ଷ୍ଟଣ୍ଟ୍ କରୁଥିବା ବେଳେ ଆମ୍ବୁଲାନ୍ସ ସହ ମୁହାଁମୁହିଁ ପିଟି ହେଲା ବାଇକ୍, ଚାଲିଗଲା ଯୁବକଙ୍କ ଜୀବନ
ବାଲିଗୁଡ଼ା,୨୬ା୬(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ନେତାଜୀ ସୁଭାଷ ବୋଷ ଜୁନିୟର ମହାବିଦ୍ୟାଳୟ ନିକଟରେ ଜଣେ ଯୁବକ ବାଇକ୍ରେ ଷ୍ଟଣ୍ଟ କରି ଦ୍ରୁତଗତିରେ ଯାଉଥିବା ବେଳେ ଏହା ତାଙ୍କ ପାଇଁ କାଳ ସାଜିଛି। ଏକ ଘରୋଇ ଆମ୍ବୁଲାନ୍ସ ମୃତଦେହ ଧରି ଯାଉଥିବା ବେଳେ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଥିବା କରିଥିବା ବେଳେ ଅନ୍ୟ ଜଣେ ବାଇକ୍ ଚାଳକ ଆହତ ହୋଇଥିବା ଜଣାପଡ଼ିଛି। ଘଟଣାରୁ ପ୍ରକାଶ ଯେ, ବୁଧବାର ତୁମୁଡିବନ୍ଧସ୍ଥିତ […] The post ଷ୍ଟଣ୍ଟ୍ କରୁଥିବା ବେଳେ ଆମ୍ବୁଲାନ୍ସ ସହ ମୁହାଁମୁହିଁ ପିଟି ହେଲା ବାଇକ୍, ଚାଲିଗଲା ଯୁବକଙ୍କ ଜୀବନ appeared first on Dharitri Odia News.
ବାଲିଗୁଡ଼ା,୨୬ା୬(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ନେତାଜୀ ସୁଭାଷ ବୋଷ ଜୁନିୟର ମହାବିଦ୍ୟାଳୟ ନିକଟରେ ଜଣେ ଯୁବକ ବାଇକ୍ରେ ଷ୍ଟଣ୍ଟ କରି ଦ୍ରୁତଗତିରେ ଯାଉଥିବା ବେଳେ ଏହା ତାଙ୍କ ପାଇଁ କାଳ ସାଜିଛି। ଏକ ଘରୋଇ ଆମ୍ବୁଲାନ୍ସ ମୃତଦେହ ଧରି ଯାଉଥିବା ବେଳେ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଥିବା କରିଥିବା ବେଳେ ଅନ୍ୟ ଜଣେ ବାଇକ୍ ଚାଳକ ଆହତ ହୋଇଥିବା ଜଣାପଡ଼ିଛି।
ଘଟଣାରୁ ପ୍ରକାଶ ଯେ, ବୁଧବାର ତୁମୁଡିବନ୍ଧସ୍ଥିତ ନେତାଜୀ ସୁଭାଷ ବୋଷ ଜୁନିୟର ମହାବିଦ୍ୟାଳୟ ନିକଟରେ ଏକ ଘରୋଇ ଆମ୍ବୁଲାନ୍ସ ଭବାନୀପାଟଣାରୁ ଏକ ମୃତଦେହ ଧରି ନୟାଗଡ଼ ଯାଉଥିବା ବେଳେ ମର୍ମନ୍ତୁଦ ଦୁର୍ଘଟଣା ହୋଇଥିଲା। ବେନାରବାଲରୁ ତୁମୁଡ଼ିବନ୍ଧ ଆସୁଥିବା ବାଇକ୍ ଚାଳ ଷ୍ଟଣ୍ଟ କରି ଦ୍ରୁତଗତିରେ ଆସୁଥିଲେ। ଏହି ସମୟରେ ବାଇକ୍ଟି ଭାରସାମ୍ୟ ହରାଇ ଆମ୍ବୁଲାନ୍ସକୁ ସମ୍ମୁଖରୁ ଧକ୍କା ଦେଇଥିଲା। ଯାହାଫଳରେ ଆମ୍ବୁଲାନ୍ସଟି ରାସ୍ତା କଡ଼କୁ ଚାଲିଯାଇଥିବା ବେଳେ ବାଇକ୍ଟି ସମ୍ପୂର୍ଣ୍ଣ ଭାବେ ଚୂର୍ମାର ହୋଇଯାଇଥିଲା। ଫଳରେ ଲଙ୍କାଗଡ଼ର ଜନକ ପାତ୍ର (୨୦)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଏହି ସମୟରେ ଅନ୍ୟ ଏକ ବାଇକ୍କୁ ଆମ୍ବୁଲାନ୍ସଟି ଧକ୍କା ଦେବାରୁ ନୂଆମୁଣ୍ଡା ଗ୍ରାମର ଗଜପତି ସାହୁ ଆହତ ହୋଇ ତୁମୁଡିବନ୍ଧ ମେଡିକାଲରେ ଭର୍ତ୍ତି କରଯାଇଥିଲା। ଘଟଣାସ୍ଥଳରେ ଭାଜପାର କିଛି ନେତା ଓ କର୍ମୀ ଆସି ମୃତ ଓ ଗୁରୁତରଙ୍କୁ ମେଡିକାଲକୁ ଆଣି ଚିକିତ୍ସା କରାଇବା ସହ ମୃତଦେହ ବ୍ୟବଚ୍ଛେଦ କରାଇଥିଲେ।
The post ଷ୍ଟଣ୍ଟ୍ କରୁଥିବା ବେଳେ ଆମ୍ବୁଲାନ୍ସ ସହ ମୁହାଁମୁହିଁ ପିଟି ହେଲା ବାଇକ୍, ଚାଲିଗଲା ଯୁବକଙ୍କ ଜୀବନ appeared first on Dharitri Odia News.