ସଅଁରାପଡ଼ା ଗଣହତ୍ୟା ଘଟଣା: ମାଷ୍ଟରମାଇଣ୍ଡ ବାପପୁଅ ଗିରଫ
ପାଟଣାଗଡ଼,୩ା୫(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣାଗଡ଼ ଥାନା ବ୍ରହ୍ମପୁରା ନିକଟସ୍ଥ ସଅଁରାପଡ଼ା କୁସୁମକାନୀ ଗଣହତ୍ୟାର ମାଷ୍ଟରମାଇଣ୍ଡ ଓ ତାଙ୍କ ପୁଅକୁ ପୋଲିସ ଗିରଫ କରି ଶୁକ୍ରବାର କୋର୍ଟଚାଲାଣ କରିଛି । କୋର୍ଟଚାଲାଣ ହୋଇଥିବା ଅଭିଯୁକ୍ତ ବାପପୁଅ ହେଲେ ଗଙ୍ଗଓ୍ବା ମାଝୀ (୪୪) ଓ ତାଙ୍କ ପୁଅ ଦେବରାଜ ମାଝି(୨୩)। ସୂଚନାଯୋଗ୍ୟ, ଗତ ୨୦୨୦ ନଭେମ୍ବର ୧୧ ତାରିଖ ବ୍ରହ୍ମପୁରା ନିକଟସ୍ଥ ସଅଁରାପଡ଼ା କୁସୁମକାନୀରେ ପତିଆରା ଓ ପୂର୍ବ ଶତ୍ରୁତାକୁ ନେଇ ଗୋଟିଏ ପରିବାରର ୬ଜଣକୁ ହତ୍ୟା କରାଯାଇଥିଲା। […] The post ସଅଁରାପଡ଼ା ଗଣହତ୍ୟା ଘଟଣା: ମାଷ୍ଟରମାଇଣ୍ଡ ବାପପୁଅ ଗିରଫ appeared first on Dharitri Odia News.
ପାଟଣାଗଡ଼,୩ା୫(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣାଗଡ଼ ଥାନା ବ୍ରହ୍ମପୁରା ନିକଟସ୍ଥ ସଅଁରାପଡ଼ା କୁସୁମକାନୀ ଗଣହତ୍ୟାର ମାଷ୍ଟରମାଇଣ୍ଡ ଓ ତାଙ୍କ ପୁଅକୁ ପୋଲିସ ଗିରଫ କରି ଶୁକ୍ରବାର କୋର୍ଟଚାଲାଣ କରିଛି । କୋର୍ଟଚାଲାଣ ହୋଇଥିବା ଅଭିଯୁକ୍ତ ବାପପୁଅ ହେଲେ ଗଙ୍ଗଓ୍ବା ମାଝୀ (୪୪) ଓ ତାଙ୍କ ପୁଅ ଦେବରାଜ ମାଝି(୨୩)।
ସୂଚନାଯୋଗ୍ୟ, ଗତ ୨୦୨୦ ନଭେମ୍ବର ୧୧ ତାରିଖ ବ୍ରହ୍ମପୁରା ନିକଟସ୍ଥ ସଅଁରାପଡ଼ା କୁସୁମକାନୀରେ ପତିଆରା ଓ ପୂର୍ବ ଶତ୍ରୁତାକୁ ନେଇ ଗୋଟିଏ ପରିବାରର ୬ଜଣକୁ ହତ୍ୟା କରାଯାଇଥିଲା। ଅଭିଯୁକ୍ତମାନେ ବିଭିନ୍ନ ମାରଣାସ୍ତ୍ରରେ ପରିବାରର ବୁଲୁ ଯାନୀ (୫୦), ତାଙ୍କ ସ୍ତ୍ରୀ ଜ୍ୟୋତି (୪୮) ଦୁଇପୁଅ ଭୀଷ୍ମ (୫) ଓ ସଂଜୀବ (୨), ଦୁଇ ଝିଅ ସରିତା(୧୪) ଓ ଶ୍ରୀୟା (୩)ଙ୍କୁ ହତ୍ୟା କରିଥିଲେ। ଉକ୍ତ ଘଟଣାରେ ସେ ସମୟରେ ପୋଲିସ ବାବୁଲାଲ ଯାନୀ, ଛାୟା ଗୋଣ୍ଡ, ବଳଦେବ ଗୋଣ୍ଡ, ମନୀଷ ଗୋଣ୍ଡ, ଭୋଳା ଯାନୀ, ଶିବା ଯାନୀ, ବିକଳ କଲରୀ ପ୍ରମୁଖ ୭ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଥିଲା। ତେବେ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ଗଙ୍ଗଓ୍ବା ଓ ତା’ପୁଅ ଦେବରାଜ ସେହିଦିନଠାରୁ ଫେରାର ରହିଥିଲେ। ଫଳରେ ସେମାନଙ୍କ ନାଁରେ ଜାମିନବିହୀନ ଗିରଫ ପରାଓ୍ବାନା ଜାରି ହୋଇଥିଲା। ଏପରିକି ଗଙ୍ଗଓ୍ବା ହତ୍ୟାକାଣ୍ଡ ଭିଆଇ ନୂଆପଡ଼ା ଜିଲା ନୀଳଜୀ ଗାଁରେ ରହୁଥିଲା। ସେଠାରେ ଏକ ଖାତାରେ ଚିଠି ଲେଖି ପୋଲିସ ତାଙ୍କୁ ଗିରଫ କରିପାରିବନାହିଁ ବୋଲି ଖୋଲା ଚ୍ୟାଲେଞ୍ଜ ଦେଇଥିଲା। ବଲାଙ୍ଗିର ଏସପିଙ୍କ ନିର୍ଦ୍ଦେଶକ୍ରମେ ପାଟଣାଗଡ଼ ଏସ୍ଡିପିଓ ସଦାନନ୍ଦ ପୂଜାରୀଙ୍କ ତତ୍ତ୍ୱାବଧାନରେ ଥାନାଧିକାରୀ ହରିବନ୍ଧୁ ଗଡ଼ତ୍ୟାଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ଟିମ ଗତ ଗୁରୁବାର ଗଙ୍ଗୱା ଓ ତାଙ୍କ ପୁଅକୁ ଗିରଫ କରିଥିଲା। ଶୁକ୍ରବାର ଉଭୟଙ୍କୁ କୋର୍ଟଚାଲାଣ କରାଯାଇଥିବାବେଳେ ଜାମିନ ମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଥିବା ଥାନାଧିକାରୀ ହରିବନ୍ଧୁ ଗଡ଼ତ୍ୟା ସୂଚନା ଦେଇଛନ୍ତି। ସେ ସମୟରେ ଉକ୍ତ ଲୋମଟାଙ୍କୁରା ଘଟଣା ପାଟଣାଗଡ଼ ଅଞ୍ଚଳ ସହ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା।
The post ସଅଁରାପଡ଼ା ଗଣହତ୍ୟା ଘଟଣା: ମାଷ୍ଟରମାଇଣ୍ଡ ବାପପୁଅ ଗିରଫ appeared first on Dharitri Odia News.