦିର ପଶ୍ଚିମ ଦ୍ବାର ଠାରେ ବରିଷ୍ଠ ସେବାୟତ ବକ୍ସି ରାମଚନ୍ଦ୍ର ପ୍ରତିହାରୀଙ୍କୁ ଭୁଜାଲିରେ ଆକ୍ରମଣ କରି ହତ୍ୟା ଉଦ୍ୟମ କରିଥିଲା ବାସୁ । ଶ୍ରୀମନ୍ଦିର ଆନନ୍ଦ ବଜାରରେ ବେଆଇନ ଭାବେ ରାବିଡି ବିକ୍ରିକୁ ବାରଣ କରିବାରୁ ଏହି ହତ୍ୟା ଉଦ୍ୟମ ଘଟଣା ଘଟିଥିବା ଅତିରିକ୍ତ ଏସ୍‌ପି ସୁଶୀଲ କୁମାର ମିଶ୍ର ସୂଚନା ଦେଇଛନ୍ତି ।   You Can Read:ଶିମିଳିପାଳ ଉପରମୁଣ୍ଡରେ ବର୍ଷା, ଉଛୁଳିଲା ବାଲିଡ଼ିହା ବନ୍ଧ  

ଶ୍ରୀମନ୍ଦିରରେ ବରିଷ୍ଠ ସେବାୟତଙ୍କୁ ଆକ୍ରମଣ : ମୁଖ୍ୟ ଅଭିଯୁକ୍ତ ଗିରଫ, ପୂର୍ବରୁ ଗିରଫ ହୋଇଥିଲେ ଦୁଇ

ପୁରୀ ୨୫।୧୦: ଶ୍ରୀମନ୍ଦିର ପଶ୍ଚିମ ଦ୍ବାର ନିକଟରେ ବରିଷ୍ଠ ସେବାୟତ ବକ୍ସି ରାମଚନ୍ଦ୍ର ପ୍ରତିହାରୀଙ୍କୁ ହତ୍ୟା ଉଦ୍ୟମ ଘଟଣାରେ କାର୍ଯ୍ୟାନୁଷ୍ଠାନ । ପୋଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ପୂର୍ବରୁ ଦୁଇ ଜଣ ଅଭିଯୁକ୍ତଙ୍କୁ ସିଂହଦ୍ଵାର ଥାନା ପୋଲିସ ଗିରଫ କରିଥିଲା । ମୁଖ୍ୟ ଅଭିଯୁକ୍ତ ବାସୁ ଓରଫ ବାସୁଦେବ ମଣ୍ଡଳକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।‌ ଅଭିଯୁକ୍ତ ବାସୁ ବଳିଆପଣ୍ଡା ଅଞ୍ଚଳର । ପୋଲିସ ତା ଠାରୁ ଗୋଟିଏ ଭୁଜାଲି ଜବତ କରିଛି । ସୂଚନାଯୋଗ୍ୟ ଯେ, ଗତ ୧୯ ତାରିଖ ସନ୍ଧ୍ୟାରେ ଶ୍ରୀମନ୍ଦିର ପଶ୍ଚିମ ଦ୍ବାର ଠାରେ ବରିଷ୍ଠ ସେବାୟତ ବକ୍ସି ରାମଚନ୍ଦ୍ର ପ୍ରତିହାରୀଙ୍କୁ ଭୁଜାଲିରେ ଆକ୍ରମଣ କରି ହତ୍ୟା ଉଦ୍ୟମ କରିଥିଲା ବାସୁ । ଶ୍ରୀମନ୍ଦିର ଆନନ୍ଦ ବଜାରରେ ବେଆଇନ ଭାବେ ରାବିଡି ବିକ୍ରିକୁ ବାରଣ କରିବାରୁ ଏହି ହତ୍ୟା ଉଦ୍ୟମ ଘଟଣା ଘଟିଥିବା ଅତିରିକ୍ତ ଏସ୍‌ପି ସୁଶୀଲ କୁମାର ମିଶ୍ର ସୂଚନା ଦେଇଛନ୍ତି ।   

You Can Read:

ଶିମିଳିପାଳ ଉପରମୁଣ୍ଡରେ ବର୍ଷା, ଉଛୁଳିଲା ବାଲିଡ଼ିହା ବନ୍ଧ