ଷ୍ଟଡି ଟୁର୍‌ରେ ଯାଇ ଘଞ୍ଚ ଜଙ୍ଗଲ ଭିତରେ ଫସିଲେ ସ୍କୁଲ୍ ପିଲା: ଜାଡ଼ ଶୀତ ସହ ଡରାଇଲା ବାଘ ହାତୀର ଭୟ

ନୂଆଦିଲ୍ଲୀ: ଷ୍ଟଡି ଟୁର୍‌ରେ ବାହାରି ଜଙ୍ଗଲେ ଫସିଗଲେ ୧୦୦ରୁ ଅଧିକ ଚାତ୍ରଛାତ୍ରୀ। ଭୋକ ଉପାସ ଓ ଜାଡ଼ ଶୀତରେ ଜଙ୍ଗଲ ଭିତରେ କାଟିଲା। ଛାତ୍ରଛାତ୍ରୀଙ୍କ ବୟସ ୧୪-୧୮ ଭିତରେ। ଖବର ପାଇ ଆଶାର କିରଣ ନେଇ ପହଞ୍ଚିଲା ପ୍ରଶାସନ। ଯୋଗାଇଲା ଖାଦ୍ୟ ଓ ବସ୍ତ୍ର। ମଧ୍ୟ ରାତ୍ରୀରେ ଉଦ୍ଧାର ହେଲେ ସମସ୍ତେ। ଘଟଣା ଘଟିଛି ଉତ୍ତର ପ୍ରଦେଶର ଘନ ଜଙ୍ଗଲ କାଟର୍ଣ୍ଣିଆଘାଟରେ।ସୂଚନା ଅନୁସାରେ ଏହି ଷ୍ଟଡି ଟୁର୍‌ରେ ଷ୍ଟାଫ୍‌ଙ୍କ ସମେତ ମୋଟ ୧୫୫ ଲୋକ ଜଙ୍ଗଲ ଭିତରକୁ ଯାଇଥିଲେ। ସେମାନଙ୍କ ମଧ୍ୟରୁ ୧୩୦ ଜଣଥିଲା ନାବାଳକ ନାବିଳାକା। ଜଙ୍ଗଲ କର୍ତ୍ତୃପକ୍ଷ ଓ ସ୍ଥାନୀୟ ଲୋକଙ୍କ ବାରଣ ସତ୍ତ୍ୱେ ପିଲାମାନେ ଜଙ୍ଗଲ ଭିତରକୁ ଗାଡ଼ି ନେଇ ଯାଇଥିଲେ। ଆଉ ବାଘ, ହେଟାଙ୍କ ଭିଡ଼ରେ ଘଞ୍ଚ ଜଙ୍ଗଲ ଭିତରେ ଫସି ରହିଥିଲେ।  ଜିଲ୍ଲା ପ୍ରଶାସନର ସୂଚନାନୁସାରେ, ଗୋଣ୍ଡା ଜିଲ୍ଲାର ଧନପୁରରେ ନ୍ୟୁ ଷ୍ଟାଣ୍ଡାର୍ଡ ଟ୍ରେନିଂ ଇନଷ୍ଟିଚ୍ୟୁଟ ଦ୍ୱାରା ଏକ ଷ୍ଟଡି ଟୁର୍‌ର ଆୟୋଜନ କରାଯାଇଥିଲା। ସ୍ଥାନୀୟ ସମାଜସେବୀ କର୍ମୀ ଜଙ୍ଗ ହିନ୍ଦୁସ୍ତାନୀଙ୍କ ସୂଚନା ଅନୁଯାୟୀ, ଏହି ଗ୍ରୁପ ପ୍ରଥମେ ରୁପାଇଡିହା ସୀମା ପାର ହୋଇ ନେପାଳକୁ ଯିବାକୁ ଚେଷ୍ଟା କରିଥିଲେ। ସୀମା ନିୟମ ଯୋଗୁ ନେପାଳରେ ପ୍ରବେଶକୁ ବାରଣ କରାଯାଇଥିଲା। ଏହାପରେ ଗ୍ରୁପ୍‌କୁ ନେଇ ଯାଇଥିବା ବସ୍ କୁ କାଟର୍ଣ୍ଣିଆଘାଟ ବନ୍ୟପ୍ରାଣୀ ଅଭୟାରଣ୍ୟକୁ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ଜଙ୍ଗଲ ଟି ଚିତାବାଘ, ବାଘ ଏବଂ ହା

ଷ୍ଟଡି ଟୁର୍‌ରେ ଯାଇ ଘଞ୍ଚ ଜଙ୍ଗଲ ଭିତରେ ଫସିଲେ ସ୍କୁଲ୍ ପିଲା: ଜାଡ଼ ଶୀତ ସହ ଡରାଇଲା ବାଘ ହାତୀର ଭୟ

ନୂଆଦିଲ୍ଲୀ: ଷ୍ଟଡି ଟୁର୍‌ରେ ବାହାରି ଜଙ୍ଗଲେ ଫସିଗଲେ ୧୦୦ରୁ ଅଧିକ ଚାତ୍ରଛାତ୍ରୀ। ଭୋକ ଉପାସ ଓ ଜାଡ଼ ଶୀତରେ ଜଙ୍ଗଲ ଭିତରେ କାଟିଲା। ଛାତ୍ରଛାତ୍ରୀଙ୍କ ବୟସ ୧୪-୧୮ ଭିତରେ। ଖବର ପାଇ ଆଶାର କିରଣ ନେଇ ପହଞ୍ଚିଲା ପ୍ରଶାସନ। ଯୋଗାଇଲା ଖାଦ୍ୟ ଓ ବସ୍ତ୍ର। ମଧ୍ୟ ରାତ୍ରୀରେ ଉଦ୍ଧାର ହେଲେ ସମସ୍ତେ। ଘଟଣା ଘଟିଛି ଉତ୍ତର ପ୍ରଦେଶର ଘନ ଜଙ୍ଗଲ କାଟର୍ଣ୍ଣିଆଘାଟରେ।

ସୂଚନା ଅନୁସାରେ ଏହି ଷ୍ଟଡି ଟୁର୍‌ରେ ଷ୍ଟାଫ୍‌ଙ୍କ ସମେତ ମୋଟ ୧୫୫ ଲୋକ ଜଙ୍ଗଲ ଭିତରକୁ ଯାଇଥିଲେ। ସେମାନଙ୍କ ମଧ୍ୟରୁ ୧୩୦ ଜଣଥିଲା ନାବାଳକ ନାବିଳାକା। ଜଙ୍ଗଲ କର୍ତ୍ତୃପକ୍ଷ ଓ ସ୍ଥାନୀୟ ଲୋକଙ୍କ ବାରଣ ସତ୍ତ୍ୱେ ପିଲାମାନେ ଜଙ୍ଗଲ ଭିତରକୁ ଗାଡ଼ି ନେଇ ଯାଇଥିଲେ। ଆଉ ବାଘ, ହେଟାଙ୍କ ଭିଡ଼ରେ ଘଞ୍ଚ ଜଙ୍ଗଲ ଭିତରେ ଫସି ରହିଥିଲେ।  

ଜିଲ୍ଲା ପ୍ରଶାସନର ସୂଚନାନୁସାରେ, ଗୋଣ୍ଡା ଜିଲ୍ଲାର ଧନପୁରରେ ନ୍ୟୁ ଷ୍ଟାଣ୍ଡାର୍ଡ ଟ୍ରେନିଂ ଇନଷ୍ଟିଚ୍ୟୁଟ ଦ୍ୱାରା ଏକ ଷ୍ଟଡି ଟୁର୍‌ର ଆୟୋଜନ କରାଯାଇଥିଲା। ସ୍ଥାନୀୟ ସମାଜସେବୀ କର୍ମୀ ଜଙ୍ଗ ହିନ୍ଦୁସ୍ତାନୀଙ୍କ ସୂଚନା ଅନୁଯାୟୀ, ଏହି ଗ୍ରୁପ ପ୍ରଥମେ ରୁପାଇଡିହା ସୀମା ପାର ହୋଇ ନେପାଳକୁ ଯିବାକୁ ଚେଷ୍ଟା କରିଥିଲେ। ସୀମା ନିୟମ ଯୋଗୁ ନେପାଳରେ ପ୍ରବେଶକୁ ବାରଣ କରାଯାଇଥିଲା। ଏହାପରେ ଗ୍ରୁପ୍‌କୁ ନେଇ ଯାଇଥିବା ବସ୍ କୁ କାଟର୍ଣ୍ଣିଆଘାଟ ବନ୍ୟପ୍ରାଣୀ ଅଭୟାରଣ୍ୟକୁ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ଜଙ୍ଗଲ ଟି ଚିତାବାଘ, ବାଘ ଏବଂ ହାତୀ ସମେତ ବିପଜ୍ଜନକ ବନ୍ୟଜନ୍ତୁ ପାଇଁ ଜଣାଶୁଣା। 

ଜଙ୍ଗଲ ଭିତରେ ଥିବା ଅମ୍ବା ଗାଁରେ ପହଞ୍ଚିବା ପୂର୍ବରୁ ଏହି ଗ୍ରୁପ ଜଙ୍ଗଲର ୫ ପଏଣ୍ଟ ଅତିକ୍ରମ କରିସାରିଥିଲା। ସେ ଆହୁରି କହିଥିଲେ ଯେ ସ୍ଥାନୀୟ ଲୋକ ଓ କର୍ତ୍ତୃପକ୍ଷଙ୍କ ଚେତାବନୀ ସତ୍ତ୍ୱେ ସ୍କୁଲ କର୍ମଚାରୀମାନେ ଜଙ୍ଗଲ ଭିତରକୁ ଯାତ୍ରା ଜାରି ରଖିଥିଲେ। ଅପରାହ୍ନ ପ୍ରାୟ ୫ ଟା ବେଳେ ବସ୍‌ଗୁଡ଼ିକ ପୁଣି ନେପାଳ ଅଭିମୁଖେ ଯିବାକୁ ଚେଷ୍ଟା କରିଥିବାବେଳେ ସେମାନଙ୍କୁ ପୁଣି ବାରଣ କରାଯାଇଥିଲା। 

ଏହାପରେ ମ୍ୟାନେଜର ଘଞ୍ଚ ଜଙ୍ଗଲର ମଝିରେ ଥିବା ବିଛିଆ ରେଳ ଷ୍ଟେସନରେ ଖୋଲା ସ୍ଥାନରେ ବସିବାକୁ ସ୍ଥିର କଲେ। ତାପମାତ୍ରା ହ୍ରାସ ପାଇବା ସହିତ ପିଲାମାନେ ଶୀତରୁ ନିଜକୁ ରକ୍ଷା କରିବା ପାଇଁ ଗୋଟିଏ ସ୍ଥାନରେ ଏକାଠି ହୋଇଥିଲେ। ଏପଟେ ଅଟକି ରହିଥିବା ଛାତ୍ରମାନଙ୍କ ବିଷୟରେ ସୂଚନା ପାଇବା ପରେ ଜିଲ୍ଲା ମାଜିଷ୍ଟ୍ରେଟ ମୋନିକା ରାନୀ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ସବ-ଡିଭିଜନାଲ ମାଜିଷ୍ଟ୍ରେଟ (ଏସଡିଏମ) ସଞ୍ଜୟ କୁମାର, ପୋଲିସ ଏବଂ ଜଙ୍ଗଲ ବିଭାଗର ଅଧିକାରୀମାନେ ସେଠାରେ ପହଞ୍ଚାଇ ଖାଦ୍ୟ ଯୋଗାଇବା, ଜଙ୍ଗଲରେ ନିଆଁ ଜାଳି ଉତ୍ତାପ ସୃଷ୍ଟି କରିବା ଏବଂ ଶିଶୁ ଏବଂ କର୍ମଚାରୀଙ୍କ ସୁରକ୍ଷା ଦେଇଥିଲେ। 

 

ଏହାପରେ ମଧ୍ୟରାତ୍ରୀରେ ଶିଶୁ ଓ କର୍ମଚାରୀମାନଙ୍କୁ ନିରାପଦରେ ଉଦ୍ଧାର କରି ଗୋଣ୍ଡା ଅଣାଯାଇଥିଲା। ଭବିଷ୍ୟତରେ ଯେମିତି ଏପରି ନ ହୁଏ ଏଥିପାଇଁ ଧ୍ୟାନ ଦେବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।