ସଂରକ୍ଷିତ ହେବ ‘ରାମୁ’ ହାତୀର କଙ୍କାଳ

ଭୁବନେଶ୍ୱର, ୨୦।୮(ଅସମାପିକା ସାହୁ)- ଚନ୍ଦକା-ଡମପଡା ଅଭୟାରଣ୍ୟର ଭରତପୁର ସଂରକ୍ଷିତ ଜଙ୍ଗଲରେ ସୋମବାର ବିଦ୍ୟୁତ ତାର ଆଘାତ ମୃତ୍ୟୁ ଘଟିଥିବା ‘ରାମୁ’ ହାତୀ କଙ୍କାଳକୁ ବୈଜ୍ଞାନିକ ପଦ୍ଧତିରେ ସଂରକ୍ଷଣ କରାଯିବ। ତାହାକୁ ଚନ୍ଦକା ସ୍ଥିତ ଗୋଡ଼ିବାରୀଠାରେ ଦର୍ଶକଙ୍କ ପାଇଁ ରଖାଯିବ। ଏନେଇ ଖୋର୍ଦ୍ଧା ଜିଲାର ଅବୈତନିକ ତତ୍ତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକ ରାଜ୍ୟର ବନ୍ୟପ୍ରାଣୀ ପିସିସିଏଫ ତଥା ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ସୁଶାନ୍ତ ନନ୍ଦଙ୍କୁ ଇମେଲ ଜରିଆରେ ଅନୁରୋଧ କରିଥିଲେ। ଶୁଭେନ୍ଦୁଙ୍କ ପ୍ରସ୍ତାବରେ ପିସିସିଏଫ ସହମତି ପ୍ରଦାନ କରିଛନ୍ତି। ‘ରାମୁ’ର […] The post ସଂରକ୍ଷିତ ହେବ ‘ରାମୁ’ ହାତୀର କଙ୍କାଳ appeared first on Dharitri Odia News.

ସଂରକ୍ଷିତ ହେବ ‘ରାମୁ’ ହାତୀର କଙ୍କାଳ

ଭୁବନେଶ୍ୱର, ୨୦।୮(ଅସମାପିକା ସାହୁ)- ଚନ୍ଦକା-ଡମପଡା ଅଭୟାରଣ୍ୟର ଭରତପୁର ସଂରକ୍ଷିତ ଜଙ୍ଗଲରେ ସୋମବାର ବିଦ୍ୟୁତ ତାର ଆଘାତ ମୃତ୍ୟୁ ଘଟିଥିବା ‘ରାମୁ’ ହାତୀ କଙ୍କାଳକୁ ବୈଜ୍ଞାନିକ ପଦ୍ଧତିରେ ସଂରକ୍ଷଣ କରାଯିବ। ତାହାକୁ ଚନ୍ଦକା ସ୍ଥିତ ଗୋଡ଼ିବାରୀଠାରେ ଦର୍ଶକଙ୍କ ପାଇଁ ରଖାଯିବ। ଏନେଇ ଖୋର୍ଦ୍ଧା ଜିଲାର ଅବୈତନିକ ତତ୍ତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକ ରାଜ୍ୟର ବନ୍ୟପ୍ରାଣୀ ପିସିସିଏଫ ତଥା ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ସୁଶାନ୍ତ ନନ୍ଦଙ୍କୁ ଇମେଲ ଜରିଆରେ ଅନୁରୋଧ କରିଥିଲେ। ଶୁଭେନ୍ଦୁଙ୍କ ପ୍ରସ୍ତାବରେ ପିସିସିଏଫ ସହମତି ପ୍ରଦାନ କରିଛନ୍ତି।
‘ରାମୁ’ର ଅକାଳ ମୃତ୍ୟୁରେ ହୋଇଥିବା ଅବହେଳାକୁ ଆଦୌ ବରଦାସ୍ତ କରାଯିବ ନାହିଁ ଏବଂ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପିସିସିଏଫ ଗତକାଲି କହିଥିଲେ।
ସୂଚନାଯୋଗ୍ୟ ଭୁବନେଶ୍ୱରସ୍ଥିତ RMNH ମ୍ୟୁଜିୟମରେ ଶଙ୍କର ହାତୀର କଙ୍କାଳ ଯେଉଁଭଳି ସଂରକ୍ଷିତ ରଖାଯାଇଛି, ସେହିଭଳି ରାମୁର କଙ୍କାଳକୁ ଗୋଡିବାରୀରେ ରଖିବା ପାଇଁ ଶୁଭେନ୍ଦୁ ପ୍ରସ୍ତାବ ଦେଇଥିଲେ। ଶଙ୍କର ହାତୀ କଙ୍କାଳକୁ ଡ. ଶିବ ପ୍ରସାଦ ପରିଡ଼ା ଯୋଡ଼ିଥିଲେ। ରାମୁ କଙ୍କାଳକୁ ମଧ୍ୟ ଡ. ପରିଡ଼ାଙ୍କ ନିର୍ଦ୍ଦେଶନାରେ ଯୋଡ଼ାଯିବ ବୋଲି ଜଣାପଡିଛି।

The post ସଂରକ୍ଷିତ ହେବ ‘ରାମୁ’ ହାତୀର କଙ୍କାଳ appeared first on Dharitri Odia News.