ଶ୍ରୀରାମନବମୀ
ପ୍ରଭୁ ଶ୍ରୀରାମ ହେଉଛନ୍ତି ମର୍ଯ୍ୟାଦା ପୁରୁଷୋତ୍ତମ । ସେ ହେଉଛନ୍ତି ହିନ୍ଦୁଙ୍କ ଆସ୍ଥାର ପ୍ରତୀକ। ସବୁ ସମୟରେ ଭଗବାନ ରାମଙ୍କ ମହନୀୟ ଚରିତ୍ରରୁ ଅନେକ କିଛି ଶିଖିବାକୁ ମିଳେ। ଚୈତ୍ର ଶୁକ୍ଳ ନବମୀ ଅର୍ଥାତ୍ ରାମନବମୀ ଶ୍ରୀରାମଙ୍କ ଜନ୍ମୋତ୍ସବ ଭାବେ ପାଳନ କରାଯାଏ। ତା’ସହ ଚୈତ୍ର ନବରାତ୍ରୀର ଶେଷ ଦିନ ଭାବେ ଏହାକୁ ପାଳନ ବି କରାଯାଏ। ଭଗବାନ ଶ୍ରୀରାମ ଅଯୋଧ୍ୟାର ରାଜା ଦଶରଥ ଏବଂ ରାଣୀ କୌଶଲ୍ୟାଙ୍କ ସୁପୁତ୍ର। ହିନ୍ଦୁ ଧର୍ମ ଅନୁସାରେ, ଭଗବାନ ରାମ […]

ପ୍ରଭୁ ଶ୍ରୀରାମ ହେଉଛନ୍ତି ମର୍ଯ୍ୟାଦା ପୁରୁଷୋତ୍ତମ । ସେ ହେଉଛନ୍ତି ହିନ୍ଦୁଙ୍କ ଆସ୍ଥାର ପ୍ରତୀକ। ସବୁ ସମୟରେ ଭଗବାନ ରାମଙ୍କ ମହନୀୟ ଚରିତ୍ରରୁ ଅନେକ କିଛି ଶିଖିବାକୁ ମିଳେ। ଚୈତ୍ର ଶୁକ୍ଳ ନବମୀ ଅର୍ଥାତ୍ ରାମନବମୀ ଶ୍ରୀରାମଙ୍କ ଜନ୍ମୋତ୍ସବ ଭାବେ ପାଳନ କରାଯାଏ। ତା’ସହ ଚୈତ୍ର ନବରାତ୍ରୀର ଶେଷ ଦିନ ଭାବେ ଏହାକୁ ପାଳନ ବି କରାଯାଏ।
ଭଗବାନ ଶ୍ରୀରାମ ଅଯୋଧ୍ୟାର ରାଜା ଦଶରଥ ଏବଂ ରାଣୀ କୌଶଲ୍ୟାଙ୍କ ସୁପୁତ୍ର। ହିନ୍ଦୁ ଧର୍ମ ଅନୁସାରେ, ଭଗବାନ ରାମ ବିଷ୍ଣୁଙ୍କ ସପ୍ତମ ଅବତାର। ତ୍ରେତୟା ଯୁଗରେ ଅସୁରମାନଙ୍କ ଉତ୍ପାତ ବଢ଼ି ଯାଇଥିଲା। ସେମାନେ ମୁନି-ଋଷିଙ୍କ ଯଜ୍ଞ ଭଙ୍ଗ କରିବାକୁ ଚାହୁଁଥିଲେ। ଅସୁରମାନଙ୍କ ବିନାଶ ପାଇଁ ଭଗବାନ ବିଷ୍ଣୁ ଶ୍ରୀରାମ ଅବତାରରେ ଅବତରିଲେ।
ଅନ୍ୟପକ୍ଷରେ ଶ୍ରୀରାମଙ୍କ ଜନ୍ମୋତ୍ସବର ଉତ୍ସାହ ପୂରା ଭାରତରେ ଦେଖୀବାକୁ ମିଳିଥାଏ। ରାମନବମୀ ଦିନ ଶ୍ରୀରାମଙ୍କ ବିଶେଷ ପୂଜାର୍ଚ୍ଚନା କରାଯାଏ। ବିଶେଷକରି ଏହି ଅବସରରେ ଶ୍ରୀରାମଙ୍କ ଉପାସନା ତଥା ବ୍ରତ ରଖୀବା ଦ୍ବାରା ଜୀବନରେ ସୁଖସମୃଦ୍ଧି ପ୍ରାପ୍ତ ହୁଏ। ଶ୍ରୀରାମଙ୍କ ସମେତ ଦେବୀ ସୀତା, ଲକ୍ଷ୍ମଣ ଏବଂ ହନୁମାନଙ୍କ ପୂଜା କରାଯାଏ। ଏହିଦିନ ରାମଚରିତ, ରାମ ସ୍ତୋତ୍ର, ରାମାୟଣ ପାଠ କରିବାକୁ ଶୁଭ ବୋଲି ବିବେଚନା କରାଯାଏ। ସେହିପରି ପବିତ୍ର ରାମନବମୀରେ ଶ୍ରୀମନ୍ଦିରରେ ଶ୍ରୀରାମଙ୍କ ଜନ୍ମନୀତି ଅନୁଷ୍ଠିତ ହୋଇଥାଏ। ଏହି ଅବସରରେ ରାମଜନ୍ମଭୂମି ଅଯୋଧ୍ୟାକୁ ସ୍ବତନ୍ତ୍ର ଭାବେ ସଜ୍ଜାଯାଏ।