ଶ୍ୱଶୁର ଘରୁ ମିଳିଲା ଜ୍ୱାଇଁଙ୍କ ମୃତଦେହ, ହତ୍ୟା ଅଭିଯୋଗ ଆଣିଲେ ପରିବାର

ନିରାକାରପୁର, ୭।୧୦(ନିରାକାରପୁର ): ଶ୍ୱଶୁର ଘରୁ ଜ୍ୱାଇଁଙ୍କ ମୃତଦେହକୁ ଜଙ୍କିଆ ପୋଲିସ ଉଦ୍ଧାର କରିଛି । ମୃତ ବ୍ୟକ୍ତି ଜଣଙ୍କ ହେଲେ ଜଙ୍କିଆ ଥାନା ଅଧିନସ୍ଥ ଗୋଳବାଇ ପାଟଣା ସାହିର ହୁଣ୍ଡୀ ବଳିୟାରସିଂହ (୩୦)। ଶ୍ୱଶୁର ଘର ଲୋକେ ତାଙ୍କୁ ହତ୍ୟା କରିଥିବା ନେଇ ମୃତକଙ୍କ ବାପା ନୀଳାଦ୍ରି ବଳିୟାରସିଂହ ଜଙ୍କିଆ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ନୀଳାଦ୍ରିଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ ୩୫୦/୨୪ରେ ଥାନାରେ ଏକ ମାମଲା ରୁଜୁ କରିଛି। ଖୋର୍ଦ୍ଧା ସରକାରୀ […] The post ଶ୍ୱଶୁର ଘରୁ ମିଳିଲା ଜ୍ୱାଇଁଙ୍କ ମୃତଦେହ, ହତ୍ୟା ଅଭିଯୋଗ ଆଣିଲେ ପରିବାର appeared first on Dharitri Odia News.

ଶ୍ୱଶୁର ଘରୁ ମିଳିଲା ଜ୍ୱାଇଁଙ୍କ ମୃତଦେହ, ହତ୍ୟା ଅଭିଯୋଗ ଆଣିଲେ ପରିବାର

ନିରାକାରପୁର, ୭।୧୦(ନିରାକାରପୁର ): ଶ୍ୱଶୁର ଘରୁ ଜ୍ୱାଇଁଙ୍କ ମୃତଦେହକୁ ଜଙ୍କିଆ ପୋଲିସ ଉଦ୍ଧାର କରିଛି । ମୃତ ବ୍ୟକ୍ତି ଜଣଙ୍କ ହେଲେ ଜଙ୍କିଆ ଥାନା ଅଧିନସ୍ଥ ଗୋଳବାଇ ପାଟଣା ସାହିର ହୁଣ୍ଡୀ ବଳିୟାରସିଂହ (୩୦)। ଶ୍ୱଶୁର ଘର ଲୋକେ ତାଙ୍କୁ ହତ୍ୟା କରିଥିବା ନେଇ ମୃତକଙ୍କ ବାପା ନୀଳାଦ୍ରି ବଳିୟାରସିଂହ ଜଙ୍କିଆ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ନୀଳାଦ୍ରିଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ ୩୫୦/୨୪ରେ ଥାନାରେ ଏକ ମାମଲା ରୁଜୁ କରିଛି। ଖୋର୍ଦ୍ଧା ସରକାରୀ ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ ପରେ ଆଜି ପୋଲିସ ମୃତ ଦେହକୁ ପରିବାରକୁ ହସ୍ତାନ୍ତର କରିଛି।

ମୃତକଙ୍କ ବାପା ନୀଳାଦ୍ରିଙ୍କ ଅଭିଯୋଗ ଅନୁଯାୟୀ ଗତ ୨ରୁ ୩ବର୍ଷ ହେବ ତାଙ୍କ ପୁଅ ହୁଣ୍ଡୀ ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଗୋଡିପଡା ପଞ୍ଚାୟତ ଅଧିନସ୍ଥ ମୋଟା ଗ୍ରାମରେ ଶ୍ୱଶୁର ଘରେ ରହି ଆସୁଥିଲେ। ପୁଅର ଦେହରେ ଅନେକ ସ୍ଥାନରେ କ୍ଷତ ଚିହ୍ନ ଦେଖି ତାଙ୍କୁ ଶ୍ୱଶୁର ଘର ଲୋକେ ମାରିଦେଇଛନ୍ତି ବୋଲି ସେ ତାଙ୍କ ଅଭିଯୋଗରେ ଜଣାଇଛନ୍ତି । ହେଲେ ଏବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ଏବଂ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି ।

The post ଶ୍ୱଶୁର ଘରୁ ମିଳିଲା ଜ୍ୱାଇଁଙ୍କ ମୃତଦେହ, ହତ୍ୟା ଅଭିଯୋଗ ଆଣିଲେ ପରିବାର appeared first on Dharitri Odia News.