ଶ୍ରେଷ୍ଠ ଓଟିଟି ପୁରସ୍କାର, ଆଇଏଫ୍ଏଫ୍ଆଇ-୨୦୨୪ ରେସ୍‌ରେ ୫ ୱେବ୍ ସିରିଜ୍

ମୁମ୍ଵାଇ ୧୭।୧୧; ୫୫ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ପୁରସ୍କାର ପାଇଁ ୫ ଓଟିଟି ସିରିଜ୍‌କୁ  ଚୟନ କରାଯାଇଛି । ଚଳିତ ବର୍ଷ ପୁରସ୍କାର ପାଇଁ ୧୦ଟି ପ୍ରମୁଖ ଓଟିଟି ପ୍ଲାଟ୍‌ଫର୍ମରୁ  ୪୦ ପ୍ରତିଶତରୁ ଅଧିକ ଆବେଦନ କରାଯାଇଥିଲା । ତନ୍ମଧ୍ୟରେ ୫ଟି ୱେବ୍‌ ସିରିଜ୍‌କୁ  ସେମାନଙ୍କ ସୃଜନଶୀଳତା, କଳାତ୍ମକ ପ୍ରତିଭା, କାହାଣୀ କୌଶଳ, ବୈଷୟିକ ଉତ୍କର୍ଷ  ଓ ସାଂସ୍କୃତିକ ପ୍ରଭାବ ପାଇଁ ଚୟନ କରାଯାଇଛି । ସୌରଭ ଖନ୍ନାଙ୍କ ନେଟ୍‌ଫ୍ଲିକ୍ସ ସିରିଜ୍‌  ‘କୋଟା ଫ୍ୟାକ୍ଟରୀ’ ଏଥିରେ ସାମିଲ । ଏହା ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଭାରତର  କୋଚିଂ ହବ୍‌ ରାଜସ୍ଥାନ, କୋଟାର ଉଚ୍ଚ ଚାପପୂର୍ଣ୍ଣ ଶୈକ୍ଷିକ ପରିବେଶ ଉପରେ ଆଧାରିତ  ଏକ ଅନୁସନ୍ଧାନମୂଳକ ନାଟକ । ନେଟ୍‌ଫ୍ଲିକ୍ସ ଡ୍ରାମା ‘କାଲା ପାନି’ ଆଣ୍ଡାମାନ ଦ୍ୱୀପପୁଞ୍ଜ  ଉପରେ ଆଧାରିତ ଏକ ରୋମାଞ୍ଚକର ନାଟକ । ନେଟ୍‌ଫ୍ଲିକ୍ସରେ ପ୍ରସାରିତ ‘ଲାମ୍ପାନ୍‌’  ଗ୍ରାମୀଣ ଭାରତର ଏକ ହୃଦୟସ୍ପର୍ଶୀ କାହାଣୀ । ଜଣେ ଛୋଟ ବାଳକର ଭାବନାତ୍ମକ  ଓ ସାମାଜିକ ଆହ୍ୱାନ ଉପରେ ଏହାର କାହାଣୀ ପର୍ଯ୍ୟବସିତ । ଜି୫ର ‘ଆୟାଲି’  ରକ୍ଷଣଶୀଳ ସମାଜରେ ମହିଳାଙ୍କ ଜୀବନକୁ ନେଇ ଏକ ସାମାଜିକ ସଚେତନଧର୍ମୀ  ନାଟକ । ଆମାଜନ୍‌ ପ୍ରାଇମ୍‌ ଭିଡିଓର ‘ଜୁବିଲି’ ଭାରତୀୟ ସିନେମାର ସୁବର୍ଣ୍ଣ ଯୁଗକୁ  ଶ୍ରଦ୍ଧାଞ୍ଜଳି ଦେଉଥିବା ଏକ ଐତିହାସିକ ଡ୍ରାମା । ସମାରୋହରେ ବିଜେତା ଧାରାବାହିକର ନିର୍ଦ୍ଦେଶକ, ନିର୍ମାତାଙ୍କ

ଶ୍ରେଷ୍ଠ ଓଟିଟି ପୁରସ୍କାର, ଆଇଏଫ୍ଏଫ୍ଆଇ-୨୦୨୪ ରେସ୍‌ରେ ୫ ୱେବ୍ ସିରିଜ୍

ମୁମ୍ଵାଇ ୧୭।୧୧; ୫୫ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ପୁରସ୍କାର ପାଇଁ ୫ ଓଟିଟି ସିରିଜ୍‌କୁ  ଚୟନ କରାଯାଇଛି । ଚଳିତ ବର୍ଷ ପୁରସ୍କାର ପାଇଁ ୧୦ଟି ପ୍ରମୁଖ ଓଟିଟି ପ୍ଲାଟ୍‌ଫର୍ମରୁ  ୪୦ ପ୍ରତିଶତରୁ ଅଧିକ ଆବେଦନ କରାଯାଇଥିଲା । ତନ୍ମଧ୍ୟରେ ୫ଟି ୱେବ୍‌ ସିରିଜ୍‌କୁ  ସେମାନଙ୍କ ସୃଜନଶୀଳତା, କଳାତ୍ମକ ପ୍ରତିଭା, କାହାଣୀ କୌଶଳ, ବୈଷୟିକ ଉତ୍କର୍ଷ  ଓ ସାଂସ୍କୃତିକ ପ୍ରଭାବ ପାଇଁ ଚୟନ କରାଯାଇଛି । ସୌରଭ ଖନ୍ନାଙ୍କ ନେଟ୍‌ଫ୍ଲିକ୍ସ ସିରିଜ୍‌  ‘କୋଟା ଫ୍ୟାକ୍ଟରୀ’ ଏଥିରେ ସାମିଲ । 

ଏହା ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଭାରତର  କୋଚିଂ ହବ୍‌ ରାଜସ୍ଥାନ, କୋଟାର ଉଚ୍ଚ ଚାପପୂର୍ଣ୍ଣ ଶୈକ୍ଷିକ ପରିବେଶ ଉପରେ ଆଧାରିତ  ଏକ ଅନୁସନ୍ଧାନମୂଳକ ନାଟକ । ନେଟ୍‌ଫ୍ଲିକ୍ସ ଡ୍ରାମା ‘କାଲା ପାନି’ ଆଣ୍ଡାମାନ ଦ୍ୱୀପପୁଞ୍ଜ  ଉପରେ ଆଧାରିତ ଏକ ରୋମାଞ୍ଚକର ନାଟକ । ନେଟ୍‌ଫ୍ଲିକ୍ସରେ ପ୍ରସାରିତ ‘ଲାମ୍ପାନ୍‌’  ଗ୍ରାମୀଣ ଭାରତର ଏକ ହୃଦୟସ୍ପର୍ଶୀ କାହାଣୀ । ଜଣେ ଛୋଟ ବାଳକର ଭାବନାତ୍ମକ  ଓ ସାମାଜିକ ଆହ୍ୱାନ ଉପରେ ଏହାର କାହାଣୀ ପର୍ଯ୍ୟବସିତ । 

ଜି୫ର ‘ଆୟାଲି’  ରକ୍ଷଣଶୀଳ ସମାଜରେ ମହିଳାଙ୍କ ଜୀବନକୁ ନେଇ ଏକ ସାମାଜିକ ସଚେତନଧର୍ମୀ  ନାଟକ । ଆମାଜନ୍‌ ପ୍ରାଇମ୍‌ ଭିଡିଓର ‘ଜୁବିଲି’ ଭାରତୀୟ ସିନେମାର ସୁବର୍ଣ୍ଣ ଯୁଗକୁ  ଶ୍ରଦ୍ଧାଞ୍ଜଳି ଦେଉଥିବା ଏକ ଐତିହାସିକ ଡ୍ରାମା । ସମାରୋହରେ ବିଜେତା ଧାରାବାହିକର ନିର୍ଦ୍ଦେଶକ, ନିର୍ମାତାଙ୍କ ସମେତ ଓଟିଟି ପ୍ଲାଟ୍‌ଫର୍ମକୁ ପୁରସ୍କୃତ କରାଯିବ । ବିଜେତାଙ୍କୁ  ୧୦ ଲକ୍ଷ ଟଙ୍କା ନଗଦ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯିବ ।