‘ସଂସଦ ମେଁ ଭି କେଜ୍ରିୱାଲ’ ସ୍ଲୋଗାନ ସହ ଲୋକସଭା ନିର୍ବାଚନ ପ୍ରଚାର ଆରମ୍ଭ କଲା ଆପ୍

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ତାଙ୍କ ପଂଜାବ ପ୍ରତିପକ୍ଷ ଭଗୱନ୍ତ ମାନଙ୍କ ସହ ଲୋକସଭା ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ କରିଛନ୍ତି। ‘ସଂସଦ ମେଁ ଭି କେଜ୍ରିୱାଲ ତୋ ଦିଲ୍ ହୋଗି ଔର ଖୁସ୍ ହାଲ୍’ ସ୍ଲୋଗାନ ସହ କେଜ୍ରିୱାଲ ଆଜି ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି। ଲୋକସଭା ନିର୍ବାଚନ ପ୍ରଚାର ଆରମ୍ଭ କରିବା ସମୟରେ କେଜ୍ରିୱାଲ କହିଛନ୍ତି, ଦିଲ୍ଲୀ ଲୋକମାନେ ହେଉଛନ୍ତି ମୋର ପରିବାର। ସେମାନଙ୍କ ସେବା କରିବାପାଇଁ ମୁଁ ସମସ୍ତ […]

‘ସଂସଦ ମେଁ ଭି କେଜ୍ରିୱାଲ’ ସ୍ଲୋଗାନ ସହ ଲୋକସଭା ନିର୍ବାଚନ ପ୍ରଚାର ଆରମ୍ଭ କଲା ଆପ୍

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ତାଙ୍କ ପଂଜାବ ପ୍ରତିପକ୍ଷ ଭଗୱନ୍ତ ମାନଙ୍କ ସହ ଲୋକସଭା ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ କରିଛନ୍ତି। ‘ସଂସଦ ମେଁ ଭି କେଜ୍ରିୱାଲ ତୋ ଦିଲ୍ ହୋଗି ଔର ଖୁସ୍ ହାଲ୍’ ସ୍ଲୋଗାନ ସହ କେଜ୍ରିୱାଲ ଆଜି ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି। ଲୋକସଭା ନିର୍ବାଚନ ପ୍ରଚାର ଆରମ୍ଭ କରିବା ସମୟରେ କେଜ୍ରିୱାଲ କହିଛନ୍ତି, ଦିଲ୍ଲୀ ଲୋକମାନେ ହେଉଛନ୍ତି ମୋର ପରିବାର। ସେମାନଙ୍କ ସେବା କରିବାପାଇଁ ମୁଁ ସମସ୍ତ ଉଦ୍ୟମ କଲି। ଆମର ସ୍ଲୋଗାନ ହେଉଛି , ‘ସଂସଦ ମେଁ ଭି କେଜ୍ରିୱାଲ, ତୋ ଦିଲ୍ଲୀ ହୋଗି ଔର ଖୁସ ହାଲ୍’। ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ମଧ୍ୟ ଦିଲ୍ଲୀ ଉପରାଜ୍ୟପାଳଙ୍କ ଉପରେ ବର୍ଷିଛନ୍ତି । ଦିଲ୍ଲୀ ସରକାର ଆରମ୍ଭ କରିଥିବା ସମସ୍ତ ପ୍ରକଳ୍ପ ଉପରାଜ୍ୟପାଳ ଅଟକାଇଛନ୍ତି ବୋଲି କେଜ୍ରିୱାଲ ଅଭିଯୋଗ କରିଛନ୍ତି ଏବଂ ସମସ୍ତ ୭ ବିରୋଧୀ ପ୍ରାର୍ଥୀଙ୍କୁ ସଂସଦ ପଠାଇ ତାଙ୍କୁ ଅଧିକ ସୁଦୃଢ଼ କରିବାପାଇଁ ସେ ଲୋକମାନଙ୍କୁ ଅନୁରୋଧ କରିଛନ୍ତି। କେଜ୍ରିୱାଲ କହିଛନ୍ତି, ଆପଣମାନେ ଜଣେ ସାଧାରଣ ଲୋକଙ୍କୁ ନିର୍ବାଚିତ କରିଥିବାରୁ ସେମାନେ ଆପଣମାନଙ୍କୁ ଘୃଣା କରୁଛନ୍ତି। ସେମାନେ ବୁଲଡୋଜର ଲଗାଇ ମୋହଲା କ୍ଲିନିକ୍ ହଟାଇଲେ। ଘରକୁ ଘର ରାସନ ଡେଲିଭରି ସ୍କିମ୍ ବନ୍ଦ କଲେ। ଅନ୍ୟପକ୍ଷେ ପଂଜାବ ମୁଖ୍ୟମନ୍ତ୍ରୀ ମାନ୍ ଦୃଢ଼ୋକ୍ତି ବାଢ଼ିଛନ୍ତି ଯେ ତାଙ୍କ ରାଜ୍ୟରେ ତାଙ୍କ ଦଳ ସବୁ ଆସନରେ ବିଜୟୀ ହେବ।