ସଂଗଠନ ମଜଭୁତ ପାଇଁ କର୍ଣ୍ଣମନ୍ତ୍ର ଦେଲେ ଏମ୍ପି ସୁକାନ୍ତ ପାଣିଗ୍ରାହୀ
ଦାରିଙ୍ଗବାଡ଼ି,୨୩ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳକୁ କନ୍ଧମାଳ ଏମ୍ପି ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ଦିନିକିଆ ଗସ୍ତ ହୋଇଛି। ଏହି ସମୟରେ ସେ ଦାରିଙ୍ଗବାଡ଼ି ଓ ବ୍ରାହ୍ମଣୀଗାଁ ମଣ୍ଡଳର କର୍ମକର୍ତ୍ତାଙ୍କୁ ନେଇ ସାଙ୍ଗଠନିକ ବୈଠକ କରି ଦଳକୁ ମଜଭୁତ କରିବା ସହ ସଦସ୍ୟ ସଂଖ୍ୟା ବୃଦ୍ଧି ପାଇଁ ସମସ୍ତଙ୍କୁ ଆଦ୍ୱାନ ଦେଇଥିଲେ ଏମ୍ପିଙ୍କ ସହ ଭାଜପାର ଜିଲା ସଭାପତି ଜଗନ୍ନାଥ ସାହୁ, ବିଶ୍ୱ ହିନ୍ଦୁ ପରିଷଦର କନ୍ଧମାଳ ଦାୟିତ୍ୱରେ ଥିବା ମନୋଜ ଆଚାର୍ଯ୍ୟ ଓ ଦଳୀୟ […] The post ସଂଗଠନ ମଜଭୁତ ପାଇଁ କର୍ଣ୍ଣମନ୍ତ୍ର ଦେଲେ ଏମ୍ପି ସୁକାନ୍ତ ପାଣିଗ୍ରାହୀ appeared first on Dharitri Odia News.
ଦାରିଙ୍ଗବାଡ଼ି,୨୩ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳକୁ କନ୍ଧମାଳ ଏମ୍ପି ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ଦିନିକିଆ ଗସ୍ତ ହୋଇଛି। ଏହି ସମୟରେ ସେ ଦାରିଙ୍ଗବାଡ଼ି ଓ ବ୍ରାହ୍ମଣୀଗାଁ ମଣ୍ଡଳର କର୍ମକର୍ତ୍ତାଙ୍କୁ ନେଇ ସାଙ୍ଗଠନିକ ବୈଠକ କରି ଦଳକୁ ମଜଭୁତ କରିବା ସହ ସଦସ୍ୟ ସଂଖ୍ୟା ବୃଦ୍ଧି ପାଇଁ ସମସ୍ତଙ୍କୁ ଆଦ୍ୱାନ ଦେଇଥିଲେ ଏମ୍ପିଙ୍କ ସହ ଭାଜପାର ଜିଲା ସଭାପତି ଜଗନ୍ନାଥ ସାହୁ, ବିଶ୍ୱ ହିନ୍ଦୁ ପରିଷଦର କନ୍ଧମାଳ ଦାୟିତ୍ୱରେ ଥିବା ମନୋଜ ଆଚାର୍ଯ୍ୟ ଓ ଦଳୀୟ କର୍ମୀ ଉପସ୍ଥିତ ଥିଲେ।
ଏମ୍ପି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନରେ ବି ଯାଇଥିଲେ। ସେ ପ୍ରଥମେ ଅନ୍ତଃବିଭାଗ ପରିଦର୍ଶନ କରିଥିଲେ। ସେଠାରେ ରୋଗୀଙ୍କ ପାଇଁ ରହିଥିବା ଶୌଚାଳୟର ସ୍ବଚ୍ଛତାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ ଏନେଇ ସ୍ବାସ୍ଥ୍ୟକେନ୍ଦ୍ରର ଇନ୍ଚାର୍ଜ ଡାକ୍ତର ଜାକେଶ ସାମନ୍ତରାୟଙ୍କୁ ଶୌଚାଳୟକୁ ସର୍ବଦା ସଫେଇ କରିବାକୁ ପରାମର୍ଶ ଦେବା ସହ ଅବ୍ୟବସ୍ଥାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ପରେ ସେ ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଫାଟକ ସମ୍ମୁଖରେ ଓ ତା’ର ଆଖପାଖ ଅଞ୍ଚଳରେ ସଫେଇ କରିଥିଲେ। ସେହିପରି ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମରେ ଏମ୍ପିଙ୍କ ସହ ବିଡିଓ ଗଦାଧର ପାତ୍ର, ତହସିଲଦାର ଶରତ ଶବର, ଆଇଆଇଆସି ରମେଶ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସଫେଇ କରିଥିଲେ।
The post ସଂଗଠନ ମଜଭୁତ ପାଇଁ କର୍ଣ୍ଣମନ୍ତ୍ର ଦେଲେ ଏମ୍ପି ସୁକାନ୍ତ ପାଣିଗ୍ରାହୀ appeared first on Dharitri Odia News.