ସଂଗଠନକୁ ମଜଭୁତ କରିବା ପାଇଁ ଅଙ୍ଗନଓ୍ବାଡି କର୍ମଚାରୀ ସଂଘର ଆହ୍ବାନ

ଦାରିଙ୍ଗବାଡ଼ି,୨୦ା୧(ଅରୁଣ ସାହୁ): ଭାରତୀୟ ମଜଦୂର ସଂଘ ସହ ଅନୁବନ୍ଧିତ ଅଲ୍‌ ଓଡିଆ ଅଙ୍ଗନଓ୍ବାଡି ସଂଘ ଦାରିଙ୍ଗବାଡ଼ି ବ୍ଲକର କାର୍ଯ୍ୟକାରିଣୀ ବୈଠକ ବ୍ଲକ ସଭାନେତ୍ରୀ ରଶ୍ମିରଞ୍ଜିତା ନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଭାରତୀୟ ମଜଦୂର ସଂଘ (ବିଏମ୍‌ଏସ୍‌)ର ଜିଲା ସଭାପତି ଅଶୋକ ପରିଡ଼ାଙ୍କ ସହ ଜିଲା ସଭାନେତ୍ରୀ ଶର୍ମିଷ୍ଠା ନାୟକ ଓ ସମ୍ପାଦିକା ସାରଦା ପରିଛା, ଯୋଗଦେଇ ସଂଗଠନକୁ ମଜଭୁତ କରିବାକୁ ଆହ୍ବାନ ଦେଇଥିଲେ। କାର୍ଯ୍ୟକ୍ଷେତ୍ରରେ କେତେଜଣ ସୁପରଭାଇଜର ଅସହଯୋଗ କରୁଥିବା ଅଭିଯୋଗ ହୋଇଥିଲା। ମାସ […] The post ସଂଗଠନକୁ ମଜଭୁତ କରିବା ପାଇଁ ଅଙ୍ଗନଓ୍ବାଡି କର୍ମଚାରୀ ସଂଘର ଆହ୍ବାନ appeared first on Dharitri Odia News.

ସଂଗଠନକୁ ମଜଭୁତ କରିବା ପାଇଁ ଅଙ୍ଗନଓ୍ବାଡି କର୍ମଚାରୀ ସଂଘର ଆହ୍ବାନ

ଦାରିଙ୍ଗବାଡ଼ି,୨୦ା୧(ଅରୁଣ ସାହୁ): ଭାରତୀୟ ମଜଦୂର ସଂଘ ସହ ଅନୁବନ୍ଧିତ ଅଲ୍‌ ଓଡିଆ ଅଙ୍ଗନଓ୍ବାଡି ସଂଘ ଦାରିଙ୍ଗବାଡ଼ି ବ୍ଲକର କାର୍ଯ୍ୟକାରିଣୀ ବୈଠକ ବ୍ଲକ ସଭାନେତ୍ରୀ ରଶ୍ମିରଞ୍ଜିତା ନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଭାରତୀୟ ମଜଦୂର ସଂଘ (ବିଏମ୍‌ଏସ୍‌)ର ଜିଲା ସଭାପତି ଅଶୋକ ପରିଡ଼ାଙ୍କ ସହ ଜିଲା ସଭାନେତ୍ରୀ ଶର୍ମିଷ୍ଠା ନାୟକ ଓ ସମ୍ପାଦିକା ସାରଦା ପରିଛା, ଯୋଗଦେଇ ସଂଗଠନକୁ ମଜଭୁତ କରିବାକୁ ଆହ୍ବାନ ଦେଇଥିଲେ। କାର୍ଯ୍ୟକ୍ଷେତ୍ରରେ କେତେଜଣ ସୁପରଭାଇଜର ଅସହଯୋଗ କରୁଥିବା ଅଭିଯୋଗ ହୋଇଥିଲା। ମାସ ମାସ ଧରି ପୋଷଣ ଅନୁଦାନ, କିଶୋରୀ ବାଳିକା ଅର୍ଥ, ଗ୍ୟାସ ଅର୍ଥ ମିଳିବାରେ ବିଳମ୍ବ ହେଉଥିବା ଅଭିଯୋଗ ହୋଇଛି। ଚାଉଳ ଓଜନରେ କମ୍‌ ,ଅଣ୍ଡାଦର ବଜାରରେ ଅତ୍ୟଧିକ ବୃଦ୍ଧି ହୋଇଥିବାବେଳେ ଉପରିସ୍ଥ ଅଧିକାରୀ ଦୃଷ୍ଟି ଦେବା ଆବଶ୍ୟକ। ପ୍ରତ୍ୟେକ କର୍ମୀଙ୍କୁ ଦିଆଯାଉଥିବା ଅର୍ଥ କେଉଁ ବାବଦରେ ଦିଆଯାଉଛି ତାହା ଲିଖିତ ଭାବେ ଦେବାକୁ ଦାବୀ କରାଯାଇଛି। ଅଙ୍ଗନଓ୍ବାଡି କେନ୍ଦ୍ରକୁ ପିଲାମାନେ ଅଧିକାଂଶ ସମୟରେ ଖାଇବା ସମୟରେ ଆସୁଥିବା ବେଳେ ପରିଦର୍ଶନରେ ଆସୁଥିବା ସୁପର ଭାଇଜରମାନେ କମ୍‌ ସଂଖ୍ୟକ ଉପସ୍ଥାନ ଦେଉଥିବାରୁ କର୍ମୀମାନେ ବକେୟ ଟଙ୍କା ଶୁଝିବା କଷ୍ଟକର। ଏ ସମସ୍ୟା ସମ୍ପର୍କରେ ରାଜ୍ୟ ବୈଠକରେ ଆଲୋଚନା କରି ବିଭାଗୀୟ ଅଧିକାରୀଙ୍କୁ ଜଣାଇବାକୁ ବିଏମ୍‌ଏସ୍‌ର ଜିଲା ସଭାପତି ଅଶୋକ ପରିଡ଼ା ସୂଚନା ଦେଇଥିଲେ। ଆଗାମୀ ଦିନରେ ଅଙ୍ଗନଓ୍ବାଡି ସଂଘର ବ୍ଲକ ସମ୍ମିଳନୀ ଓ ଜିଲା ସମ୍ମିଳନୀ ଆୟୋଜନ କରିବାକୁ ଆଲୋଚନା କରାଯାଇଥିଲା। ଗତ ୩୧ତାରିଖରେ ଦାରିଙ୍ଗବାଡ଼ି ବ୍ଲକ ସଂଘର ସମ୍ପାଦିକା ତଥା ରୁକାନବାଡ଼ିର କର୍ମୀ ପ୍ରମଦା ମଲ୍ଲିକ ଅବସର ନେଇଥିଲେ। ଏହି ଅବସରରେ ବୈଠକରେ ବିଏମ୍‌ଏସର ଜିଲା ସଭାପତି ଅଶୋକ ପରିଡ଼ା,ସଂଘର ଜିଲା ସଭାନେତ୍ରୀ ଶର୍ମିଷ୍ଠା ନାୟକ ଓ ସମ୍ପାଦିକା ସାରଦା ନାୟକ ବ୍ଲକ ସଂଘ ପକ୍ଷରୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୁଚିତ୍ରା ପ୍ରଧାନ, କୁନି ସାହୁ,ମହାଲକ୍ଷ୍ମୀ ସାହୁ ,ଜୟନ୍ତୀ ସିଂ,କାବେରୀ ମଲିକ,କୁମାରୀ ମହାପାତ୍ର, ମିନତି ନାୟକ ,ପୁଷ୍ପ ଦେବୀ ପ୍ରଧାନ ପ୍ରମୁଖଙ୍କ ସହ ୧୨ଟି ସେକ୍ଟରର ସଦସ୍ୟାମାନେ ଉପସ୍ଥିତ ଥିଲେ।

The post ସଂଗଠନକୁ ମଜଭୁତ କରିବା ପାଇଁ ଅଙ୍ଗନଓ୍ବାଡି କର୍ମଚାରୀ ସଂଘର ଆହ୍ବାନ appeared first on Dharitri Odia News.