ସଂଖ୍ୟାଗରିଷ୍ଠତାଙ୍କ ହିସାବରେ ଚାଲିବ ଦେଶର ଆଇନ: ବିଚାରପତିଙ୍କ ବୟାନକୁ ନେଇ ବିବାଦ

ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଜଷ୍ଟିସଦ ଶେଖର କୁମାର ଯାଦବ ଯୋଗ ଦେଇ ଏକକ ନାଗରିକ ସଂହିତା ଉପରେ ମତ ରଖିଛନ୍ତି।

ସଂଖ୍ୟାଗରିଷ୍ଠତାଙ୍କ ହିସାବରେ ଚାଲିବ ଦେଶର ଆଇନ: ବିଚାରପତିଙ୍କ ବୟାନକୁ ନେଇ ବିବାଦ

ଆହ୍ଲାବାଦ ହାଇକୋର୍ଟର ଜଣେ ବିଚାରପତି ଗୋଟିଏ କାର୍ଯ୍ୟକ୍ରମରେ ଦେଇଥିବା ବୟାନ ବିବାଦ ସୃଷ୍ଟି କରିଛି। ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଜଷ୍ଟିସଦ ଶେଖର କୁମାର ଯାଦବ ଯୋଗ ଦେଇ ଏକକ ନାଗରିକ ସଂହିତା ଉପରେ ମତ ରଖିଛନ୍ତି।

ବିଶ୍ୱ ହିନ୍ଦୁ ପରିଷଦ ଲେଗାଲ ସେଲ୍‌ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଜଷ୍ଟିସ ଶେଖର କହିଛନ୍ତି ଯେ “ମୁଁ କହିବାରେ ଆଦୌ ଦ୍ୱଧା କରିବି ନାହିଁ ଯେ ଏଇଟା ହେଉଛି ହିନ୍ଦୁସ୍ତାନ। ଏହି ଦେଶ ହିନ୍ଦୁସ୍ତାନରେ ରହୁଥିବା ବହୁସଂଖ୍ୟକ ଇଚ୍ଛାରେ କାର୍ଯ୍ୟ କରିବ। ଏହା ଆଇନ। ଜଣେ ହାଇକୋର୍ଟ ବିଚାରପତି ଭାବେ ଏପରି କେମିତି କହୁଛି ବୋଲି ଆପଣ କହିପାରିବେ ନାହିଁ। ଆଇନ ସଂଖ୍ୟାଗରିଷ୍ଠତାଙ୍କ ହିସାବରେ ଚାଲେ। ଏହାକୁ ପରିବାର କିମ୍ବା ସମାଜ ହିସାବରେ ଦେଖନ୍ତୁ। ଏକକ ନାଗରିକ ସଂହିତା ଖୁବଶୀଘ୍ର ବାସ୍ତବ ରୂପ ନେବ।”

ଜଷ୍ଟିସ ଶେଖର ଆହୁରି କହିଛନ୍ତି, “ହିନ୍ଦୁତ୍ୱରୁ ସତୀ ଦାହ ଭଳି ପ୍ରଥାକୁ ଉଚ୍ଛେଦ କରାଯାଇ ସାରିଛି। କିନ୍ତୁ ମୁସଲିମ ସଂପ୍ରଦାୟରେ ଏବେ ବହୁ ପତ୍ନୀ ପ୍ରଥା ଜାରି ରହିଛି। ଆପଣ କେବେ ହେଲେ ୪ ପତ୍ନୀର ଅଧିକାର ସପକ୍ଷରେ ଦାବି କରିବେ ନାହିଁ। ହଲାଲା କିମ୍ବା ଟ୍ରିପଲ ତଲାକକୁ ଯଥାର୍ଥ ବୋଲି କହିପାରିବେ ନାହିଁ।

ଭିଏଚପି, ଆରଏସଏସ କିମ୍ବା ହିନ୍ଦୁବାଦୀ ଏକକ ନାଗରିକ ସଂହିତା ପାଇଁ କେବଳ ଦାବି କରୁ ନାହାନ୍ତି। ଦେଶର ସର୍ବୋଚ୍ଚ ଅଦାଲତ ମଧ୍ୟ ଏପ୍ରସଙ୍ଗରେ କହିଛନ୍ତି। ମୁଁ ଶପଥ ନେଉଛି ଯେ ଦେଶରେ ନିଶ୍ଚିତ ଭାବେ ଗୋଟିଏ ଆଇପ ପ୍ରଣୟନ ହେବା ଦରକାର। ଏହା ଖୁବଶୀଘ୍ର ଆସିବ।”

ତେବେ ଜଣେ ବିଚାରପତି ହିସାବରେ ଏପରି ବୟାନ ଦେବାକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ କହିଛନ୍ତି ହାଇଦ୍ରାବାଦ ସାଂସଦ ଅସାଦୁଦ୍ଦିନ ଓୱେସୀ।