ଇତିହାସରେ ପ୍ରଥମ ଥର....ଭାରତୀୟ ବଂଶୋଦ୍ଭବ ୬ ନେତା ନେଲେ ଆମେରିକା ସଂସଦରେ ଶପଥ

ନୂଆଦିଲ୍ଲୀ ୦୪/୦୧: ଭାରତୀୟମାନେ କ୍ରମାଗତ ଭାବେ କେବଳ ଦେଶରେ ନୁହେଁ, ବିଦେଶରେ ମଧ୍ୟ ଜାହିର କରୁଛନ୍ତି ନିଜର ଦବ୍‌ଦବା । ବର୍ତ୍ତମାନ ଭାରତୀୟ ବଂଶୋଦ୍ଭବମାନେ ଆମେରିକାର ଲୋକସଭାରେ ନିଜର ପ୍ରାଧାନ୍ୟ ବିସ୍ତାର କରିଛନ୍ତି । ପ୍ରଥମ ଥର ପାଇଁ ଏତେ ସଂଖ୍ୟକ ଭାରତୀୟ-ଆମେରିକୀୟ ଲୋକସଭାର ସଦସ୍ୟ ଭାବରେ ଶପଥ ଗ୍ରହଣ କରିଛନ୍ତି। ଏଥିମଧ୍ୟରେ ଡକ୍ଟର ଆମି ବେରୀ, ସୁହାସ ସୁବ୍ରମଣ୍ୟନ, ଶ୍ରୀ ଥାନେଦାର, ରୋ ଖାନ୍ନା, ରାଜା କୃଷ୍ଣମୂର୍ତ୍ତି ଏବଂ ପ୍ରମିଳା ଜୟପାଲ ଅଛନ୍ତି।ସାଂସଦ ଡକ୍ଟର ଆମି ବେରୀ ସୋସିଆଲ ମିଡିଆ X ରେ ଏକ ପୋଷ୍ଟ ସେୟାର କରିଛନ୍ତି, ଯେଉଁଥିରେ ସେ କହିଛନ୍ତି ଯେ ଯେତେବେଳେ ମୁଁ ୧୨ ବର୍ଷ ପୂର୍ବେ ପ୍ରଥମ ଥର ପାଇଁ ଶପଥ ନେଇଥିଲି । ସେତେବେଳେ ମୁଁ ଭାରତୀୟ-ଆମେରିକୀୟ ସମ୍ପ୍ରଦାୟର ଏକମାତ୍ର ସାଂସଦ ଏବଂ ଆମେରିକୀୟ ଇତିହାସରେ ତୃତୀୟ ବ୍ୟକ୍ତି ଥିଲି । ହେଲେ ବର୍ତ୍ତମାନ ଆମ ତିନି ନୁହେଁ ସଂଖ୍ୟା ବଢି ୬ରେ ପହଞ୍ଚିଛି । ସେ କହିଛନ୍ତି ମୁଁ ଆଶା କରୁଛି ଆଗାମୀ ବର୍ଷରେ ମଧ୍ୟ ଆମେରିକା ସଂସଦରେ ଆମ ସମୁଦାୟର ଲୋକ ସଂଖ୍ୟା ବୃଦ୍ଧି ପାଇବ । When I was first sworn in twelve years ago, I was the sole Indian American Member of Congress and only the third in U.S. history.Now, our coalition is six strong!I am excited to welcome even more Indian Americans to the halls of Co

ଇତିହାସରେ ପ୍ରଥମ ଥର....ଭାରତୀୟ ବଂଶୋଦ୍ଭବ ୬ ନେତା ନେଲେ ଆମେରିକା ସଂସଦରେ ଶପଥ

ନୂଆଦିଲ୍ଲୀ ୦୪/୦୧: ଭାରତୀୟମାନେ କ୍ରମାଗତ ଭାବେ କେବଳ ଦେଶରେ ନୁହେଁ, ବିଦେଶରେ ମଧ୍ୟ ଜାହିର କରୁଛନ୍ତି ନିଜର ଦବ୍‌ଦବା । ବର୍ତ୍ତମାନ ଭାରତୀୟ ବଂଶୋଦ୍ଭବମାନେ ଆମେରିକାର ଲୋକସଭାରେ ନିଜର ପ୍ରାଧାନ୍ୟ ବିସ୍ତାର କରିଛନ୍ତି । ପ୍ରଥମ ଥର ପାଇଁ ଏତେ ସଂଖ୍ୟକ ଭାରତୀୟ-ଆମେରିକୀୟ ଲୋକସଭାର ସଦସ୍ୟ ଭାବରେ ଶପଥ ଗ୍ରହଣ କରିଛନ୍ତି। ଏଥିମଧ୍ୟରେ ଡକ୍ଟର ଆମି ବେରୀ, ସୁହାସ ସୁବ୍ରମଣ୍ୟନ, ଶ୍ରୀ ଥାନେଦାର, ରୋ ଖାନ୍ନା, ରାଜା କୃଷ୍ଣମୂର୍ତ୍ତି ଏବଂ ପ୍ରମିଳା ଜୟପାଲ ଅଛନ୍ତି।

ସାଂସଦ ଡକ୍ଟର ଆମି ବେରୀ ସୋସିଆଲ ମିଡିଆ X ରେ ଏକ ପୋଷ୍ଟ ସେୟାର କରିଛନ୍ତି, ଯେଉଁଥିରେ ସେ କହିଛନ୍ତି ଯେ ଯେତେବେଳେ ମୁଁ ୧୨ ବର୍ଷ ପୂର୍ବେ ପ୍ରଥମ ଥର ପାଇଁ ଶପଥ ନେଇଥିଲି । ସେତେବେଳେ ମୁଁ ଭାରତୀୟ-ଆମେରିକୀୟ ସମ୍ପ୍ରଦାୟର ଏକମାତ୍ର ସାଂସଦ ଏବଂ ଆମେରିକୀୟ ଇତିହାସରେ ତୃତୀୟ ବ୍ୟକ୍ତି ଥିଲି । ହେଲେ ବର୍ତ୍ତମାନ ଆମ ତିନି ନୁହେଁ ସଂଖ୍ୟା ବଢି ୬ରେ ପହଞ୍ଚିଛି । ସେ କହିଛନ୍ତି ମୁଁ ଆଶା କରୁଛି ଆଗାମୀ ବର୍ଷରେ ମଧ୍ୟ ଆମେରିକା ସଂସଦରେ ଆମ ସମୁଦାୟର ଲୋକ ସଂଖ୍ୟା ବୃଦ୍ଧି ପାଇବ । 


ଆମେରିକାର ଲୋକସଭାର ସଦସ୍ୟ ଭାବରେ ବେରା କ୍ରମାଗତ ସପ୍ତମ ଥର ପାଇଁ କାଲିଫର୍ନିଆରୁ ପ୍ରତିନିଧୀ ଭାବରେ ଶପଥ ନେଇଛନ୍ତି। ସେ ସମସ୍ତ ୬ଜଣ ଭାରତୀୟ-ଆମେରିକୀୟ ସାଂସଦଙ୍କ ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି। ଲୋକସଭାର ସଦସ୍ୟ ଭାବରେ ସୁହାସ ସୁବ୍ରମଣ୍ୟମ ପ୍ରଥମ ଥର ପାଇଁ ଶପଥ ନେଇଥିଲେ। 

ତାଙ୍କ ପରିବାର ଏବଂ ହାଉସ ବାଚସ୍ପତି ମାଇକ ଜନସନଙ୍କ ସହ ନିଜର ଏକ ଚିତ୍ର ପୋଷ୍ଟ କରି ସୁବ୍ରମଣ୍ୟମ ଲେଖିଛନ୍ତି ଯେ ମୋର ପ୍ରଥମ ଦିନ । ଆମେରିକା ସଂସଦରେ ଶପଥ ଗ୍ରହଣ କରି ମୁଁ ଗର୍ବିତ ଅନୁଭବ କରୁଛି। ଖାନ୍ନା, କୃଷ୍ଣମୂର୍ତ୍ତି ଏବଂ ଜୟପାଲ କ୍ରମାଗତ ପଞ୍ଚମ ଥର ପାଇଁ ଶପଥ ନେଇଛନ୍ତି । 

ମାଇକ ଜନସନ ପୁଣି ଥରେ ଆମେରିକାର ହାଉସ ବାଚସ୍ପତି ଭାବରେ ନିର୍ବାଚିତ ହୋଇଛନ୍ତି । ସେ ମୋଟ ୨୧୮ ଭୋଟ୍ ପାଇଥିଲେ। ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ଡେମୋକ୍ରାଟିକ୍ ନେତା ହାକିମ ଜେଫ୍ରିସ୍ ମୋଟ ୨୧୫ ଭୋଟ୍ ପାଇଥିଲେ । ଏହି ବିଜୟ ତାଙ୍କ ପାଇଁ ଏକ ବଡ଼ ସଫଳତା । ବାଚସ୍ପତି ନିର୍ବାଚନ ପୂର୍ବରୁ ତାଙ୍କ ଦଳର କିଛି ସଦସ୍ୟ ଏହାକୁ ବିରୋଧ କରିଥିଲେ । 

ବାଚସ୍ପତି ନିର୍ବାଚନ ପୂର୍ବରୁ ତାଙ୍କ ଦଳର କିଛି ସଦସ୍ୟ ଏହାକୁ ବିରୋଧ କରିଥିଲେ । ବିରୋଧୀମାନେ ଦକ୍ଷିଣ କାରୋଲିନାର ରାଲ୍ଫ ନରମାନ ଏବଂ ଟେକ୍ସାସର କିଥ ସେଲଫ, ଉଭୟ ହାଉସ ରିପବ୍ଲିକାନ୍ସଙ୍କୁ ଅନ୍ତର୍ଭୁକ୍ତ କରିଥିଲେ ଯେଉଁମାନେ ପ୍ରଥମେ ଅନ୍ୟ ପ୍ରାର୍ଥୀଙ୍କୁ ସମର୍ଥନ କରିଥିଲେ ।