ଶ୍ରେୟସ ଆୟରଙ୍କ ପାଇଁ ଡବଲ ଗୁଡ୍ ନ୍ୟୁଜ୍
ନୂଆଦିଲ୍ଲୀ,୧୮।୭: ଟିମ ଇଣ୍ଡିଆ ଚଳିତ ମାସର ଶେଷ ସପ୍ତାହରେ ଶ୍ରୀଲଙ୍କା ଗସ୍ତ କରିବ। ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଦିନିକିଆ ଏବଂ ଟି-୨୦ ସିରିଜ ଖେଳାଯିବ। ବିସିସିଆଇର ଚୟନ କମିଟି ଏହି ଯାତ୍ରା ପାଇଁ ଶ୍ରେୟସ ଆୟରଙ୍କୁ ଏକ ସୁଯୋଗ ଦେଇପାରେ। ଆୟର ଦୀର୍ଘ ସମୟ ଧରି ଭାରତୀୟ ଦଳରୁ ବାହରେ ଅଛନ୍ତି । କିନ୍ତୁ ବର୍ତ୍ତମାନ ସେ ଦିନିକିଆ ଦଳର ଅଂଶ ହୋଇପାରନ୍ତି ବୋଲି କୁହାଯାଉଛି। ଏହା ସହିତ ସେ ବିସିସିଆଇର ବାର୍ଷିକ ଚୁକ୍ତିନାମା ମଧ୍ୟ […] The post ଶ୍ରେୟସ ଆୟରଙ୍କ ପାଇଁ ଡବଲ ଗୁଡ୍ ନ୍ୟୁଜ୍ appeared first on Dharitri Odia News.
ନୂଆଦିଲ୍ଲୀ,୧୮।୭: ଟିମ ଇଣ୍ଡିଆ ଚଳିତ ମାସର ଶେଷ ସପ୍ତାହରେ ଶ୍ରୀଲଙ୍କା ଗସ୍ତ କରିବ। ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଦିନିକିଆ ଏବଂ ଟି-୨୦ ସିରିଜ ଖେଳାଯିବ। ବିସିସିଆଇର ଚୟନ କମିଟି ଏହି ଯାତ୍ରା ପାଇଁ ଶ୍ରେୟସ ଆୟରଙ୍କୁ ଏକ ସୁଯୋଗ ଦେଇପାରେ। ଆୟର ଦୀର୍ଘ ସମୟ ଧରି ଭାରତୀୟ ଦଳରୁ ବାହରେ ଅଛନ୍ତି । କିନ୍ତୁ ବର୍ତ୍ତମାନ ସେ ଦିନିକିଆ ଦଳର ଅଂଶ ହୋଇପାରନ୍ତି ବୋଲି କୁହାଯାଉଛି। ଏହା ସହିତ ସେ ବିସିସିଆଇର ବାର୍ଷିକ ଚୁକ୍ତିନାମା ମଧ୍ୟ ପାଇପାରନ୍ତି।
ଏକ ଖବର ଅନୁଯାୟୀ, ଶ୍ରେୟସ ଆୟର ଭାରତର ଦିନିକିଆ ଦଳରେ ସ୍ଥାନ ପାଇପାରନ୍ତି। ଏହା ସହିତ ବିସିସିଆଇ ତାଙ୍କୁ ଶୀଘ୍ର ବାର୍ଷିକ ଚୁକ୍ତିରେ ଅନ୍ତର୍ଭୁକ୍ତ କରିପାରେ। ଡିସେମ୍ବର ୨୦୨୩ରେ ଟିମ ଇଣ୍ଡିଆ ପାଇଁ ଆୟର୍ ତାଙ୍କର ଶେଷ ଦିନିକିଆ ମ୍ୟାଚ ଖେଳିଥିଲେ । ସେ ଟିମ ଇଣ୍ଡିଆ ସହିତ ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇଥିଲେ। ଆୟର ଏହି ଗସ୍ତରେ କେବଳ ଗୋଟିଏ ଦିନିକିଆ ମ୍ୟାଚ ଖେଳି ୫୨ ରନ ସ୍କୋର କରିଥିଲେ।
The post ଶ୍ରେୟସ ଆୟରଙ୍କ ପାଇଁ ଡବଲ ଗୁଡ୍ ନ୍ୟୁଜ୍ appeared first on Dharitri Odia News.