ସଂଶୋଧିତ ନାଗରିକ ଆଇନକୁ ନେଇ ଆସାମ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ୨୦୧୫ ପରେ ଆସାମ ଆସିଥିବା ପ୍ରବାସୀ ହେବେ ବିଦା
କନକ ବ୍ୟୁରୋ : ଆସାମରେ ଲାଗୁ ହେବ ସଂଶୋଧିତ ନାଗରିକତ୍ୱ ଆଇନ ବା ସିଏଏ । ଏହାକୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା କହିଛନ୍ତି, ଯେଉଁମାନେ ୨୦୧୫ ପରେ ଆସାମକୁ ଆସିଛନ୍ତି ସେମାନଙ୍କୁ ବିଦା କରାଯିବ । ଯେଉଁମାନେ ୨୦୧୫ ପୂର୍ବରୁ ଆସାମକୁ ଆସିଛନ୍ତି ସେମାନଙ୍କୁ ନାଗରିକତା ପାଇଁ ଆବେଦନ କରିବାକୁ ପଡିବ । ଯଦି ଆବେଦନ ନ କରନ୍ତି ତେବେ ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ […] The post ସଂଶୋଧିତ ନାଗରିକ ଆଇନକୁ ନେଇ ଆସାମ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ୨୦୧୫ ପରେ ଆସାମ ଆସିଥିବା ପ୍ରବାସୀ ହେବେ ବିଦା first appeared on Kanak News.

କନକ ବ୍ୟୁରୋ : ଆସାମରେ ଲାଗୁ ହେବ ସଂଶୋଧିତ ନାଗରିକତ୍ୱ ଆଇନ ବା ସିଏଏ । ଏହାକୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା କହିଛନ୍ତି, ଯେଉଁମାନେ ୨୦୧୫ ପରେ ଆସାମକୁ ଆସିଛନ୍ତି ସେମାନଙ୍କୁ ବିଦା କରାଯିବ । ଯେଉଁମାନେ ୨୦୧୫ ପୂର୍ବରୁ ଆସାମକୁ ଆସିଛନ୍ତି ସେମାନଙ୍କୁ ନାଗରିକତା ପାଇଁ ଆବେଦନ କରିବାକୁ ପଡିବ । ଯଦି ଆବେଦନ ନ କରନ୍ତି ତେବେ ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ନାଗରିକତ୍ୱ ସଂଶୋଧନ ଆଇନ ବା ଉଇଇ ଦୀର୍ଘ ୫ ବର୍ଷ ତଳୁ ଆଇନର ମାନ୍ୟତା ପାଇସାରିଛି । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଗୃହ ମନ୍ତ୍ରାଳୟ ଏହାର ବିଜ୍ଞପ୍ତି ପ୍ରକାଶ କରିଥିଲେ । ପ୍ରଥମ ଥର ପାଇଁ ଧର୍ମ ଆଧାରରେ ନାଗରିକତା ପ୍ରଦାନ ବ୍ୟବସ୍ଥା ଏହି ଆଇନରେ ରହିଛି। ଏଏ ବିଜ୍ଞପ୍ତି ଜାରି ହେବାପରେ ସରକାର ଭାରତକୁ ୨୦୧୪ ଡିସେମ୍ବର ୩୧ ସୁଦ୍ଧା ବାଂଲାଦେଶ, ପାକିସ୍ତାନ ଏବଂ ଆଫଗାନିସ୍ତାନରୁ ଆସିଥିବା ଅଣ ମୁସଲିମ ବ୍ୟକ୍ତିମାନଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରାଯିବ। ଯାହାର ପ୍ରକ୍ରିୟା ଆସାମରେ ଆରମ୍ଭ ହୋଇସାରିଛି ।
The post ସଂଶୋଧିତ ନାଗରିକ ଆଇନକୁ ନେଇ ଆସାମ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ୨୦୧୫ ପରେ ଆସାମ ଆସିଥିବା ପ୍ରବାସୀ ହେବେ ବିଦା first appeared on Kanak News.