ସଂସଦ ପରିସରରେ ନୂଆ ଅନ୍ଦାଜରେ ରାହୁଲ, ଏହି ନେତାଙ୍କୁ ବଢେଇଦେଲେ ଗୋଲାପ, ସମସ୍ତେ ତାଜୁବ

ନୂଆଦିଲ୍ଲୀ,୧୧।୧୨: ଟି-ଶାର୍ଟ, ବ୍ୟାଗ ପରେ ଏବେ ଗୋଲାପ ଫୁଲ। ବିରୋଧର ନୂଆ ନୂଆ ଷ୍ଟାଇଲ ଆପଣାଉଛନ୍ତି ବିରୋଧୀ। କଂଗ୍ରେସ ଏମପି ତଥା ଲୋକ ସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଆଜି ଗୋଲାପ ଫୁଲ ବାଣ୍ଟିଛନ୍ତି। ରାହୁଲ କାହାକୁ ଗୋଲାପ ଦେଇଛନ୍ତି ଜାଣିଲେ ତାଜୁବ ମଧ୍ୟ ହୋଇଯିବେ। ସଂସଦ ପରିସରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଗୋଲାପ ଦେଇଛନ୍ତି ରାହୁଲ। କେବଳ ସେତିକି ନୁହେଁ ତାଙ୍କ ହାତରେ ଜାତୀୟ ପତାକାକୁ ମଧ୍ୟ ଧରାଇଛନ୍ତି। ଚଳିତ ସଂସଦ […] The post ସଂସଦ ପରିସରରେ ନୂଆ ଅନ୍ଦାଜରେ ରାହୁଲ, ଏହି ନେତାଙ୍କୁ ବଢେଇଦେଲେ ଗୋଲାପ, ସମସ୍ତେ ତାଜୁବ appeared first on Dharitri Odia News.

ସଂସଦ ପରିସରରେ ନୂଆ ଅନ୍ଦାଜରେ ରାହୁଲ, ଏହି ନେତାଙ୍କୁ ବଢେଇଦେଲେ ଗୋଲାପ, ସମସ୍ତେ ତାଜୁବ

ନୂଆଦିଲ୍ଲୀ,୧୧।୧୨: ଟି-ଶାର୍ଟ, ବ୍ୟାଗ ପରେ ଏବେ ଗୋଲାପ ଫୁଲ। ବିରୋଧର ନୂଆ ନୂଆ ଷ୍ଟାଇଲ ଆପଣାଉଛନ୍ତି ବିରୋଧୀ। କଂଗ୍ରେସ ଏମପି ତଥା ଲୋକ ସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଆଜି ଗୋଲାପ ଫୁଲ ବାଣ୍ଟିଛନ୍ତି। ରାହୁଲ କାହାକୁ ଗୋଲାପ ଦେଇଛନ୍ତି ଜାଣିଲେ ତାଜୁବ ମଧ୍ୟ ହୋଇଯିବେ।

ସଂସଦ ପରିସରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଗୋଲାପ ଦେଇଛନ୍ତି ରାହୁଲ। କେବଳ ସେତିକି ନୁହେଁ ତାଙ୍କ ହାତରେ ଜାତୀୟ ପତାକାକୁ ମଧ୍ୟ ଧରାଇଛନ୍ତି। ଚଳିତ ସଂସଦ ଅଧିବେଶନରେ କଂଗ୍ରେସ କ୍ରମାଗତ ଭାବରେ ସରକାରଙ୍କୁ ଘେରିବାରେ ଲାଗିଛି। ଆଦାନୀ ପ୍ରସଙ୍ଗରେ ଗୃହରେ ଆଲୋଚନା ପାଇଁ କଂଗ୍ରେସ ପ୍ରତିଦିନ ନୂଆ ଢଙ୍ଗରେ ସଂସଦ ବାହାରେ ବିରୋଧ କରୁଛି।

ତେବେ ଏତିକି ବେଳେ ସଂସଦ ବାହାରେ ବିରୋଧ ପ୍ରଦର୍ଶନବେଳେ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି। ରାଜନାଥ ସିଂହ ସଂସଦ ଭିତରକୁ ପ୍ରବେଶ କରୁଥିବା ବେଳେ ତାଙ୍କୁ ରାହୁଲ ଗାନ୍ଧୀ ଗୋଲାପ ଫୁଲ ଓ ତ୍ରିରଙ୍ଗା ପତକା ଦେଇ ନୂଆ ଷ୍ଟାଇଲରେ ବିରୋଧ ପ୍ରଦର୍ଶନ କରିଛନ୍ତି।

ରାଜନାଥ ସିଂହ ତାଙ୍କ କାରରୁ ଓହ୍ଲାଇବା ମାତ୍ରେ ରାହୁଲ ତୁରନ୍ତ ତାଙ୍କ ଆଗକୁ ଚାଲି ଆସିଥିଲେ। ଏହି ସମୟରେ ରାଜନାଥ ଏବଂ ରାହୁଲଙ୍କ ମଧ୍ୟରେ କିଛି ସେକେଣ୍ଡ ପାଇଁ କଥାବାର୍ତ୍ତା ହୋଇଥିଲା। କିନ୍ତୁ ରାହୁଲ ତାଙ୍କୁ ତ୍ରିରଙ୍ଗା ଓ ଗୋଲାପ ଦେବା ମାତ୍ରେ ରାଜନାଥ ଏହାକୁ ନ ନେଇ ହସି ହସି ଆଗକୁ ଚାଲି ଯାଇଥିଲେ। ଏହି ସମୟରେ କଂଗ୍ରେସ ନେତା, ଭାଜପା ନେତା ଏବଂ ସେଠାରେ ଉପସ୍ଥିତ ଥିବା ସୁରକ୍ଷା କର୍ମୀମାନେ ମଧ୍ୟ ହସୁଥିବା ଦେଖିବାକୁ ମିଳିଥିଲା। ବର୍ତ୍ତମାନ ଏହି ଘଟଣାର ପୂରା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

The post ସଂସଦ ପରିସରରେ ନୂଆ ଅନ୍ଦାଜରେ ରାହୁଲ, ଏହି ନେତାଙ୍କୁ ବଢେଇଦେଲେ ଗୋଲାପ, ସମସ୍ତେ ତାଜୁବ appeared first on Dharitri Odia News.