ନିଟ୍‌ ପରୀକ୍ଷାରେ ଜାଲିଆତି ଘଟଣା: ୩ ଅଭିଯୁକ୍ତ ଗିରଫ

ଭଦ୍ରକ,୭।୫: ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍‌ରେ ଜାଲିଆତି ଘଟଣାରେ ମଙ୍ଗଳବାର ୩ ଜଣ ଗିରଫ ହୋଇଛନ୍ତି। ଜଣେ ପରୀକ୍ଷାର୍ଥୀ ପାଇଁ ଅନ୍ୟ ଜଣେ ପରୀକ୍ଷା ଦେଉଥିଲେ । ଏମିତି ଏକ ନକଲି ପରୀକ୍ଷାର୍ଥୀଙ୍କୁ ଧରିଛି ଭଦ୍ରକ ଗ୍ରାମାଞ୍ଚଳ ପୋଲିସ। ସୂଚନା ଅନୁଯାୟୀ ଭଦ୍ରକ ସହରର ଏକ ଘରୋଇ ସ୍କୁଲରେ ନିଟ ପରୀକ୍ଷା ହେଉଥିବାବେଳେ ନକଲି ପରୀକ୍ଷାର୍ଥୀଙ୍କୁ ଧରିଛି ପୋଲିସ। ମେ ମାସ ୫ ତାରିଖରେ ନିଟ ପରୀକ୍ଷାବେଳେ ସନ୍ଦେହ ହେବାରୁ ସେଣ୍ଟର ତରଫରୁ ଆଡ଼ମିନିଷ୍ଟ୍ରେଟିଭ ଅଫିସରଙ୍କୁ ଅବଗତ […] The post ନିଟ୍‌ ପରୀକ୍ଷାରେ ଜାଲିଆତି ଘଟଣା: ୩ ଅଭିଯୁକ୍ତ ଗିରଫ appeared first on Dharitri Odia News.

ନିଟ୍‌ ପରୀକ୍ଷାରେ ଜାଲିଆତି ଘଟଣା: ୩ ଅଭିଯୁକ୍ତ ଗିରଫ

ଭଦ୍ରକ,୭।୫: ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍‌ରେ ଜାଲିଆତି ଘଟଣାରେ ମଙ୍ଗଳବାର ୩ ଜଣ ଗିରଫ ହୋଇଛନ୍ତି। ଜଣେ ପରୀକ୍ଷାର୍ଥୀ ପାଇଁ ଅନ୍ୟ ଜଣେ ପରୀକ୍ଷା ଦେଉଥିଲେ । ଏମିତି ଏକ ନକଲି ପରୀକ୍ଷାର୍ଥୀଙ୍କୁ ଧରିଛି ଭଦ୍ରକ ଗ୍ରାମାଞ୍ଚଳ ପୋଲିସ।

ସୂଚନା ଅନୁଯାୟୀ ଭଦ୍ରକ ସହରର ଏକ ଘରୋଇ ସ୍କୁଲରେ ନିଟ ପରୀକ୍ଷା ହେଉଥିବାବେଳେ ନକଲି ପରୀକ୍ଷାର୍ଥୀଙ୍କୁ ଧରିଛି ପୋଲିସ। ମେ ମାସ ୫ ତାରିଖରେ ନିଟ ପରୀକ୍ଷାବେଳେ ସନ୍ଦେହ ହେବାରୁ ସେଣ୍ଟର ତରଫରୁ ଆଡ଼ମିନିଷ୍ଟ୍ରେଟିଭ ଅଫିସରଙ୍କୁ ଅବଗତ କରାଯାଇଥିଲା। ତେବେ ଆଡ଼ମିଟ କାର୍ଡରେ ନକଲି ପରୀକ୍ଷାର୍ଥୀଙ୍କ ଫଟୋ ଥିଲା। କିନ୍ତୁ ଆଧାରକାର୍ଡ ଯାଞ୍ଚ ବେଳେ ଫିଙ୍ଗର ପ୍ରିଣ୍ଟ ମ୍ୟାଚ କରିନଥିଲା। ଏନେଇ ସେଣ୍ଟର ସୁପରିନଡେଣ୍ଟ ଗ୍ରାମାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଯାଞ୍ଚ ବେଳେ ପୋଲିସ ୩ ଜଣଙ୍କୁ ଗିରଫ କରିଥିବାବେଳେ ଅନ୍ୟ ୩ ଜଣ ଫେରାର ଅଛନ୍ତି। ଗିରଫଙ୍କ ମଧ୍ୟରେ ବିହାର ଅଞ୍ଚଳର ନକଲି ପରୀକ୍ଷାର୍ଥୀ ଅଙ୍କିତ ରାଜ, ମଧ୍ୟସ୍ଥି ବିହାରର ରାଜେଶ ମଧୁକର ଓ ବିହାରର ପ୍ରେମ ଶଙ୍କର ପାଣ୍ଡେ ଗିରଫ ହୋଇଛନ୍ତି।

The post ନିଟ୍‌ ପରୀକ୍ଷାରେ ଜାଲିଆତି ଘଟଣା: ୩ ଅଭିଯୁକ୍ତ ଗିରଫ appeared first on Dharitri Odia News.