ଶ୍ୱଶୁରଙ୍କୁ ହତ୍ୟା କଲେ ଜ୍ବାଇଁ : ସ୍ତ୍ରୀ, ଶାଶୁ ଗୁରୁତର

ଲକ୍ଷ୍ମୀପୁର,୨୨ା୯(ଅନନ୍ତ ନାୟକ): କୋରାପୁଟ ଜିଲା ଲକ୍ଷ୍ମୀପୁର ସଦର ରେଲୱେ କଲୋନୀ ନିକଟ ଆମ୍ବଗୁଡ଼ା ସାହିରେ ଏକ ହତ୍ୟାକାଣ୍ଡ ଘଟିଛି। ଏଥିରେ ଶ୍ୱଶୁରଙ୍କୁ ଲୁହା ରଡ୍‌ରେ ପିଟି ଜ୍ବାଇଁ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ମୃତକ ହେଲେ ଲୋଚନ ବୈପାରୀ(୫୦)। ଏନେଇ ଲକ୍ଷ୍ମୀପୁର ପୋଲିସ ଏକ ମାମଲା(ନଂ. ୧୪୮/୨୪) ରୁଜୁକରି ଜ୍ୱାଇଁ କୃଷ୍ଣ ଜାନୀଙ୍କୁ ଗିରଫ କରିଛି। ଏଥିରେ ସମ୍ପୃକ୍ତ ଅନ୍ୟ ୨ ନାବାଳକ ସହଯୋଗୀଙ୍କୁ ପୋଲିସ ପଚରାଉଚରା କରୁଛି । ପ୍ରକାଶ ଯେ, […] The post ଶ୍ୱଶୁରଙ୍କୁ ହତ୍ୟା କଲେ ଜ୍ବାଇଁ : ସ୍ତ୍ରୀ, ଶାଶୁ ଗୁରୁତର appeared first on Dharitri Odia News.

ଶ୍ୱଶୁରଙ୍କୁ ହତ୍ୟା କଲେ ଜ୍ବାଇଁ : ସ୍ତ୍ରୀ, ଶାଶୁ ଗୁରୁତର

ଲକ୍ଷ୍ମୀପୁର,୨୨ା୯(ଅନନ୍ତ ନାୟକ): କୋରାପୁଟ ଜିଲା ଲକ୍ଷ୍ମୀପୁର ସଦର ରେଲୱେ କଲୋନୀ ନିକଟ ଆମ୍ବଗୁଡ଼ା ସାହିରେ ଏକ ହତ୍ୟାକାଣ୍ଡ ଘଟିଛି। ଏଥିରେ ଶ୍ୱଶୁରଙ୍କୁ ଲୁହା ରଡ୍‌ରେ ପିଟି ଜ୍ବାଇଁ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ମୃତକ ହେଲେ ଲୋଚନ ବୈପାରୀ(୫୦)। ଏନେଇ ଲକ୍ଷ୍ମୀପୁର ପୋଲିସ ଏକ ମାମଲା(ନଂ. ୧୪୮/୨୪) ରୁଜୁକରି ଜ୍ୱାଇଁ କୃଷ୍ଣ ଜାନୀଙ୍କୁ ଗିରଫ କରିଛି। ଏଥିରେ ସମ୍ପୃକ୍ତ ଅନ୍ୟ ୨ ନାବାଳକ ସହଯୋଗୀଙ୍କୁ ପୋଲିସ ପଚରାଉଚରା କରୁଛି ।

ପ୍ରକାଶ ଯେ, ପାରିବାରିକ ଗଣ୍ଡଗୋଳରୁ କୃଷ୍ଣଙ୍କ ସ୍ତ୍ରୀ ପପି ବୈପାରୀ ୫ ରୁ ୬ ମାସ ହେବ ତାଙ୍କ ବାପଘରେ ରହୁଛନ୍ତି। ଶନିବାର ବିଳମ୍ବିିତ ରାତିରେ ଶ୍ୱଶୁର ଘରକୁ ଜ୍ବାଇଁ କୃଷ୍ଣ ଏବଂ ତାଙ୍କର ଦୁଇ ନାବାଳକ ସହଯୋଗୀ ଯାଇ ସ୍ତ୍ରୀ ପପିଙ୍କୁ ଘରୁ ବାହାରକୁ ଆସିବାକୁ ଡାକିଥିଲେ। ପପି ଘରୁ ବାହାରକୁ ଆସିବା ମାତ୍ରେ ସ୍ବାମୀ କୃଷ୍ଣ ତାଙ୍କୁ ମାରପିଟ କରିଥିଲେ। ଏହା ଦେଖି ବାପା ଲୋଚନ ଓ ତାଙ୍କ ମା’ ବଦ୍ଲି ଘର ବାହାରକୁ ଆସିଥିଲେ। ହେଲେ ଜ୍ୱାଇଁ କୃଷ୍ଣ ଉତ୍‌କ୍ଷିପ୍ତ ହୋଇ ଶ୍ୱଶୁର ଲୋଚନ ଏବଂ ଶାଶୁଙ୍କୁ ଲୁହାରଡ୍‌ରେ ଆକ୍ରମଣ କରିଥିଲେ। ଫଳରେ ଲୋଚନଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା। ସେ ଘଟଣାସ୍ଥଳରେ ଅଚେତ ହୋଇପଡ଼ିବାରୁ ଜ୍ବାଇଁ କୃଷ୍ଣ ଫେରାର ହୋଇଯାଇଥିଲେ। ପରିବାର ଲୋକେ ଲୋଚନଙ୍କୁ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

ଏସ୍‌ଆଇ ମାନସ ପ୍ରଧାନ କହିଛନ୍ତି, କିଛି ଦିନ ପୂର୍ବେ କୃଷ୍ଣ ସ୍ତ୍ରୀ ପପିଙ୍କୁ ମାର୍‌ପିଟ କରି ନିର୍ଯାତନା ଦେଇଥିଲେ। ଏହାକୁ ପପି ସହି ନ ପାରି ନିଜ ବାପଘରେ ଆସି ରହୁଥିଲେ। ଶନିବାର ରାତିରେ କେତେକ ସହଯୋଗୀଙ୍କ ସହ କୃଷ୍ଣ ଏପରି କାଣ୍ଡ ଘଟାଇଛନ୍ତିି। କୃଷ୍ଣଙ୍କ ଆକ୍ରମଣରେ ସ୍ତ୍ରୀ ପପି ଓ ଶାଶୁ ବଦ୍ଲି ଗୁରୁତର ହୋଇଛନ୍ତି।

The post ଶ୍ୱଶୁରଙ୍କୁ ହତ୍ୟା କଲେ ଜ୍ବାଇଁ : ସ୍ତ୍ରୀ, ଶାଶୁ ଗୁରୁତର appeared first on Dharitri Odia News.