ଷ୍ଟାର ଅଲରାଉଣ୍ଡର ଗ୍ଲେନ୍ ମ୍ୟାକ୍ସୱେଲ୍ ହସ୍ପିଟାଲରେ ଭର୍ତ୍ତି

ଏଡିଲେଡ୍: ଅଷ୍ଟ୍ରେଲିଆ ଟିମର ଷ୍ଟାର ଅଲରାଉଣ୍ଡର ଗ୍ଲେନ୍ ମ୍ୟାକ୍ସୱେଲଙ୍କ ହସ୍ପିଟାଲରେ ଭର୍ତ୍ତି। ବିଶ୍ୱକପ୍ ୨୦୨୩ର ହିରୋ ମ୍ୟାକ୍ସୱେଲଙ୍କୁ ତୁରନ୍ତ ଆମ୍ବୁଲାନ୍ସ... The post ଷ୍ଟାର ଅଲରାଉଣ୍ଡର ଗ୍ଲେନ୍ ମ୍ୟାକ୍ସୱେଲ୍ ହସ୍ପିଟାଲରେ ଭର୍ତ୍ତି appeared first on .

ଷ୍ଟାର ଅଲରାଉଣ୍ଡର ଗ୍ଲେନ୍ ମ୍ୟାକ୍ସୱେଲ୍ ହସ୍ପିଟାଲରେ ଭର୍ତ୍ତି

ଏଡିଲେଡ୍: ଅଷ୍ଟ୍ରେଲିଆ ଟିମର ଷ୍ଟାର ଅଲରାଉଣ୍ଡର ଗ୍ଲେନ୍ ମ୍ୟାକ୍ସୱେଲଙ୍କ ହସ୍ପିଟାଲରେ ଭର୍ତ୍ତି। ବିଶ୍ୱକପ୍ ୨୦୨୩ର ହିରୋ ମ୍ୟାକ୍ସୱେଲଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ୍ ନିଆଯାଇଥିଲା। ତେବେ ସେ ଆହତ କାରଣରୁ ମେଡିକାଲରେ ଭର୍ତ୍ତି ହୋଇନାହାଁନ୍ତି ବରଂ ଅତ୍ୟଧିକ ମଦ୍ୟପାନ ଯୋଗୁଁ ଅସୁସ୍ଥ ହୋଇପଡିଥିଲେ।

ଖବର ଅନୁଯାୟୀ, ମ୍ୟାକ୍ସୱେଲ ଏଡିଲେଡର ଏକ ପ୍ରସିଦ୍ଧ ଗୋଲ୍ଫ ଇଭେଣ୍ଟରେ ସାମିଲ ହୋଇଥିଲେ। ପରେ ସେ ଏକ ପବ୍ ରେ ପାର୍ଟି କରିଥିଲେ। ଅଷ୍ଟ୍ରେଲିଆର ପୂର୍ବତନ ଦ୍ରୁତ ବୋଲର ବ୍ରେଟ୍ ଲି ଙ୍କ ବ୍ୟାଣ୍ଡ ସିକ୍ସ ଏବଂ ଆଉଟ୍ ମଧ୍ୟ ପବ୍ ରେ ପ୍ରଦର୍ଶନ କରିଥିଲେ। ରିପୋର୍ଟ ଅନୁସାରେ, ପବ୍ ରେ ପାର୍ଟି ଚାଲିଥିବା ସମୟରେ ମ୍ୟାକ୍ସୱେଲ ଅତ୍ୟଧିକ ମଦ୍ୟପାନ  କରିଥିଲେ। ଯାହା ପରେ ତାଙ୍କ ଅବସ୍ଥା ଖରାପ ହୋଇପଡିଥିଲା। ତାଙ୍କୁ ତୁରନ୍ତ ରୟାଲ ଆଡିଲେଡ ହସ୍ପିଟାଲକୁ ନିଆଯାଇଥିଲା।

ତେବେ ଆହୁରି ମଧ୍ୟ କୁହାଯାଉଛି ଯେ ମ୍ୟାକ୍ସୱେଲ ଅଧିକ ସମୟ ଧରି ହସ୍ପିଟାଲରେ ରହିନଥିଲେ। ଚିକିତ୍ସା ପରେ ସେ ଫେରି ଆସିଥିଲେ। ଘଟଣାର ସମ୍ପୂର୍ଣ୍ଣ ସତ୍ୟତା ଏପର୍ଯ୍ୟନ୍ତ ଜଣାପଡିନାହିଁ। ତେବେ ଏହି ଘଟଣାରେ ତଦନ୍ତ ଖୁବଶୀଘ୍ର ହୋଇପାରେ ବୋଲି ଚର୍ଚ୍ଚା ହୋଇଛି।

The post ଷ୍ଟାର ଅଲରାଉଣ୍ଡର ଗ୍ଲେନ୍ ମ୍ୟାକ୍ସୱେଲ୍ ହସ୍ପିଟାଲରେ ଭର୍ତ୍ତି appeared first on .