ଶ୍ରୀଲଙ୍କାରେ ଏ କ’ଣ ହେଲା? ସିରିଜ ଆରମ୍ଭ ପୂର୍ବରୁ ସର୍ବସମ୍ମୁଖରେ ଭାବବିହ୍ବଳ ହେଲେ ଗମ୍ଭୀର,Video

ନୂଆଦିଲ୍ଲୀ,୨୭।୭: ଟିମ୍‌ ଇଣ୍ଡିଆର ଶ୍ରୀଲଙ୍କା ଗସ୍ତର ଆରମ୍ଭ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ମୁକାବିଲାରୁ ହେବାକୁ ଯାଉଛି। ଗମ୍ଭୀର ଏହି ସିରିଜ ସହ ହେଡ୍‌ କୋଚ୍‌ ଭାବେ ଇନିଂସ ଆରମ୍ଭ କରିବେ। ଗମ୍ଭୀର ରାହୁଲ ଦ୍ରାବିଡଙ୍କ ସ୍ଥାନ ନେଇଛନ୍ତି। ଗତ ମାସରେ ଟି୨୦ ବିଶ୍ୱକପ୍‌ ଶେଷ ହେବା ପରେ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ଏବେ ସେ ଗମ୍ଭୀରଙ୍କୁ ସ୍ବତନ୍ତ୍ର ବାର୍ତ୍ତା ଦେଇଛନ୍ତି। ଗମ୍ଭୀର ସମ୍ମୁଖୀନ ହେବାକୁ ଥିବା ଚ୍ୟାଲେଞ୍ଜଗୁଡ଼ିକର ମୁକାବିଲା ନେଇ ସେ ପରାମର୍ଶ ଦେଇଛନ୍ତି। […] The post ଶ୍ରୀଲଙ୍କାରେ ଏ କ’ଣ ହେଲା? ସିରିଜ ଆରମ୍ଭ ପୂର୍ବରୁ ସର୍ବସମ୍ମୁଖରେ ଭାବବିହ୍ବଳ ହେଲେ ଗମ୍ଭୀର,Video appeared first on Dharitri Odia News.

ଶ୍ରୀଲଙ୍କାରେ ଏ କ’ଣ ହେଲା? ସିରିଜ ଆରମ୍ଭ ପୂର୍ବରୁ ସର୍ବସମ୍ମୁଖରେ ଭାବବିହ୍ବଳ ହେଲେ ଗମ୍ଭୀର,Video

ନୂଆଦିଲ୍ଲୀ,୨୭।୭: ଟିମ୍‌ ଇଣ୍ଡିଆର ଶ୍ରୀଲଙ୍କା ଗସ୍ତର ଆରମ୍ଭ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ମୁକାବିଲାରୁ ହେବାକୁ ଯାଉଛି। ଗମ୍ଭୀର ଏହି ସିରିଜ ସହ ହେଡ୍‌ କୋଚ୍‌ ଭାବେ ଇନିଂସ ଆରମ୍ଭ କରିବେ। ଗମ୍ଭୀର ରାହୁଲ ଦ୍ରାବିଡଙ୍କ ସ୍ଥାନ ନେଇଛନ୍ତି। ଗତ ମାସରେ ଟି୨୦ ବିଶ୍ୱକପ୍‌ ଶେଷ ହେବା ପରେ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ଏବେ ସେ ଗମ୍ଭୀରଙ୍କୁ ସ୍ବତନ୍ତ୍ର ବାର୍ତ୍ତା ଦେଇଛନ୍ତି। ଗମ୍ଭୀର ସମ୍ମୁଖୀନ ହେବାକୁ ଥିବା ଚ୍ୟାଲେଞ୍ଜଗୁଡ଼ିକର ମୁକାବିଲା ନେଇ ସେ ପରାମର୍ଶ ଦେଇଛନ୍ତି। ଏହି ବାର୍ତ୍ତା ପାଇବା ପରେ ଗମ୍ଭୀର ଭାବପ୍ରବଣ ହୋଇପଡ଼ିଥିବା ଦେଖାଯାଇଛି।

ଭାରତୀୟ କ୍ରିକେଟ ବୋର୍ଡ ପକ୍ଷରୁ ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରାଯାଇଛି। ଏଥିରେ ଦ୍ରାବିଡ ଏକ ଭଏସ୍‌ ନୋଟ୍‌ ପଠାଇଥିବା ଦେଖଶଯାଇଛି। ଉକ୍ତ ଭଏସ୍‌ ନୋଟ୍‌ରେ ଦ୍ରାବିଡ କହିଛନ୍ତି, ହାଲୋ ଗୌତମ, ତୁମକୁ ବହୁତ ଶୁଭକାମନା ଜଣାଉଛି। ଭାରତୀୟ ଦଳ ସହ କାର୍ଯ୍ୟକାଳ ଶେଷ ହେବାର ୩ ସପ୍ତାହ ହୋଇଗଲାଣି। ଯେଉଁଭଳି ଭାବେ ମୁଁ ପ୍ରଥମେ ବାରବାଡୋସ୍‌ ଏବଂ ପରେ ମୁମ୍ବାଇରେ କୋଚିଂ କାର୍ଯ୍ୟକାଳ ଶେଷ କରିଥିଲି, ସେନେଇ ସ୍ବପ୍ନରେ ଭାବି ନ ଥିଲି। ମୁଁ ଚାହେଁ ତୁମେ ମୋ ଅପେକ୍ଷା ଭଲ ଫଳାଫଳ ପାଅ ଏବଂ ତୁମକୁ ସବୁବେଳେ ଫିଟ୍‌ ଖେଳାଳି ମିଳନ୍ତୁ ଏବଂ ଭାଗ୍ୟ ତୁମର ସାଥିରେ ରହୁ। କାରଣ ଏହାର ବହୁତ ଆବଶ୍ୟତକା ରହିଛି। ଯେତେବେଳେ ଆମେ ସାଙ୍ଗହୋଇ ଖେଳୁଥିଲେ , ମୁଁ ତୁମାର ବ୍ୟାଟିଂର ଝଲକ ଦେଖିଛି। ବିରୋଧୀ ସମ୍ମୁଖରେ ତୁମେ ଆତ୍ମସମର୍ପଣ କରୁନଥୁଲ। ସେତେବେଳେ ମୁଁ ତୁମକୁ ଲକ୍ଷ୍ୟ କରିଥିଲି। ଏବେ ତୁମଠାରୁ ବହୁତ କିଛି ଆଶା କରାଯାଉଛି। ଖରାପ ସମୟରେ ତୁମକୁ ଏକୁଟିଆ ଲାଗିବ ନାହିଁ। ତୁମକୁ ଖେଳାଳି, ସପୋର୍ଟ ଷ୍ଟାଫ୍‌, ମ୍ୟାନେଜମେଣ୍ଟ ଏବଂ ପୂର୍ବର ନେତୃବୃନ୍ଦଙ୍କଠାରୁ ସମର୍ଥନ ମିଳିବ। ଗୋଟିଏ କୋଚଙ୍କଠାରୁ ଅନ୍ୟଜଣଙ୍କୁ ଏହି ପରାମର୍ଶ ଯେ କଠିନ ସମୟରେ ବି ହସିବ। ମୋତେ ବିଶ୍ୱାସ ଯେ ତୁମେ ଭାରତୀୟ କ୍ରିକେଟକୁ ବହୁ ଉପରକୁ ନେଇ ଯିବ ବୋଲି ରାହୁଲ କହିଛନ୍ତି।

ଦ୍ରାବିଡଙ୍କ ଏହି ଭଏସ୍‌ ନୋଟ୍‌ ପାଇବା ପରେ ଗମ୍ଭୀର ବେଶ ଭାବବିହ୍ବଳ ନଜର ଆସିଥିଲେ। ସେ କହିଥିଲେ ଯେ, ଏହି ବାର୍ତ୍ତା ମୋ ପାଇଁ ଗୁରୁତ୍ୱ ବହନ କରେ। ଏହା ଏଭଳି ଜଣେ ବ୍ୟକ୍ତିଙ୍କଠାରୁ ଆସିଛି, ଯିଏ ଖେଳୁଥିବା ସମୟରେ ମୁଁ ତାଙ୍କୁ କେବଳ ଦେଖୁଥିଲି। ତାଙ୍କଠାରୁ ବହୁତ କିଛି ଶିଖିବାର ଅଛି। କେବଳ ମୋ ପାଇଁ ନୁହେଁ, ଆଗାମୀ ପୀଢ଼ି ଏବଂ ବର୍ତ୍ତମାନର ପୀଢ଼ି ପାଇଁ ଶିଖିବାକୁ ବହୁତ ଅଛି। ମୁଁ ଭାବବିହ୍ବଳ ହୁଏ ନାହିଁ। ହେଲେ ଏହି ବାର୍ତ୍ତା ବାସ୍ତବରେ ମୋତେ ଭାବବିହ୍ବଳ କରିଛି ବୋଲି ସେ କହିଛନ୍ତି।

The post ଶ୍ରୀଲଙ୍କାରେ ଏ କ’ଣ ହେଲା? ସିରିଜ ଆରମ୍ଭ ପୂର୍ବରୁ ସର୍ବସମ୍ମୁଖରେ ଭାବବିହ୍ବଳ ହେଲେ ଗମ୍ଭୀର,Video appeared first on Dharitri Odia News.