ମୁହାଁମୁହିଁ ଧକ୍କା ହେଲା LPG ଓ CNG ଟ୍ରକ; ଜୀବନ୍ତ ଜଳିଗଲେ ୮ଜଣ, ଅନେକ ଗାଡିରେ ଲାଗିଲା ନିଆଁ

ନୂଆଦିଲ୍ଲୀ ୨୦।୧୨: ମୁହାଁମୁହିଁ ଧକ୍କା ହେଲା LPG ଓ CNG ଟ୍ରକ । ଦୁର୍ଘଟଣା ପରେ ଅନେକ ଗାଡିରେ ଲାଗିଛି ନିଆଁ  । ଭୟଙ୍କର ଦୁର୍ଘଟଣାରେ ଜୀବନ୍ତ ଜଳି ଯାଇଛନ୍ତି ୮ ଜଣ । ଘଟଣାଟି ରାଜସ୍ଥାନର ଜୟପୁରର ଏକ ପେଟ୍ରୋଲ ପମ୍ପ ନିକଟରେ ଘଟିଛି । ତେବେ ନିଆଁକୁ ଆୟତ୍ତ କରିବାକୁ ପୋଲିସ ଏବଂ ପ୍ରଶାସନ ଟିମ୍‌ ଚେଷ୍ଟା କରୁଛନ୍ତି । ୨୦ରୁ ଅଧିକ ଅଗ୍ନିଶମ ଗାଡି ଘଟଣାସ୍ଥଳରେ ନିଆଁକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି । ଭୟଙ୍କର ଦୁର୍ଘଟଣା ପରେ ସୁରକ୍ଷା ପାଇଁ ଅନ୍ୟରାସ୍ତାରେ ଯାତାୟତର ବ୍ୟବସ୍ଥା କରାଯାଇଛି । ଦୁର୍ଘଟଣା ପରେ ଅଞ୍ଚଳର ଦୃଶ୍ୟ ଭୟଭୀତ ହୋଇଛି । ଘଟଣାସ୍ଥଳରେ ଅନେକ ଗାଡି ରହିଛି, ଯାହା ନିଆଁ ଲାଗିବା କାରଣରୁ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । କୁହାଯାଉଛି ଯେ ଏହି ଦୁର୍ଘଟଣାରେ ୨୦ରୁ ଅଧିକ ଲୋକ ଗୁରୁତର ଆହାତ ହୋଇଛନ୍ତି ।  ଚିକିତ୍ସା ପାଇଁ ସେମାନଙ୍କୁ ସାୱାଇ ମନ୍ ସିଂ ହସ୍ପିଟାଲକୁ ନିଆଯାଇଛି । ତେବେ ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ହସ୍ପିଟାଲରେ ପହଞ୍ଚିଛନ୍ତି । ଦୁର୍ଘଟଣାରେ ଜୟପୁର ଡିଏମ ଜିତେନ୍ଦ୍ର ସୋନି କହିଛନ୍ତି ଯେ ଅଗ୍ନିକାଣ୍ଡରେ ପ୍ରାୟ ୪୦ଟି ଗାଡି ପୋଡିଯାଇଛି । ଅଗ୍ନିଶମ ବାହିନୀ ଏବଂ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିଛି । ଉଦ୍ଧାର କାମ ଜାରି ରହିଛି । ନିଆଁକୁ ଆୟତ୍ତ କରାଯାଇଛି ।  ବର୍ତ୍ତମାନ କେବଳ ଗୋଟିଏ କି ୨ଟି ଗାଡି ବାହାର କରିବା ବାକି ରହିଛି । ଘଟଣାରେ ପ୍ରାୟ ୨୩-୨୪ ଲ

ମୁହାଁମୁହିଁ ଧକ୍କା ହେଲା LPG ଓ CNG ଟ୍ରକ; ଜୀବନ୍ତ ଜଳିଗଲେ ୮ଜଣ, ଅନେକ ଗାଡିରେ ଲାଗିଲା ନିଆଁ

ନୂଆଦିଲ୍ଲୀ ୨୦।୧୨: ମୁହାଁମୁହିଁ ଧକ୍କା ହେଲା LPG ଓ CNG ଟ୍ରକ । ଦୁର୍ଘଟଣା ପରେ ଅନେକ ଗାଡିରେ ଲାଗିଛି ନିଆଁ  । ଭୟଙ୍କର ଦୁର୍ଘଟଣାରେ ଜୀବନ୍ତ ଜଳି ଯାଇଛନ୍ତି ୮ ଜଣ । ଘଟଣାଟି ରାଜସ୍ଥାନର ଜୟପୁରର ଏକ ପେଟ୍ରୋଲ ପମ୍ପ ନିକଟରେ ଘଟିଛି । ତେବେ ନିଆଁକୁ ଆୟତ୍ତ କରିବାକୁ ପୋଲିସ ଏବଂ ପ୍ରଶାସନ ଟିମ୍‌ ଚେଷ୍ଟା କରୁଛନ୍ତି । ୨୦ରୁ ଅଧିକ ଅଗ୍ନିଶମ ଗାଡି ଘଟଣାସ୍ଥଳରେ ନିଆଁକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି । 

ଭୟଙ୍କର ଦୁର୍ଘଟଣା ପରେ ସୁରକ୍ଷା ପାଇଁ ଅନ୍ୟରାସ୍ତାରେ ଯାତାୟତର ବ୍ୟବସ୍ଥା କରାଯାଇଛି । ଦୁର୍ଘଟଣା ପରେ ଅଞ୍ଚଳର ଦୃଶ୍ୟ ଭୟଭୀତ ହୋଇଛି । ଘଟଣାସ୍ଥଳରେ ଅନେକ ଗାଡି ରହିଛି, ଯାହା ନିଆଁ ଲାଗିବା କାରଣରୁ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । କୁହାଯାଉଛି ଯେ ଏହି ଦୁର୍ଘଟଣାରେ ୨୦ରୁ ଅଧିକ ଲୋକ ଗୁରୁତର ଆହାତ ହୋଇଛନ୍ତି ।  ଚିକିତ୍ସା ପାଇଁ ସେମାନଙ୍କୁ ସାୱାଇ ମନ୍ ସିଂ ହସ୍ପିଟାଲକୁ ନିଆଯାଇଛି । 

ତେବେ ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ହସ୍ପିଟାଲରେ ପହଞ୍ଚିଛନ୍ତି । ଦୁର୍ଘଟଣାରେ ଜୟପୁର ଡିଏମ ଜିତେନ୍ଦ୍ର ସୋନି କହିଛନ୍ତି ଯେ ଅଗ୍ନିକାଣ୍ଡରେ ପ୍ରାୟ ୪୦ଟି ଗାଡି ପୋଡିଯାଇଛି । ଅଗ୍ନିଶମ ବାହିନୀ ଏବଂ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିଛି । ଉଦ୍ଧାର କାମ ଜାରି ରହିଛି । ନିଆଁକୁ ଆୟତ୍ତ କରାଯାଇଛି ।  

ବର୍ତ୍ତମାନ କେବଳ ଗୋଟିଏ କି ୨ଟି ଗାଡି ବାହାର କରିବା ବାକି ରହିଛି । ଘଟଣାରେ ପ୍ରାୟ ୨୩-୨୪ ଲୋକ ଆହତ ହୋଇଛନ୍ତି। ଖବର ଅନୁଯାୟୀ ଉଭୟ ଟ୍ରକ ପରସ୍ପର ସହ ମୁହାଁମୁହିଁ ଧକ୍କା ହୋଇଥିଲେ । ସକାଳ ପ୍ରାୟ ୬ଟାରେ ଏହି ଦୁର୍ଘଟଣା ଘଟିଥିଲା । ୩ ଘଣ୍ଟା ପରେ ମଧ୍ୟ ନିଆଁ ଲିଭାଇବା ପ୍ରକ୍ରିୟା ଜାରି ରହିଛି ।