ଡେନମାର୍କର ଭିକ୍ଟୋରିଆ ହେଲେ ମିସ୍ ୟୁନିଭର୍ସ ୨୦୨୪, ଟପ୍-୧୨ରୁ ବାହାରିଲେ ଭାରତର ରିୟା ସିଂ
ମୁମ୍ଵାଇ ୧୭।୧୧; ୨୦୨୪ର ମିସ୍ ୟୁନିଭର୍ସ ଘୋଷଣା ହୋଇସାରିଛି । ଡେନମାର୍କ ଭିକ୍ଟୋରିଆ କେଜିର୍ ମିସ୍ ୟୁନିଭର୍ସ ୨୦୨୪ ଟାଇଟଲ୍ ହାତେଇଛନ୍ତି ।୨୧ ବର୍ଷୀୟ ଭିକ୍ଟୋରିଆ ୧୨୫ଟି ଦେଶର ପ୍ରତିଯୋଗୀଙ୍କୁ ପଛରେ ପକାଇଥିଲେ । ଭାରତରୁ ଭାଗ ନେଇଥିବା ରିୟା ସିଂ ଟପ୍-୧୨ରୁ ବାହାରି ଯାଇଥିଲେ । ଡେନମାର୍କ ୱିନର୍ ହୋଇ ଥିବାବେଳେ ନାଇଜେରିଆ ହୋଇଛି ରନର୍ସଅପ୍। ଦ୍ୱିତୀୟ ରନର୍ ଅପ୍ ମେକ୍ସିକୋର ମାରିଆ ଫର୍ନାନ୍ଦା ତୃତୀୟ ରନର୍ ଅପ୍ ଥାଇଲ୍ୟାଣ୍ଡର ଓପଲ୍ ସୁଚାତା ଚୁଆଙ୍ଗସ୍ରି ଏବଂ ଚତୁର୍ଥ ରନର୍ ଅପ୍ ଭେନେଜୁଏଲର ଇଲିଆନା ମାର୍କେଜ୍ ହୋଇଛନ୍ତି। ମିସ୍ ୟୁନିଭର୍ସ ୨୦୨୪ ମେକ୍ସିକୋର ଆରେନାରେ ଅନୁଷ୍ଠିତ ହୋଇଥିଲା। ଗ୍ରାଣ୍ଡ ଫାଇନାଲରେ ଭାରତର ରିୟା ସିଂ ମଧ୍ୟ ଭାଗ ନେଇଥିଲେ। ହେଲେ ଟପ୍ ୧୨ରେ ପ୍ରବେଶ କରିପାରି ନଥିଲେ।ଏହା ପୂର୍ବରୁ ରିୟା ୫୧ ଫାଇନାଲିଷ୍ଟଙ୍କୁ ପରାସ୍ତ କରି ମିସ୍ ୟୁନିଭର୍ସ ଇଣ୍ଡିଆ ଟାଇଟଲ୍ ଜିତିଥିଲେ । ଏହା ପରେ ଲାରା ଦତ୍ତା ଏବଂ ହରନାଜ ସନ୍ଧୁ ମଧ୍ୟ ଏହି ଟାଇଟଲ୍ ଜିତିଥିଲେ । ମେକ୍ସିକୋରେ ଅନୁଷ୍ଠିତ ହୋଇଥିବା ୭୩ ତମ ମିସ୍ ୟୁନିଭର୍ସ ପେଜ୍ ପାଇଁ ଶ୍ରେଷ୍ଠ ପାଞ୍ଚଜଣ ଫାଇନାଲିଷ୍ଟ ଘୋଷଣା କରାଯାଇଥିଲା । ମେକ୍ସିକୋ, ନାଇଜେରିଆ, ଥାଇଲ୍ୟାଣ୍ଡ, ଭେନେଜୁଏଲା ଏବଂ ଡେନମାର୍କ ଫାଇନାଲକୁ ଯାଇଥିଲେ କାରଣ ୧୨ ଜଣ ଫାଇନାଲିଷ୍ଟ ଚମତ୍କାର ଗାଉନ୍ ଉପସ୍ଥାପନ କରିଥିଲେ ଯାହାକି ସେମାନେ ପ୍ରତିନିଧିତ୍ୱ କରୁଥିବା ଦେଶର ଅନନ୍ୟ ସଂସ
ମୁମ୍ଵାଇ ୧୭।୧୧; ୨୦୨୪ର ମିସ୍ ୟୁନିଭର୍ସ ଘୋଷଣା ହୋଇସାରିଛି । ଡେନମାର୍କ ଭିକ୍ଟୋରିଆ କେଜିର୍ ମିସ୍ ୟୁନିଭର୍ସ ୨୦୨୪ ଟାଇଟଲ୍ ହାତେଇଛନ୍ତି ।୨୧ ବର୍ଷୀୟ ଭିକ୍ଟୋରିଆ ୧୨୫ଟି ଦେଶର ପ୍ରତିଯୋଗୀଙ୍କୁ ପଛରେ ପକାଇଥିଲେ । ଭାରତରୁ ଭାଗ ନେଇଥିବା ରିୟା ସିଂ ଟପ୍-୧୨ରୁ ବାହାରି ଯାଇଥିଲେ । ଡେନମାର୍କ ୱିନର୍ ହୋଇ ଥିବାବେଳେ ନାଇଜେରିଆ ହୋଇଛି ରନର୍ସଅପ୍। ଦ୍ୱିତୀୟ ରନର୍ ଅପ୍ ମେକ୍ସିକୋର ମାରିଆ ଫର୍ନାନ୍ଦା ତୃତୀୟ ରନର୍ ଅପ୍ ଥାଇଲ୍ୟାଣ୍ଡର ଓପଲ୍ ସୁଚାତା ଚୁଆଙ୍ଗସ୍ରି ଏବଂ ଚତୁର୍ଥ ରନର୍ ଅପ୍ ଭେନେଜୁଏଲର ଇଲିଆନା ମାର୍କେଜ୍ ହୋଇଛନ୍ତି।
ମିସ୍ ୟୁନିଭର୍ସ ୨୦୨୪ ମେକ୍ସିକୋର ଆରେନାରେ ଅନୁଷ୍ଠିତ ହୋଇଥିଲା। ଗ୍ରାଣ୍ଡ ଫାଇନାଲରେ ଭାରତର ରିୟା ସିଂ ମଧ୍ୟ ଭାଗ ନେଇଥିଲେ। ହେଲେ ଟପ୍ ୧୨ରେ ପ୍ରବେଶ କରିପାରି ନଥିଲେ।ଏହା ପୂର୍ବରୁ ରିୟା ୫୧ ଫାଇନାଲିଷ୍ଟଙ୍କୁ ପରାସ୍ତ କରି ମିସ୍ ୟୁନିଭର୍ସ ଇଣ୍ଡିଆ ଟାଇଟଲ୍ ଜିତିଥିଲେ । ଏହା ପରେ ଲାରା ଦତ୍ତା ଏବଂ ହରନାଜ ସନ୍ଧୁ ମଧ୍ୟ ଏହି ଟାଇଟଲ୍ ଜିତିଥିଲେ । ମେକ୍ସିକୋରେ ଅନୁଷ୍ଠିତ ହୋଇଥିବା ୭୩ ତମ ମିସ୍ ୟୁନିଭର୍ସ ପେଜ୍ ପାଇଁ ଶ୍ରେଷ୍ଠ ପାଞ୍ଚଜଣ ଫାଇନାଲିଷ୍ଟ ଘୋଷଣା କରାଯାଇଥିଲା ।
ମେକ୍ସିକୋ, ନାଇଜେରିଆ, ଥାଇଲ୍ୟାଣ୍ଡ, ଭେନେଜୁଏଲା ଏବଂ ଡେନମାର୍କ ଫାଇନାଲକୁ ଯାଇଥିଲେ କାରଣ ୧୨ ଜଣ ଫାଇନାଲିଷ୍ଟ ଚମତ୍କାର ଗାଉନ୍ ଉପସ୍ଥାପନ କରିଥିଲେ ଯାହାକି ସେମାନେ ପ୍ରତିନିଧିତ୍ୱ କରୁଥିବା ଦେଶର ଅନନ୍ୟ ସଂସ୍କୃତି ଏବଂ ସୌନ୍ଦର୍ୟ୍ୟକୁ ପ୍ରତିଫଳିତ କରିଥିଲା । ସେମିଫାଇନାଲ୍ ପରେ ମିସ୍ ୟୁନିଭର୍ସ ୨୦୨୪ ପାଇଁ ୧୨ ଜଣ ଫାଇନାଲିଷ୍ଟ ପ୍ରକାଶ ପାଇଥିଲେ ।