ଷ୍ଟକ୍ ମାର୍କେଟରେ ହାହାକାର, ୧୮୦୦ ପଏଣ୍ଟ ହ୍ରାସ ପାଇଲା ସେନସେକ୍ସ: ନିବେଶକ ହରାଇଲେ ୧୦.୫୦ ଲକ୍ଷ କୋଟି

ମୁମ୍ବାଇ,୩।୧୦: ମଧ୍ୟପ୍ରାଚ୍ୟର ଭୀଷଣ ଯୁଦ୍ଧ ସ୍ଥିତିର ପ୍ରଭାବ ଶେୟାର ବଜାର ଉପରେ ଦେଖିବାକୁ ମିଳିଛି। ଫଳରେ ଘରୋଇ ତଥା ବିଦେଶୀ ପୁଞ୍ଜି ନିବେଶକାରୀମାନେ ଅତ୍ୟାଧିଅକ ଶେୟାର ବିକ୍ରି କରିବାରୁ ଭାରତୀୟ ଶେୟାର ବଜାର ଧରାଶାୟୀ ହୋଇଛି। ସେନସେକ୍ସ ୧୮୦୦ ଏବଂ ନିଫ୍ଟିରେ ୫୫୦ ପଏଣ୍ଟରୁ ଅଧିକ ହ୍ରାସ ପାଇଛି। ବ୍ୟାଙ୍କିଙ୍ଗ, ଏଫଏମସିଜି, ଅଟୋ ଏବଂ ଆଇଟି ଶେୟାର ଗୁଡିକର ଅତ୍ୟାଧିକ ବିକ୍ରୟ ହେତୁ ବଜାରରେ ଏହି ହ୍ରାସ ଘଟିଛି। ୧୧୭୦ ପଏଣ୍ଟ ହ୍ରାସ ସହିତ ନିଫ୍ଟି ବ୍ୟାଙ୍କ […] The post ଷ୍ଟକ୍ ମାର୍କେଟରେ ହାହାକାର, ୧୮୦୦ ପଏଣ୍ଟ ହ୍ରାସ ପାଇଲା ସେନସେକ୍ସ: ନିବେଶକ ହରାଇଲେ ୧୦.୫୦ ଲକ୍ଷ କୋଟି appeared first on Dharitri Odia News.

ଷ୍ଟକ୍ ମାର୍କେଟରେ ହାହାକାର, ୧୮୦୦ ପଏଣ୍ଟ ହ୍ରାସ ପାଇଲା ସେନସେକ୍ସ: ନିବେଶକ ହରାଇଲେ ୧୦.୫୦ ଲକ୍ଷ କୋଟି

ମୁମ୍ବାଇ,୩।୧୦: ମଧ୍ୟପ୍ରାଚ୍ୟର ଭୀଷଣ ଯୁଦ୍ଧ ସ୍ଥିତିର ପ୍ରଭାବ ଶେୟାର ବଜାର ଉପରେ ଦେଖିବାକୁ ମିଳିଛି। ଫଳରେ ଘରୋଇ ତଥା ବିଦେଶୀ ପୁଞ୍ଜି ନିବେଶକାରୀମାନେ ଅତ୍ୟାଧିଅକ ଶେୟାର ବିକ୍ରି କରିବାରୁ ଭାରତୀୟ ଶେୟାର ବଜାର ଧରାଶାୟୀ ହୋଇଛି। ସେନସେକ୍ସ ୧୮୦୦ ଏବଂ ନିଫ୍ଟିରେ ୫୫୦ ପଏଣ୍ଟରୁ ଅଧିକ ହ୍ରାସ ପାଇଛି।

ବ୍ୟାଙ୍କିଙ୍ଗ, ଏଫଏମସିଜି, ଅଟୋ ଏବଂ ଆଇଟି ଶେୟାର ଗୁଡିକର ଅତ୍ୟାଧିକ ବିକ୍ରୟ ହେତୁ ବଜାରରେ ଏହି ହ୍ରାସ ଘଟିଛି। ୧୧୭୦ ପଏଣ୍ଟ ହ୍ରାସ ସହିତ ନିଫ୍ଟି ବ୍ୟାଙ୍କ କାରବାର କରୁଛି। ମିଡକ୍ୟାପ୍ ଏବଂ ସ୍ମଲ କ୍ୟାପ୍ ଶେୟାର ମଧ୍ୟ ହ୍ରାସ ଘଟିଛି। ସେନସେକ୍ସ ବର୍ତ୍ତମାନ ୧୮୦୦ ପଏଣ୍ଟ ହ୍ରାସ ସହିତ ୮୨,୪୬୬ ରେ କାରବାର କରୁଛି ଏବଂ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୫୫୮ ପଏଣ୍ଟ ହ୍ରାସ ସହିତ ୨୫,୨୪୦ ପଏଣ୍ଟରେ କାରବାର କରୁଛି।

ବଜାର ହ୍ରାସର ସୁନାମି ଯୋଗୁଁ ନିବେଶକମାନେ ବହୁ କ୍ଷତି ସହିଛନ୍ତି। ବିଏସଇରେ ତାଲିକାଭୁକ୍ତ ଷ୍ଟକଗୁଡିକର ମାର୍କେଟ କ୍ୟାପ୍ ୧୦.୫୮ ଲକ୍ଷ କୋଟି ହ୍ରାସ ପାଇ ୩୬୪.୨୮ ଲକ୍ଷ କୋଟିରେ ପହଞ୍ଚିଛି ଯାହା ଗତ ଅଧିବେଶନରେ ୩୭୪.୮୬ ଲକ୍ଷ କୋଟି ଥିଲା।

ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବଢୁଥିବା ତିକ୍ତତାର ପ୍ରଭାବ ସମଗ୍ର ବିଶ୍ୱରେ ଥିବା ଷ୍ଟକ୍ ଉପରେ ଦେଖିବାକୁ ମିଳିଛି ଏବଂ ଭାରତୀୟ ଷ୍ଟକ୍ ମାର୍କେଟ୍ ମଧ୍ୟ ଏଥିରୁ ବାଦ ପଡ଼ିନାହିଁ। ମଧ୍ୟପ୍ରାଚ୍ୟର ଉତ୍ତେଜନା କାରଣରୁ ଅଶୋଧିତ ତୈଳ ମୂଲ୍ୟରେ ବୃଦ୍ଧି ଘଟିଛି। ବ୍ରେଣ୍ଟ ଅଶୋଧିତ ମୂଲ୍ୟ ବ୍ୟାରେଲ ପିଛା ୭୫ ଡଲାରରେ ପହଞ୍ଚିଛି ଯାହା କାରଣରୁ ଭାରତୀୟ ବଜାର ହ୍ରାସ ପାଇଛି।

ଅନ୍ୟପଟେ ଅକ୍ଟୋବର ୧ ମଙ୍ଗଳବାର ଷ୍ଟକ୍ ମାର୍କେଟ୍ ନିୟାମକ ସେବି ଫ୍ୟୁଚର ଏବଂ ବିକଳ୍ପ ଉପରେ ଅନେକ କଠୋର ନିଷ୍ପତ୍ତି ନେଇଛି, ଯାହା ନଭେମ୍ବର ୨୦ ରୁ କାର୍ୟ୍ୟକାରୀ ହେବାକୁ ଯାଉଛି। ଏହି କାରଣରୁ ବଜାରରେ ନିରାଶା ଦେଖାଦେଇଛି। ସେହିଭଳି ଚାଇନାରେ ରିଲିଫ୍ ପ୍ୟାକେଜ୍ ଘୋଷଣା ପରେ ନିବେଶକମାନେ ଚୀନ୍ ଆଡକୁ ମୁହାଁଉଛନ୍ତି ଯେଉଁଥିପାଇଁ ଭାରତୀୟ ଷ୍ଟକ୍ ମାର୍କେଟରେ ଅସନ୍ତୋଷ ଦେଖାଦେଇଛି।

The post ଷ୍ଟକ୍ ମାର୍କେଟରେ ହାହାକାର, ୧୮୦୦ ପଏଣ୍ଟ ହ୍ରାସ ପାଇଲା ସେନସେକ୍ସ: ନିବେଶକ ହରାଇଲେ ୧୦.୫୦ ଲକ୍ଷ କୋଟି appeared first on Dharitri Odia News.