ସଂକ୍ରମଣ ସ୍ଥଳକୁ ICMR ଟିମ୍ ପଠାଯାଇଛି, ଆଉ ଥରେ ମୁଁ ତର୍ଜମା କରିବି : ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ବର ୨୦।୬: ଚିନ୍ତା ବଢାଇଲାଣି ଡିପ୍‌ଥେରିଆ । ଧିରେ ଧିରେ ବିଭିନ୍ନ ଅଞ୍ଚଳକୁ ବ୍ୟାପୁଛି ସଂକ୍ରମଣ । ଡିପ୍‌ଥେରିଆ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ମନ୍ତ୍ରୀ କହିଛନ୍ତି, ସଂକ୍ରମଣ ସ୍ଥଳକୁ ICMR ଟିମ୍ ପଠାଯାଇଛି । ଜିଲ୍ଲା ପ୍ରଶାସନ ସହ ଆଲୋଚନା ମଧ୍ୟ ହୋଇଛି । ଏହା ଯେପରି ନ ବ୍ୟାପିବ ସେଥିପାଇଁ ଟିକାକରଣ ଓ ସଂଘରୋଧ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଉ ଥରେ ତର୍ଜମା କରିବି ବୋଲି ମନ୍ତ୍ରୀ କହିଛନ୍ତି ।ସେପଟେ ଡିପ୍‌ଥେରିଆରେ ପୂର୍ବରୁ ଆକ୍ରାନ୍ତ ହୋଇ ୫ ଜଣ ଆଖି ବୁଜି ସାରିଥିବା ବେଳେ ଆଉ ଜଣେ ନାବାଳକ ଆଖି ବୁଜିଛନ୍ତି । ମୃତକ କୋରାପୁଟ ବନ୍ଧୁଗାଁର ୧୦ ବର୍ଷର ନାବାଳକ ବୋଲି ଜଣାପଡିଛି । ପୂର୍ବରୁ ସାରା ରାଜ୍ୟରେ ୫ ଜଣଙ୍କର ଡିପ୍‌ଥେରିଆରେ ମୃତ୍ୟୁ ହୋଇଥିବା ବେଳେ ଏବେ ଏହି ସଂଖ୍ୟା ୬ରେ ପହଞ୍ଚିଛି । MKCG ମେଡିକାଲରେ ଡିପ୍‌ଥେରିଆରେ ୪ ଜଣ ଚିକିତ୍ସିତ ହେଉଥିଲେ । ମାତ୍ର ସେମାନଙ୍କ ମଧ୍ୟରୁ ଜଣେ ନାବାଳକଙ୍କ ଅବସ୍ଥା ଗୁରୁତର ହୋଇଥିବା ବେଳେ ଶେଷରେ ସେ ଆଖି ବୁଜିଥିବା MKCG ମେଡିକାଲ ଅଧୀକ୍ଷକ ସୂଚନା ଦେଇଛନ୍ତି । କହିବାକୁ ଗଲେ ଓଡ଼ିଶାରେ ସଂକ୍ରମଣର ରୂପ ନେଉଛି ଡିପ୍‌ଥେରିଆ । ରାୟଗଡ଼ା କାଶୀପୁର ବ୍ଲକ୍ ମୁନୁଷପଦରରୁ ଆରମ୍ଭ ହୋଇଥିବା ଏ ସଂକ୍ରମଣ ଏବେ କୋରାପୁଟ ଓ କଳାହାଣ୍ଡି ଜିଲ୍ଲାକୁ ମାଡ଼ିଗଲାଣି ।You Can Read :ଆଗକୁ ସ୍କୁଲ କେମିତି ଖୋଲିବ ବିଭାଗୀୟ ଅଧିକାରୀଙ୍

ସଂକ୍ରମଣ ସ୍ଥଳକୁ ICMR ଟିମ୍ ପଠାଯାଇଛି, ଆଉ ଥରେ ମୁଁ ତର୍ଜମା କରିବି : ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ବର ୨୦।୬: ଚିନ୍ତା ବଢାଇଲାଣି ଡିପ୍‌ଥେରିଆ । ଧିରେ ଧିରେ ବିଭିନ୍ନ ଅଞ୍ଚଳକୁ ବ୍ୟାପୁଛି ସଂକ୍ରମଣ । ଡିପ୍‌ଥେରିଆ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ମନ୍ତ୍ରୀ କହିଛନ୍ତି, ସଂକ୍ରମଣ ସ୍ଥଳକୁ ICMR ଟିମ୍ ପଠାଯାଇଛି । ଜିଲ୍ଲା ପ୍ରଶାସନ ସହ ଆଲୋଚନା ମଧ୍ୟ ହୋଇଛି । ଏହା ଯେପରି ନ ବ୍ୟାପିବ ସେଥିପାଇଁ ଟିକାକରଣ ଓ ସଂଘରୋଧ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଉ ଥରେ ତର୍ଜମା କରିବି ବୋଲି ମନ୍ତ୍ରୀ କହିଛନ୍ତି ।

ସେପଟେ ଡିପ୍‌ଥେରିଆରେ ପୂର୍ବରୁ ଆକ୍ରାନ୍ତ ହୋଇ ୫ ଜଣ ଆଖି ବୁଜି ସାରିଥିବା ବେଳେ ଆଉ ଜଣେ ନାବାଳକ ଆଖି ବୁଜିଛନ୍ତି । ମୃତକ କୋରାପୁଟ ବନ୍ଧୁଗାଁର ୧୦ ବର୍ଷର ନାବାଳକ ବୋଲି ଜଣାପଡିଛି । ପୂର୍ବରୁ ସାରା ରାଜ୍ୟରେ ୫ ଜଣଙ୍କର ଡିପ୍‌ଥେରିଆରେ ମୃତ୍ୟୁ ହୋଇଥିବା ବେଳେ ଏବେ ଏହି ସଂଖ୍ୟା ୬ରେ ପହଞ୍ଚିଛି । 

MKCG ମେଡିକାଲରେ ଡିପ୍‌ଥେରିଆରେ ୪ ଜଣ ଚିକିତ୍ସିତ ହେଉଥିଲେ । ମାତ୍ର ସେମାନଙ୍କ ମଧ୍ୟରୁ ଜଣେ ନାବାଳକଙ୍କ ଅବସ୍ଥା ଗୁରୁତର ହୋଇଥିବା ବେଳେ ଶେଷରେ ସେ ଆଖି ବୁଜିଥିବା MKCG ମେଡିକାଲ ଅଧୀକ୍ଷକ ସୂଚନା ଦେଇଛନ୍ତି । କହିବାକୁ ଗଲେ ଓଡ଼ିଶାରେ ସଂକ୍ରମଣର ରୂପ ନେଉଛି ଡିପ୍‌ଥେରିଆ । ରାୟଗଡ଼ା କାଶୀପୁର ବ୍ଲକ୍ ମୁନୁଷପଦରରୁ ଆରମ୍ଭ ହୋଇଥିବା ଏ ସଂକ୍ରମଣ ଏବେ କୋରାପୁଟ ଓ କଳାହାଣ୍ଡି ଜିଲ୍ଲାକୁ ମାଡ଼ିଗଲାଣି ।

You Can Read :

ଆଗକୁ ସ୍କୁଲ କେମିତି ଖୋଲିବ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି : ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ